ବେଦାନ୍ତ ଆଲୁମିନିୟମ୍ ସପ୍ତମ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ପ୍ରାପ୍ତ କରିଛି

ବେଦାନ୍ତ ଆଲୁମିନିୟମ୍ ଦ୍ୱରା ଏହାର ବାଲକୋ ୟୁନିଟରେ ଉତ୍ପାଦିତ ୧୨ଏମଏମ ତାର, ବର୍ତମାନ ବିଆଇଏସ୍ ସାର୍ଟିଫିକେଟ୍ ହାସଲ କରିଛି; ଅତିରିକ୍ତ ଭାବରେ ଏହା ମଧ୍ୟ ୬ ଟି ଉତ୍ପାଦ ବର୍ଗ ପାଇଁ ପୁନ ପ୍ରମାଣପତ୍ର ପାଇଛି
ଭୁବନେଶ୍ୱର, ଅଗଷ୍ଟ ୦୧, ୨୦୨୪: ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଦ୍ୱରା ଏହାର ଛତିଶଗଡର କୋରବାସ୍ଥିତ ଭରତ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ବାଲକୋ) ସୁବିଧାରେ ଉତ୍ପାଦିତ ୧୨ଏମଏମ ତାରକୁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ପ୍ରମାଣପତ୍ର ପ୍ରାପ୍ତ ହେବାର ଘୋଷଣା କରିଛି । ଏହି ନୂତନ ପ୍ରମାଣପତ୍ର ହାସଲ କରିଥିବା ୧୨ଏମଏମ ଆଲୁମିନିୟମ୍ ତାର ମୁଖ୍ୟତ ବୈଦୁତିକ ତଥା ବିଦ୍ୟୁତ୍ ପରିବହନରେ, ସେମାନଙ୍କର ଉତ୍କୃଷ୍ଟ କଣ୍ଡକ୍ଟିଭିଟି, ହାଲୁକା ପ୍ରକୃତି ଏବଂ ସ୍ଥାୟୀତ୍ୱ ହେତୁ ବ୍ୟବହାର କରାଯାଇଥାଏ ।
ବେଦାନ୍ତ ଆଲୁମିନିୟମ ଭାରତୀୟ ଆଲୁମିନିୟମ ଶିଳ୍ପରେ ପ୍ରଥମ କମ୍ପାନୀ ଯିଏକି ଏହାର ବ୍ୟାପକ ପରିମାଣର ଆଲୁମିନିୟମ ଉତ୍ପାଦ ପାଇଁ ବିଆଇଏସ୍ ସାର୍ଟିଫିକେଟ୍ ହାସଲ କରିଥିଲା । ଏହି ଅତ୍ୟାଧୁନିକ ପ୍ରମାଣପତ୍ର ହେଉଛି ସନ୍ତୁଷ୍ଟ ଉତ୍ପାଦ ଗୁଣ ଏବଂ ଆଲୁମିନିୟମ୍ ଶିଳ୍ପରେ କ୍ରମାଗତ ନବସୃଜନ ପାଇଁ କମ୍ପାନୀର ପ୍ରତିବଦ୍ଧତାର ପ୍ରମାଣ ।
ଏହି ୧୨ଏମଏମ ତାର ନୂତନ ବିଆଇଏସ୍ ପ୍ରମାଣପତ୍ର ସହିତ, ଅନ୍ୟ ବିଆଇଏସ୍ ୬ଟି ଅତିରିକ୍ତ ଉତ୍ପାଦ ବର୍ଗ ପାଇଁ ପୁନ-ସାର୍ଟିଫିକେଟ୍ ମଧ୍ୟ ହାସଲ କରିଛି: ଇସି ଇନଗଟ୍ସ, ଆଲୋଇ ଇନଗଟ୍ସ, ପ୍ରାଥମିକ ଇନଗଟ୍ସ, ରୋଲ୍ ସିଟ୍, ରୋଲ୍ କଣ୍ଡକ୍ଟର ପ୍ଲେଟ୍ ଏବଂ ସାଧାରଣ ଇଞ୍ଜିନିୟରିଂ ଉଦ୍ଦେଶ୍ୟରେ ରୋଲ୍ ପ୍ଲେଟ୍ – ଯାହାକି କମ୍ପାନୀର ବାଲକୋ ସୁବିଧାରେ ଉତ୍ପାଦିତ । ଏହି ପ୍ରମାଣପତ୍ର ସହିତ, ବେଦାନ୍ତର ବାଲକୋ ୟୁନିଟ୍ ବର୍ତମାନ ସାତୋଟି ବିଆଇଏସ୍ ପ୍ରମାଣପତ୍ର ପ୍ରାପ୍ତ କରିଛି ଯାହାକି ସମୁଦାୟ ୧୭ଟି ଉତ୍ପାଦ ବର୍ଗକୁ ଅନ୍ତର୍ଭୁକ୍ତ କରିବା ସହିତ କମ୍ପାନୀକୁ ବଜାରରେ ଏକ ମହତ୍ୱ ପ୍ରଦାନ କରିଥାଏ ।
ବେଦାନ୍ତ ଆଲୁମିନିୟମ୍ର ଗୁଣାତ୍ମକ ଉତ୍କର୍ଷତା ଉପରେ ନିଜର ମତ ରଖି ବେଦାନ୍ତ ଆଲୁମିନିୟମ୍ର ସିଇଓ ଜନ୍ ସ୍ଲାଭେନ୍, କହିଛନ୍ତି, ବେଦାନ୍ତ ଆଲୁମିନିୟମରେ ଆମର ଧ୍ୟାନ କ୍ରମାଗତ ଭାବରେ ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଆଲୁମିନିୟମ୍ ଉତ୍ପାଦଗୁଡିକ ବିତରଣ କରିବା । ଏହି ବିଆଇଏସ୍ ପ୍ରମାଣପତ୍ର ଆମର କଠୋର ଗୁଣବତା ନିୟନ୍ତ୍ରଣ ଏବଂ ଉନ୍ନତ ଉତ୍ପାଦନ କୌଶଳକୁ ପ୍ରତିଫଳିତ କରିଥାଏ, ଯାହାକି ଆମକୁ ବିଭିନ୍ନ ଶିଳ୍ପ ଏବଂ ବିଶ୍ୱସ୍ତରିୟ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ଉତ୍ପାଦ ସହିତ ସେବା କରିବାକୁ ସକ୍ଷମ କରିଥାଏ ଏବଂ ଯାହାକି ଶିଳ୍ପ ମାନକ ଅତିକ୍ରମ କରିବାକୁ ଡିଜାଇନ୍ କରାଯାଇଛି ।
ସ୍ୱଚ୍ଛ ଶକ୍ତି, ବୈଦ୍ୟୁତିକ ଗତିଶୀଳତା, ସବୁଜ ଅଟ୍ଟାଳିକା, ଉଚ୍ଚ-ବୈଷୟିକ ଉତ୍ପାଦନ ଏବଂ ସ୍ଥାୟୀ ପ୍ୟାକେଜିଂରେ ଏହାର ଅସୀମ ପ୍ରୟୋଗ ସହିତ, ସ୍ୱଳ୍ପ କାର୍ବନ ଭବିଷ୍ୟତ ପାଇଁ ଆଲୁମିନିୟମ୍ ଗୁରୁତ୍ୱପୂର୍ଣ୍ଣ ।
ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ହେଉଛି ସର୍ବୋଚ୍ଚ ଘରୋଇ ସଂସ୍ଥା ଯାହା ଶିଳ୍ପ କ୍ଷେତ୍ରଗୁଡିକରେ ଗୁଣାତ୍ମକ ମାନ ନିର୍ଣ୍ଣୟ କରିବା ଦାୟିତ୍ୱ ବହନ କରିଥାଏ । ଉତ୍ପାଦିତ ଦ୍ରବ୍ୟ ଉପରେ ଗୁଣବତାର ଏକ ବିଆଇଏସ୍ ଷ୍ଟାଣ୍ଡାର୍ଡ ମାର୍କ ପ୍ରଦାନ କରିବା ପୂର୍ବରୁ ଏହା କଠୋର ମୂଲ୍ୟାଙ୍କନ ପ୍ରଣାଳୀକୁ ନିୟୋଜିତ କରିଥାଏ । ବେଦାନ୍ତ ଆଲୁମିନିୟମ୍ ଏହି ପ୍ରମାଣପତ୍ରଗୁଡ଼ିକ ଏହାର ଉତ୍ପାଦ ଉତ୍ସର୍ଗର ଗୁଣବତା ଏବଂ ବିଶ୍ୱସନୀୟତା ତିଆରି କରିବା ପ୍ରତି ଯତ୍ନବାନ ଅଟେ । ଆଲୁମିନିୟମ୍ ଉତ୍ପାଦ, କଂଚାମାଲ ତଥା ମାନକ ବିକାଶ ପାଇଁ କମ୍ପାନୀ ବିଆଇଏସ୍ ସହିତ ସହଯୋଗ କରିଥାଏ ।
ବେଦାନ୍ତର ଆଲୁମିନିୟମ୍ ଉତ୍ପାଦଗୁଡିକ ମଧ୍ୟ ଲଣ୍ଡନ ମେଟାଲ୍ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଛି, ଯାହା ସେମାନଙ୍କର ଆନ୍ତର୍ଜାତୀୟ ଗୁଣାତ୍ମକ ମାନର ଏକ ସୁନିଶ୍ଚିତତାର ପ୍ରମାଣ ଅଟେ । ଭାରତୀୟ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢକରିବା ପାଇଁ କମ୍ପାନୀ ସକ୍ରିୟ ଭାବରେ ବିଆଇଏସ୍ ପ୍ରମାଣପତ୍ର ହାସଲ କରିବା ପାଇଁ ସର୍ବଦା ଲକ୍ଷ୍ୟ ରଖିଥାଏ, ଯାହାକି ସେମାନେ କିଣୁଥିବା ଆଲୁମିନିୟମ୍ ଗୁଣାତ୍ମକ ମାନ ଉପରେ ଦେଶର ସର୍ବୋଚ୍ଚ ପ୍ରାଧିକରଣ ଦ୍ୱାରା ପ୍ରମାଣିତ ହୋଇଛି । ଏହାକୁ ହାସଲ କରିବା ପାଇଁ, ବେଦାନ୍ତ ଆଲୁମିନିୟମ୍ ଧାତୁ ଉତ୍ପାଦନରେ ଦୁନିଆର ସର୍ବୋତମ ଜ୍ଞାନକୌଶଳ ନିୟୋଜିତ କରେ, ଅତ୍ୟାଧୁନିକ ପ୍ରକ୍ରିୟା ବ୍ୟବହାର କରେ, ଉତମ ଆରଏଣ୍ଡଡି ପରିଚାଳନା କରେ ଏବଂ ବିଶ୍ୱସ୍ତରିୟ ଉଦୀୟମାନ-ବୈଷୟିକ ଷ୍ଟାର୍ଟ ଅପ୍ ଏବଂ ବିଶେଷଜ୍ଞମାନଙ୍କ ସହିତ କାର୍ଯ୍ୟ କରିଥାଏ । ଏଥିପାଇଁ କମ୍ପାନୀ ପ୍ରାୟ ୬୦ ଟି ଦେଶରେ ଗ୍ରାହକଙ୍କର ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ଭାବରେ ଉଭା ହୋଇଛି ।
କମ୍ପାନୀ ବର୍ତମାନ ଆଲୁମିନିୟମ୍ ଉତ୍ପାଦଗୁଡିକର ସବୁଠାରୁ ବଡ ରେଞ୍ଜ ଉତ୍ପାଦନ କରିଥାଏ । ବେଦାନ୍ତ ଆଲୁମିନିୟମ୍ର ଉତ୍ପାଦ ଯେପରିକି ରେଷ୍ଟୋରା – ଲୋକାର୍ବନ୍ ଆଲୁମିନିୟମ୍, ବିଲେଟ୍ସ, ୱାୟାର୍ ରୋଡ୍, ଆଲୋଇ ଇଙ୍ଗୋଟ୍ସ ଏବଂ କାଷ୍ଟ ବାରସ, ଆଲସି ଟି-ଇନଗଟ୍ସ, ସ୍ଲାବ ଏବଂ ରୋଲଡ୍ ପ୍ରଡକ୍ଟ, ଏରୋସ୍ପେସ୍ ଠାରୁ ଅଟୋମୋବାଇଲ୍, ବିଲଡିଂ ଏବଂ ନିର୍ମାଣ, ବିଦ୍ୟୁତିକରଣ, ଇଞ୍ଜିନିୟରିଂ, ପ୍ୟାକେଜିଂ, ଉପଭୋକ୍ତା ସାମଗ୍ରୀ, ଏବଂ ଆହୁରି ଅଧିକ ।