ବିଶ୍ୱ ଖୁସି ଦିବସରେ ବେଦାନ୍ତ ଆଲୁମିନିୟମ କର୍ମଚାରୀଙ୍କ ସୁସ୍ଥତା ଓ ଜୀବନଶୈଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି

କର୍ପୋରେଟ ୱେଲନେସ ଓ ଲାଇଫଷ୍ଟାଇଲ ପାର୍ଟନର ଭାବରେ ମନ୍ତ୍ରା କେୟାର ସହିତ କମ୍ପାନି ସହଭାଗିତା ଘୋଷଣା କରିଛି

ନୂଆଦିଲ୍ଲୀ, ୨୦ ମାର୍ଚ୍ଚ ୨୦୨୩: ବିଶ୍ୱ ଖୁସି ଦିବସରେ ଆଲୁମିନିୟମ ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ଓ ଜୀବନରେ ଉନ୍ନତି ଆଣିବା ପାଇଁ କର୍ମଚାରୀ ସୁସ୍ଥତା ଓ ଜୀବନଶୈଳୀ କାର୍ଯ୍ୟକ୍ରମ ଉମଙ୍ଗର ଶୁଭାରମ୍ଭ କରିଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବଦ୍ୟା କମ୍ପାନି ମନ୍ତ୍ରା କେୟାର ସହିତ କମ୍ପାନି ସହଭାଗିତା ଘୋଷଣା କରିଛି ।

ବେଦାନ୍ତ ଆଲୁମିନିୟମ ହେଉଛି ବିଶ୍ୱର ବୃହତ ଆଲୁମିନିୟମ କମ୍ପାନି ଯାହାର ଓଡ଼ିଶା ଓ ଛତିଶଗଡ଼ରେ କାର୍ଯ୍ୟ ଚାଲିଛି ଓ ଏହା ବିବିଧ କର୍ମଚାରୀଙ୍କୁ ନେଇ ପରିଚାଳିତ । କର୍ମଚାରୀମାନେ ସର୍ବଦା ଏକ ବଡ଼ ଆହ୍ୱାନକୁ ନେଇ କାମ କରି କମ୍ପାନିର ବିକାଶ ପାଇଁ ପ୍ରୟାସ କରନ୍ତି । ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱସ୍ତରୀୟ ଟାଉନଶିପ, ଖେଳପଡ଼ିଆ, ସୁଇମିଂ ପୁଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି ଯଦ୍ୱାରା ଏହାର କର୍ମଚାରୀମାନେ ସୁସ୍ଥ ରହିବେ ।

କମ୍ପାନି ସ୍ୱାସ୍ଥ୍ୟ ବିଭାଗ ଉପରେ ଗୁରୁତ୍ୱ ଦେଇଥାଏ ସେଥିପାଇଁ ବର୍ଷ ସାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିଥାଏ । କର୍ମଚାରୀ ଓ ସେମାନଙ୍କ ପରିବାରର ସୁସ୍ଥତା ପ୍ରତି ଧ୍ୟାନ ଦେବା ସହ ଉମଙ୍ଗ କାର୍ଯ୍ୟକ୍ରମ ଅର୍ନ୍ତଗତ ଅନଲାଇନ ପରାମର୍ଶ, ଫିଜିଓଥେରାପି, ଯୋଗ , ଧ୍ୟାନ, ନିଶା ନିବାରଣ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ ।

ଏହି କାର୍ଯ୍ୟକ୍ରମ ବିଷୟରେ ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟର,ସିଇଓ, ଶ୍ରୀ ରାହୁଲ ଶର୍ମା, କହିଛନ୍ତିଯେ ଆଲୁମିନିୟମରେ ଆମେ ବିଶ୍ୱରେ ଅଗ୍ରଣୀ ହେବା ପାଇଁ ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମେ ସର୍ବଦା ଆମର କର୍ମଚାରୀଙ୍କ କଲ୍ୟାଣ ପ୍ରତି ଯତ୍ନବାନ ଅଛୁ । ଏଥିପାଇଁ ଆମେ ବିଭିନ୍ନ ପର୍ଯ୍ୟାୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ । ଉମଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସେମାନେ କାର୍ଯ୍ୟ କରିବାକୁ ମନୋବଳ ସଂଗ୍ରହ କରିବା ସହିତ ନିଜର ବୃତିଗତ ଜୀବନରେ ଉନ୍ନତି ଆଣିପାରିବେ ।

ଶ୍ରୀ ହିମାଂଶୁ ଜୈନ, ସିଇଓ ମନ୍ତ୍ରାକେୟାର ବେଦାନ୍ତ ଆଲୁମିନିୟମର ସହଭଭାଗୀ କହିଛନ୍ତିଯେ- ଭାରତର ଏକ ଅଗ୍ରଣୀ ସଂସ୍ଥା ବେଦାନ୍ତ ସହିତ ମିଶି କାର୍ଯ୍ୟକରୁଥିବାରୁ ଆମେ ଆନନ୍ଦିତ । ବେଦାନ୍ତରେ କର୍ମଚାରୀଙ୍କ ସୁସ୍ଥତା ଓ ଉପଯୁକ୍ତ ଜୀବନଶୈଳୀ ଏକ ପ୍ରମୁଖ ପ୍ରାଥମିକତା ଅଟେ । ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତନ ଆଣିବା ଲାଗି ଆମେ ପ୍ରୟାସ କରିବୁ ।

ଏହି ସହଯୋଗ ଏକ ବ୍ୟାପକ ସୁସ୍ଥତା କାର୍ଯ୍ୟକ୍ରମର ରୋଲ ଆଉଟ ହେବ ଯାହା ବେଦାନ୍ତ ଆଲୁମିନିୟମର କର୍ମଚାରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିଷୟ ଉପରେ ଉନ୍ନତି ଆଣିବାରେ ସହାୟକ ହେବ । କମ୍ପାନି ପକ୍ଷରୁ ଏଥିପାଇଁ ପର୍ଯ୍ୟୟକ୍ରମେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କାଯିବାକୁ ଯୋଜନା ରହିଛି ।

ଏହାର କର୍ମଚାରୀମାନଙ୍କ ପାଇଁ ଏକ ଅନୁକୂଳ, ଅଭିବୃଦ୍ଧି ଭିତିକ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ କମ୍ପାନୀର ପଦକ୍ଷେପଗୁଡିକ ଅନେକ ଶ୍ରେଷ୍ଠ ଶିଳ୍ପ ମାନ୍ୟତା ପାଇଛି । ବିଜନେସ୍ ୱାର୍ଲ୍ଡ ସହ ମିଳିତ ଭାବରେ ହାପି+ ଦ୍ୱାରା ସମ୍ମାନଜନକ ‘ଦି ହାପିଷ୍ଟ ୱାର୍କପ୍ଲେସ୍ ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି ଏବଂ ଆର୍ôଥକବର୍ଷ୨୩ ପାଇଁ ସମ୍ମାନଜନକ ‘କାର୍ଯ୍ୟ ସ୍ଥାନ’ ପ୍ରମାଣପତ୍ର ମଧ୍ୟ ପାଇଛି ।

Leave a Reply

Your email address will not be published. Required fields are marked *