ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ନିରାପତା ଓ ସ୍ୱାସ୍ଥ୍ୟ ଦିବସ ଅବସରରେ କାର୍ଯ୍ୟ ସ୍ଥଳରେ ଅଗ୍ନି ନରାପତା ପାର୍କର ଶୁଭାରମ୍ଭ

ଭୁବନେଶ୍ୱର,୩ମଇ,୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ କାର୍ଯ୍ୟସ୍ଥଳରେ ନିରାପତା ଓ ସ୍ୱାସ୍ଥ୍ୟ ବିଶ୍ୱ ଦିବସ ଅବସରରେ ଝାରସୁଗୁଡ଼ାର କାରଖାନାରେ ଅଗ୍ନି ନିରାପତା ତାଲିମ ପାର୍କର ଉଦଘାଟନ କରିଛି । ଏହି ପାର୍କ କାରଖାନାର କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀଙ୍କୁ ଅଗ୍ନି ବିପଦରୁ ସୁରକ୍ଷା ସମ୍ବନ୍ଧିତ ପ୍ରଦର୍ଶନ, ଏହାର ପ୍ରତିକାର ଓ ହ୍ରାସ ପାଇଁ ପଦକ୍ଷେପ ସଂପର୍କରେ ସହାୟତା କରିବ । ଏହା ସହ କଂପାନି ନିଜ କାର୍ଯ୍ୟ ପରିସରକୁ ସୁରକ୍ଷିତ ପରିଚାଳନା କରିବା ଉପରେ ପରାମର୍ଶ ଦେଇଛି ।

କର୍ମକ୍ଷେତ୍ରରେ ନିରାପତା ଓ ସ୍ୱାସ୍ଥ୍ୟ ଉପରେ ବେଦାନ୍ତର ପଦକ୍ଷେପ ସଂପର୍କରେ ବେଦାନ୍ତ ଆଲୁମିନିୟମ ବିଜିନେସର ସିଇଓ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ- ବେଦାନ୍ତ ଆଲୁମିନିୟମରେ ଆମେ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଥାଉ । ଆମର ପରିଚାଳନାରେ ଉନ୍ନତ ସୁରକ୍ଷା ବୈଷୟିକୀ ନିରାପତା ବ୍ୟବସ୍ଥାକୁ ସୁଦୃଢ କରିଥାଏ । ଆମେ ଏହାକୁ ଆଚରଣଗତ ପଦକ୍ଷେପ ଦ୍ୱାରା ହାସଲ କରିପାରିବା । ଏଥିପାଇଁ ପ୍ରତିଟି କର୍ମଚାରୀ ଧ୍ୟାନ ଦେବା ଉଚିତ । ଅଗ୍ନି ନିରାପତା ପାର୍କ ପରି ନୂଆ କୌଶଳ ଗୁଡ଼ିକ ସୁରକ୍ଷା ଅଭ୍ୟାସକୁ ମଜବୁତ କରିବ ଓ ପ୍ରତ୍ୟେକଙ୍କୁ ଏଦିଗରେ ସଚେନତନ କରିପାରିବ । ଅଧିକରୁ ଅଧିକ ଲୋକ ଏହାକୁ ଆପଣାଇବେ ।
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଏହି କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିଲା, ଯେଉଁଥିରେ ଏହାର କର୍ମଚାରୀଙ୍କ ସୁରକ୍ଷା ଅଭ୍ୟାସ ପ୍ରଦର୍ଶନ ଓ ଗୋଷ୍ଠୀକୁ ସଚେତନ କରାଇବା ଲକ୍ଷ୍ୟ ରଖାଯାଇଥିଲା । ନିକଟରେ ଝାରସୁଗୁଡ଼ାର ବାସିନ୍ଦାଙ୍କ ପାଇଁ ରୋଟାରୀ କ୍ଲବର ମିଳିତ ସହଯୋଗରେ ଜାତୀୟ ଭିତିଭୂମି ଅଭିବୃଦ୍ଧି ପାଇଁ ଅଗ୍ନି ନିରାପତା ସଚେତନତା ଉପରେ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଛତିଶଗଡ଼ରେ ଥିବା କୋରବା ସ୍ଥିତ ଆଲୁମିନିୟମ ଉତ୍ପାଦକ ବାଲକୋରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ତାଲିମ ପ୍ରଦାନ କରାଯାଇଥିଲା । କାରଖାନାର ବିଭିନ୍ନ ସ୍ଥାନରେ ମକ ଡ୍ରିଲ କରାଯାଇଥିଲା । ବିପଦ ସମୟରେ ଲୋକମାନଙ୍କୁ ଉଦ୍ଧାର କରିବା କୌଶଳ, ଆତ୍ମ ରକ୍ଷା ଉପାୟ ଓ ଅଗ୍ନି ପ୍ରତିକାର ସମ୍ବନ୍ଧରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବାଲକୋର ଅଗ୍ନି ଓ ଉଦ୍ଧାରକାରୀ ଦଳ ଏହି ଅଧିବେଶନ ପରିଚାଳନା କରିଥିଲା ।
କଂପାନିର ଆଲୁମିନା ରିଫାଇନାରୀ ଲାଞ୍ଜିଗଡ଼, କଳାହାଣ୍ଡିରେ କର୍ମଚାରୀମାନେ ଏକ ସୁସ୍ଥତା ସଚେତନତା ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ହୃଦରୋଗ, ରକ୍ତଚାପ ଓ ସୁସ୍ଥ ଜୀବନଶୈଳୀ ବଜାୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ଲାଂଟ ଆଖପାଖରେ ଅବସ୍ଥିତ ଗ୍ରାମ ଗୁଡ଼ିକରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା । ଅଂଶଗ୍ରହଣକାରୀ ମାନଙ୍କୁ ଜରୁରୀକାଳୀନ କାର୍ଡିଓପୁଲମୋନାରୀ ଚିକିତ୍ସା ପରିଚାଳନା ପଦ୍ଧତି ଉପରେ ଶିକ୍ଷା ଦିଆଯାଇଥିଲା । ଏହା ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ଯଥା ଅଗ୍ନି କାଣ୍ଡରୁ ସୁରକ୍ଷିତ ରହିବା କୌଶଳ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ।
ବେଦାନ୍ତ ଆଲୁମିନିୟମ ନିରାପଦ କାର୍ଯ୍ୟ ପରିବେଶ ଓ ଗୋଷ୍ଠୀ ପାଇଁ ଶିଲ୍ପ ପାଇଁ ସର୍ବୋତମ ଅଭ୍ୟାସ ପରିଚାଳନା କେତେକ ନିରାପତା ଅଭ୍ୟାସ କରୁଛି । ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତିକ ବ୍ୟବସ୍ଥା ଗ୍ରହଣ କରି ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରୁଛି ଯଥା:
- କର୍ମକ୍ଷେତ୍ରରେ ବ୍ୟାପକ ସୁରକ୍ଷା ତାଲିମ ଦେବା ଲାଗି ଅଗମେଂଟ ରିୟଲିଟି ଓ ଭର୍ଚୁଆଲ ରିୟଲିଟି ବୈଷୟିକୀ ପ୍ରଣୟନ କରି ସୁରକ୍ଷିତ କାର୍ଯ୍ୟ ପ୍ରଣାଳୀକୁ ସୁନିଶ୍ଚିତ କରାଯାଇପାରୁଛି ।
- ସଂକଳ୍ପ- ଏକ ସୁରକ୍ଷା ସଂସ୍କୃତିର ବିକାଶ ମୂଳକ କାର୍ଯ୍ୟକ୍ରମ ଯାହାକୁ କଂପାନିର ପରିଚଳନା ମଧ୍ୟରେ ପ୍ରୟୋଗ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇ ପାରୁଛି ।
- ନିରାପତା ଷ୍ଟାଣ୍ଡ ଡାଉନ କାର୍ଯ୍ୟକ୍ରମ ଜରିଆରେ ନେତୃତ୍ୱ ଦଳ ଓ ବ୍ୟବସାୟୀ ସହଯୋଗୀଙ୍କ ସହ ସ୍ୱାସ୍ଥ୍ୟ, ନିରାପତା ଓ ପରିବେଶର ବିଭିନ୍ନ ଦିଗର ସୁରକ୍ଷା ପ୍ରତି ଧ୍ୟାନ ପ୍ରଦାନ କରାଯାଉଛି ।
- ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟ ପ୍ରଶମନ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ମକ ଡ୍ରିଲ ଓ ସୁରକ୍ଷା ସଚେତନତା ଅଧିବେଶନ ।
- ପେହେଚାନ ସେଫ୍ଟି ଇଣ୍ଡକ୍ସନ ପ୍ରୋଗ୍ରାମ ଜରିଆରେ ସୁରକ୍ଷା ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯାଉଛି ।
- ଫାୟାର ଷ୍ଟିୱାର୍ଡ ପଦକ୍ଷେପ ଦ୍ୱାରା ଅଗ୍ନି ନିରାପତା ପାଇଁ ଅନସାଇଟ ଜରୁରୀକାଳୀନ ଯୋଜନା ଓ ଅଗ୍ନି ନାର୍ବାପନ ସଂପର୍କରେ ଜ୍ଞାନ ପ୍ରଦାନ କରାଯାଉଛି ।
- ଅଗ୍ନି, ବିଦ୍ୟୁତ ଓ ଘରୋଇ ସୁରକ୍ଷା ତାଲିମ ଉପରେ ଲୋକମାନଙ୍କୁ ତଥା ସଚେତନତା ଅଧିବେଶନ- ନିକଟବର୍ତି ସ୍କୁଲ ଓ କଲେଜ ଗୁଡ଼ିକରେ ଅଗ୍ନି ପ୍ରତିକାର, ଏଲପିଜି ସିଲିଣ୍ଡର ପରିଚାଳନା, ଅଗ୍ନିନିର୍ବାପକର ବ୍ୟବହାର ଓ ଅନ୍ୟାନ୍ୟ ସୁରକ୍ଷା ବିଧି ଇତ୍ୟାଦି ସଂପର୍କରେ ସଚେତନତା ପ୍ରଦାନ କରାଯାଉଛି ।