ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଯୁବକମାନଙ୍କୁ ସଶକ୍ତ କରିବା ଲାଗି ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିଛି

ଭୁବନେଶ୍ୱର, ୧୧ଜୁଲାଇ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଦକ୍ଷତା ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଏକ ପ୍ରମୁଖ ତାଲିମ ପ୍ରତିଷ୍ଠାନର ସହଭାଗିତାରେ ଏକ ପ୍ରମୁଖ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିଛି । ଏହି ପରିବର୍ତନଶୀଳ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଓଡ଼ିଶାର ଦୂରବର୍ତୀ ଗ୍ରାମାଂଚଳର ଯୁବକମାନଙ୍କୁ ତାଲିମ ଜରିଆରେ ଦକ୍ଷ କରାଇ ଭବିଷ୍ୟତ ପାଇଁ ନିଯୁକ୍ତି ପ୍ରୋତ୍ସାହନ ଯୋଗାଇବା ।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ବ୍ୟାଚରେ ସୁନ୍ଦରଗଡ଼ ଜିଲ୍ଲାର ଜାମଖାନି, ଗିରିସୀମା, ଝରପଲମ ଓ ମେନ୍ଦ୍ରା ଗ୍ରାମରୁ ୨୬ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ କ୍ରମାଗତ ୬ ମାସ ଧରି ଶିଳ୍ପ ବିଦ୍ୟୁତିକରଣ, ଗୁରୁତ୍ୱପୂର୍ଣ୍ଣ ମଡ୍ୟୁଲ ଯଥା ମୌଳିକ ଇଲେକ୍ଟ୍ରିକାଲ ଓ ଇଲେକଟ୍ରୋନିକ୍ସ, ଘରୋଇ ଓ ଶିଳ୍ପ ଓୟାରିଂ, ମୋଟର କଂଟ୍ରୋଲ, ଟ୍ରାନସଫର୍ମର, ଆର୍ଥିଂ, ଅଣ୍ଡରଗ୍ରାଉଣ୍ଡ କେବଲିଂ ଓ ଜଏଂଟ ପ୍ରଭୃତି ବିଭିନ୍ନ କୌଶଳଗତ ଦକ୍ଷତା ଆହରଣ କରିବେ ।

ତାଲିମ କାର୍ଯ୍ୟକ୍ରମ ଅଣ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ ଓ ଅଂଶଗ୍ରହଣକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ପରବର୍ତୀ କ୍ଷେତ୍ରରେ ବ୍ୟକ୍ତିଗତ ଅଭିବୃଦ୍ଧି ଓ ଅର୍ଥନୈତିକ ସମୃଦ୍ଧିରେ ସହାୟକ ହେବ । ଏହି ତାଲିମ ପାଇଁ ପୃଥକ ବ୍ୟାଚ ବ୍ୟବସ୍ଥା କରାଯାଇ ପ୍ରଶିକ୍ଷଣ ପରିସରକୁ ବିସ୍ତାର କରାଯିବା ଲକ୍ଷ୍ୟ ରହିଛି ।


ଏହି କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ, ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ଏହି ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରି ଆମେ ଆନନ୍ଦିତ । ଏହା ଦ୍ୱାରା ଓଡ଼ିଶାର ଯୁବକମାନେ ଆତ୍ମ ନିର୍ଭର ହେବା ସହ ନିଜକୁ ସଶକ୍ତ କରିପାରିବେ । ଭବିଷ୍ୟତ ପାଇଁ ସେମାନେ ନିଯୁକ୍ତି ସୁଯୋଗ ସହିତ ଆତ୍ମ ନିର୍ଭର ଜରିଆରେ ଅର୍ଥନୈତିକ ସମୃଦ୍ଧି ହାସଲ
କରିପାରିବେ । ଏହା ଦ୍ୱାରା ଆମ ଗୋଷ୍ଠୀର ବିକାଶ ହୋଇ ପାରିବ ।
ଏହି କାର୍ଯ୍ୟକ୍ରମରେ ତାଲିମ ନେଉଥିବା ଯୁବକମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ବରୁଣ କାନ୍ତ କହିଛନ୍ତିଯେ ମୁଁ ବେଦାନ୍ତକୁ ଧନ୍ୟବାଦ ଦେବାକୁ ଚାହିଁବି ଯିଏକି ଆମ ଗ୍ରାମର ବେେରୋଜଗାରୀ ଯୁବକମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ଯୋଗାଇ ପାରିଛି ।


ମୁଁ ସଫଳତାର ସହ ୬ ମାସର ତାଲିମ ଗ୍ରହଣ କରିବି । ଏହା ଦ୍ୱାରା ମୋ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଓ ମୋ ପରିବାର ଯତ୍ନ ପାଇଁ ସହାୟକ ହେବ । ବେଦାନ୍ତ ଆଲୁମିନିୟମର ମାଇନସ ବ୍ୟବସାୟ ଗୋଷ୍ଠୀର ବିକାଶରେ କାର୍ଯ୍ୟ କରୁଛି । ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ
ତୃଣମୂଳ ସ୍ତରୀୟ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରୁଛି । ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ମହିଳା ଓ ଶିଶୁ ବିକାଶ ପାଇଁ ଆଧୁନିକ ଅଙ୍ଗନବାଡି ନନ୍ଦଘର ପରିଚାଳନା ଜରିଆରେ ସମାଜରେ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *