ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକଙ୍କୁ ଦକ୍ଷତା କୌଶଳ ଶିକ୍ଷା ପ୍ରଦାନ କରିଛି


ବିଶ୍ୱ ଯୁବ ଦକ୍ଷତା ଦିବସରେ କମ୍ପାନି ଦକ୍ଷତା କାର୍ଯ୍ୟକ୍ରମକୁ ପ୍ରସାରିତ କରିବା ପ୍ରତିଶ୍ରୁତି ଦେଇଛି

ଭୁବନେଶ୍ୱର, ୧୫ ଜୁଲାଇ ,୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶା ଓ ଛତିଶଗଡ଼ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରିଛି । ଏହାର କାର୍ଯ୍ୟକଳାପରେ ଗୋଷ୍ଠୀର ଯୁବକମାନଙ୍କ ପ୍ରତି ଧ୍ୟାନ ଦେଇ ଅଣ କୁଶଳୀ ଓ ଅର୍ଦ୍ଧକୁଶଳୀ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରୁଛି । ବଜାର ସମ୍ବନ୍ଧୀୟ ଧନ୍ଦାମୂଳକ ଦକ୍ଷତା କୌଶଳ, ଉଦ୍ୟୋଗିତା ଓ କୃଷି, ପଶୁପାଳନ ଜରିଆରେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି ।

ବେଦାନ୍ତ ଆଲୁମିନିୟମ ହେଉଛି ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ଦର୍ଶନର ଜଣେ ସକ୍ରିୟ ସମର୍ଥକ । ବହୁ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯାହା ମିଳିତ ଜାତି ସଂଘ ଲକ୍ଷ୍ୟ ଅନୁଯାୟୀ ଦାରିଦ୍ର‌୍ୟ ଓ ଉପଯୁକ୍ତ କାର୍ଯ୍ୟ ତଥା ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି । ଅଗ୍ରଣୀ ଜ୍ଞାନପ୍ରଦାନକାରୀ ଯେପରିକି ନାବାର୍ଡ ଓ ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ସୋଲାର ଏନର୍ଜି ସହିତ ଘନିଷ୍ଠ ସହଭାଗୀ ହୋଇ ତାଲିମ କୌଶଳ ପ୍ରଦାନ କରୁଛି ।

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପ୍ରୟାସରେ ମୁଖ୍ୟତଃ ନିନୋଟି କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଉଛି ଯାହା:

ଧନ୍ଦାମୂଳକ କୌଶଳ: ବାଲକୋ, ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ତଥା ଛତିଶଗଡ଼ର କୋରବାରେ ଅବସ୍ଥିତ ବେଦାନ୍ତର ଏକ ସହାୟକ କଂପାନି ବେଦାନ୍ତ ସ୍କିଲ ସ୍କୁଲ କାର୍ଯ୍ୟକ୍ରମ ପ୍ରଚଳନ କରୁଛି ଯାହା ଖାଦ୍ୟ, ପାନୀୟ, ୱେଲଡିଂ, ସିଲେଈ ପ୍ରଭୃତି ଛଅଟି ବିଭାଗରେ ମାଗଣା ଦକ୍ଷତା ତାଲିମ ପ୍ରଦାନ କରେ । ଏନଏସଡିସି ନିର୍ଦ୍ଦେଶାବଳୀ ଅନୁସାରେ ଟେକନିସିଆନ, ଇଲେକଟ୍ରିକାଲ ଓ ଫିଟର ତାଲିମ ପ୍ରଦାନ କରୁଛି । ଲାଞ୍ଜିଗଡ଼ ଠାରେ ନାବାର୍ଡର ସହଯୋଗରେ ହାଉସକିପିଂ ଓ ଟେଲରିଂ ପରି ପାଠ୍ୟକ୍ରମ ଉପରେ ତାଲିମ ଦିଆଯାଉଛି ।

ବେଦାନ୍ତ ଆଲୁମିନିୟମ ମଧ୍ୟ ଭୁବନେଶ୍ୱରର ଦକ୍ଷତା ବିକାଶ ପ୍ରତିଷ୍ଠାନ ସହିତ ସହଭାଗୀ ହୋଇ ଓଡ଼ିଶାର ସୁନ୍ଦରଗଡ଼ର ଯୁବକମାନଙ୍କୁ ଇଲେକ୍ଟ୍ରିସିଆନ ପ୍ରଶିକ୍ଷଣ ପ୍ରଦାନ କରୁଛି । କମ୍ପାନି ସୋସାଇଟି ଫର ଓଡ଼ିଶା-କଟକ, ଛତିଆରେ ଥିବା ଅଶୋକ ଲେଲ୍ୟାଣ୍ଡ ଏଚଏମଭି ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ ସହିତ ସହଯୋଗରେ ଡ୍ରାଇଭିଂ ତାଲିମ ପରିଚାଳନା କରୁଛି । ଏହି ପ୍ରୋଗ୍ରାମ ଗୁଡ଼ିକ ସାଧାରଣତଃ ୨-୬ ମାସିଆ ହୋଇଥାଏ ।

ଉଦ୍ୟୋଗିତା: ଯୁବକମାନଙ୍କ ମଧ୍ୟରେ ଦକ୍ଷତା ସୃଷ୍ଟି ପାଇଁ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଶୁଭ ଲକ୍ଷ୍ମୀ ସମବାୟ ସମିତି ମାଧ୍ୟମରେ ଗ୍ରାମାଂଚଳର ମହିଳାମାନଙ୍କୁ ସଶକ୍ତ କରୁଛି । ୪୦୦୦ରୁ ଅଧିକ ସଦସ୍ୟ ଏହାଦ୍ୱାରା ଉପକୃତ ହୋଇ ପାରୁଛନ୍ତି । ଏହି ପ୍ରକଳ୍ପ ମାଇକ୍ରୋ ଫାଇନାନସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା, ବଜାର ସଂଯୋଗ ପ୍ରଭୃତି ବିଭିନ୍ନ ସହାୟତା ଯୋଗାଇ ଦେଉଛି । କାରୀଗରମାନଙ୍କୁ ସଶକ୍ତ କରାଇ ଧୋକ୍ରା ଓ ସଉରା ପରି କାରୀଗରଙ୍କୁ ପ୍ରୋତ୍ସାହନ ଯୋଗାଯାଉଛି । ସେହିପରି ଛତିଶଗଡ଼ର ସ୍ଥାନୀୟ ଏସଏଚଜି ଗୁଡ଼ିକୁ ବିସ୍ତାର କରାଯାଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଉଛି । ସେମାନେ ବିଭିନ୍ନ କୁଟୀର ଶିଳ୍ପ ଜରିଆରେ ରୋଜଗାର କରିପାରୁଛନ୍ତି ।

କୃଷି ଓ ପଶୁପାଳନ: ଜୀବିକା ସମୃଦ୍ଧି ଯୋଜନା ମାଧ୍ୟମରେ କଂପାନି ୩୩୦ରୁ ଅଧିକ ପରିବାରକୁ ଉପକୃତ କରି ଜଳବାୟୁ ଉପଯୋଗୀ ସ୍ଥାୟୀ ଚାଷ ଓ ପଶୁପାଳନ ଉପରେ ଆଧୁନିକ ପ୍ରଣାଳି ଓ ଅଭ୍ୟାସ ଉପରେ ବିଭିନ୍ନ ଅଧିବେଶନ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛି । ଲାଞ୍ଜିଗଡ଼ରେ ଏହାର ସ୍ଥାୟୀ ପ୍ରକଳ୍ପ ସହ କୋରବାରେ ମୋର ଜାଲ ମୋର ମାଟି ପ୍ରକଳ୍ପ ଅଧିନରେ କଂପାନି ଗୋଷ୍ଠି ଭିତିକ ତାଲିମରେ ଚାଷ, ଜଳ ପରିଚାଳନା,ମୃତିକା ସଂରକ୍ଷଣ, ବଜାର ସଂଯୋଗ ମାଧ୍ୟମରେ ଲୋକମାନଙ୍କ ଆୟବୃଦ୍ଧି ପାଇଁ ଉଦ୍ୟମ କରୁଛି ।

ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିଃ କହିଛନ୍ତିଯେ-ଭାରତରେ ଏବେବି ଯୁବପୀଢି ରହିଛନ୍ତି ଓ ଆମ ଦେଶର ଅଗ୍ରଗତି ଯୁବକମାନଙ୍କ ଦ୍ୱାରା ସମ୍ଭବ । ସ୍ଥାନୀୟ ଯୁବ ଦକ୍ଷତାର ସଦୁପଯୋଗ ପାଇଁ ଆମକୁ କୌଶଳଗତ ଦକ୍ଷତା ହାସଲ କରିବାକୁ ହେବ । ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ମଧ୍ୟରେ ଓ ବାହାରେ ଯୁବକମାନଙ୍କୁ ଦକ୍ଷ କରିବାକୁ ପ୍ର୍ରୟାସ କରେ ।

କମ୍ପାନିର ଉଦ୍ୟମକୁ ପ୍ରଶଂସା କରି ବାଲକୋର ସିଇଓ ତଥା ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତିଯେ-ବେଦାନ୍ତ ବାଲକୋ ଆମ ଦେଶର ଯୁବକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ଉପଯୋଗୀ କ୍ଷେତ୍ର ଗୁଡ଼ିକ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଛୁ ।

Leave a Reply

Your email address will not be published. Required fields are marked *