ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ପଂଛି ମାଧ୍ୟମରେ ଗ୍ରାମୀଣ ଭାରତର ବାଳିକାମାନଙ୍କୁ ସଶକ୍ତ କରୁଛି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଆନ୍ତର୍ଜାତିକ କନ୍ୟା ଦିବସରେ ଏହାର ପରିବର୍ତନଶୀଳ ପଦକ୍ଷେପ ପ୍ରୋଜେକ୍ଟ ପଂଛିର ସଫଳତାକୁ ଆଲୋକିତ କରି ଆନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରିଛି । ବେଦାନ୍ତର ଚେୟାରମ୍ୟାନ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱରେ ଅଭିନବ ନିଯୁକ୍ତି ଡ୍ରାଇଭ ସାରା ଭାରତରେ ଆର୍ଥିକ ଅନଗ୍ରସର ଗୋଷ୍ଠୀର ୧୦୦୦ଯୁବକ-ଯୁବତୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।
ମାର୍ଚ୍ଚ ୨୦୨୩ ରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପ ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛିତିଶଗଡର ଗ୍ରମାଂଚଳ଼ରୁ ଓପିଏସ ଜିନ୍ଦଲ ବିଶ୍ୱବିଦ୍ୟାଳୟର ବି.କମ, ବିବିଏ, ବି.ଏସସି ଏବଂ ବି.ଟେକ ପାସ କରିଥିବା ୧୯୦ ବାଳିକାଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି ।
ବାଳିକା ମାନଙ୍କ ମଧ୍ୟରେ ଆତ୍ମନିର୍ଭରଶଳୀଳତା ବୃଦ୍ଧି ଓ ସ୍ୱାଧୀନତା ପ୍ରଦାନ ଲକ୍ଷ୍ୟରେ ପ୍ରୋତ୍ସାହିତ କରିବା ଲାଗି ପ୍ରୋଜେକ୍ଟ ପଂଛି କାର୍ଯ୍ୟ କରୁଛି । ଅନଗ୍ରସର ଅଂଚଳର ଝିଅମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଏହା ସମାଧାନ କରିଥାଏ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ଯୋଗାଇବାରେ ଏହି ପ୍ରକଳ୍ପ ସେମାନଙ୍କ ନିଯୁକ୍ତି ଟାର୍ଗେଟକୁ ଧ୍ୟାନ ଦେଇଥାଏ । ଆର୍ଥିକ ଓ ସମାଜିକ ପ୍ରତିବନ୍ଧକରୁ ସେମାନଙ୍କୁ ମୁକ୍ତ କରି ସେମାନଙ୍କୁ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ତଥା ସଫଳତା ପାଇଁ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ କରୁଛି ।
ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀ ସୁନୀଲ ଗୁପ୍ତା ମତ ଦେଇ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ପରିବର୍ତନଶୀଳ ପରିବର୍ତନ ଲାଗି ଅନୁକ୍ରମଣିକା ଭାବରେ ବାଳିକାଙ୍କ ଶିକ୍ଷା ଓ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ । ଆମର ଲକ୍ଷ୍ୟ କେବଳ ବାଳିକାମାନଙ୍କୁ ସଶକ୍ତ କରିବା ନୁହେଁ ବରଂ ସେମାନଙ୍କ ପାଇଁ ରହିଥିବା ସାମାଜିକ ପ୍ରତିବନ୍ଧକ ଦୂର କରି ସେମାନଙ୍କ ଭବିଷ୍ୟତକୁ ସୁଗମ କରିବା । ଯେହେତୁ ଆମେ ସବୁ କର୍ମପରିସରରେ ୩୦% ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟ ରଖିଛୁ ଓ ୨୦୩୦ ସୁଦ୍ଧା ଆମର ଏହି ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛୁ ।
ଲକ୍ଷ୍ମୀ ପ୍ରଧାନ, ଜଣେ ପ୍ରୋଜେକ୍ଟ ପଂଛିର ପ୍ରାର୍ଥୀ କହିଛନ୍ତି ଯେ ଏହି ପ୍ରକଳ୍ପ ସହିତ ଗତ ଛଅମାସ ଧରି ସାମିଲ ହୋଇ ମୁଁ କେବଳ ମୋର ଶିକ୍ଷାଗତ ଜ୍ଞାନ ବୃଦ୍ଧି କରିନାର୍ହି ବରଂ ଆଗକୁ ବଢିବା ପାଇଁ ପ୍ରେରଣା ପାଇପାରିଛି । ମୋ ପରିବାରର ବଡ଼ ଝିଅ ଭାବରେ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମୋର ଆଶା ରହିଛି ।
ଜଣେ ଅଭିଭାବକ ବେଣୁ ମେହେର କହିଛନ୍ତି ଯେ ପ୍ରକଳ୍ପ ପଂଛି ଏକ ମହତ ପଦକ୍ଷେପ । ଏହା ଆମ ଝିଅମାନଙ୍କୁ ପ୍ରଚୁର ପ୍ରେରଣା ଦେଉଛି । ଏଥିପାଇଁ ମୁଁ ବେଦାନ୍ତକୁ ମୋର କୃତଜ୍ଞତା ଜଣାଉଛି ।
ଏହା ବ୍ୟତୀତ ବେଦାନ୍ତ ଆଲୁମିନିୟମ କଲେଜ ବାହାରେ ଯୁବତୀମାନଙ୍କ ଲାଗି ଏକ ନିରାପଦ ଓ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ କ୍ଷେତ୍ର ପ୍ରସ୍ତୁତ କରିବାକୁ ଉତ୍ସର୍ଗୀକୃତ । ମହିଳାମାନଙ୍କ ପାଇଁ ସବୁ ପ୍ରକାର ସୁରକ୍ଷା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆଗାମୀ ୨୦୩୦ ସୁଧା ୩୦% ମହିଳାଙ୍କୁ କର୍ମକ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ ଲାଗି କମ୍ପାନି ଲକ୍ଷ୍ୟ ରଖିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *