ଭାରତର ସର୍ବବୃହତ ବୈଦ୍ୟୁତିକ ଫର୍କଲିଫ୍ଟର ବ୍ୟବହାରକୁ ବିସ୍ତାର କରିଛି ବେଦାନ୍ତ ଆଲୁମିନିୟମ୍

ଭୁବନେଶ୍ୱର, : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟକୁ ୬୬ ୟୁନିଟକୁ ବୃଦ୍ଧି କରି ଭାରତରେ ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟର ସର୍ବବୃହତ ନିୟୋଜକ ଭାବରେ ନିଜର ସ୍ଥିତିକୁ ସୁଦୃଢ କରିଛି । କମ୍ପାନୀ ସଫଳତାର ସହିତ ଅତିରିକ୍ତ ୨୨ ଟି ବୈଦ୍ୟୁତିକ ଫର୍କଲିଫ୍ଟ ଓଡିଶାର ଝାରସୁଗୁଡା ଠାରେ ଏହାର ସ୍ମେଲଟର କାର୍ଯ୍ୟରେ ନିୟୋଜିତ କରି ନିରନ୍ତର କାର୍ଯ୍ୟ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ସମ୍ପ୍ରସାରଣ ବେଦାନ୍ତ ଆଲୁମିନିୟମର ଡିକାର୍ବୋନାଇଜେସନ୍ ଯାତ୍ରାକୁ ମଧ୍ୟ ସୁଦୃଢ କରିଛି ।

ଏହି ପଦକ୍ଷେପ ଅବସରରେ ବକ୍ତବ୍ୟ ରଖି ବେଦାନ୍ତ ଆଲୁମିନିୟମର ସିଇଓ ଜନ୍ ସ୍ଲାଭେନ୍ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମେରେ ସ୍ଥିରତା ବ୍ୟବସାୟ ଜରୁରୀ ଅଟେ । ଆମର ଉତ୍କର୍ଷତା ବୃଦ୍ଧି ପାଇଁ ଆମେ କ୍ରମାଗତ ଭାବରେ ଅଭିନବ ଅଭ୍ୟାସ ଗ୍ରହଣ କରୁ । ୬୬ ଟି ବୈଦ୍ୟୁତିକ ଲିଥିୟମ୍‌-ଆୟନ ଫର୍କଲିଫ୍ଟ ନିୟୋଜନ ଏକ ନେଟ୍ ଜିରୋ ଭବିଷ୍ୟତକୁ ତ୍ୱରାନ୍ୱିତ କରିବାରେ ଏକ ମାଇଲଖୁଂଟ ଚିହ୍ନିତ କରିଛି ।

ବେଦାନ୍ତ ଆଲୁମିନିୟମ୍ ଓଡିଶାର ଝାରସୁଗୁଡା ୟୁନିଟ୍ ସମେତ ଲାଞିଗଡରେ ନିୟୋଜିତ ହେବା ସହିତ ବାଲକୋ ସ୍ମେଲଟର ଛତିଶଗଡରେ ଏହି ଫର୍କଲିଫ୍ଟଗୁଡ଼ିକ ଶୀଘ୍ର ଏବଂ ନିରାପଦ ବ୍ୟାଟେରୀ ଚାର୍ଜିଂ କ୍ଷମତା ବୈଶିଷ୍ଟ୍ୟ ସହିତ କାର୍ଯ୍ୟ କରିଥାଏ । କାର୍ବନ ନିର୍ଗମନ ହ୍ରାସ କରିବାରେ ଯଥେଷ୍ଟ ଅବଦାନ ଥିବାବେଳେ ଏହା କାର୍ଯ୍ୟକ୍ଷମ ଦକ୍ଷତାକୁ ବୈପ୍ଳବିକ କରିଥାଏ । ଇଲେକ୍ଟ୍ରିକ୍ ଲିଥିୟମ୍‌-ଆୟନ ଫର୍କଲିଫ୍ଟ କମ୍ପାନୀର କାର୍ବନ ଫୁଟ୍ ପ୍ରିଂଟକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଯଥା-
ଚା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସମ୍ଭାବ୍ୟ ହ୍ରାସ, ଯାହାକି ବାର୍ଷିକ ପ୍ରାୟ ୨୫୦୦ ଟନ୍ ସିଓ୨ ସହିତ ସମାନ ଅଟେ ।
ଚା ଡିଜେଲ ବ୍ୟବହାରରେ ଯଥେଷ୍ଟ ହ୍ରାସ, ଯାହାକି ବାର୍ଷିକ ୮.୪ ଲକ୍ଷ ଲିଟରରୁ ଅଧିକ ସଂଚୟ ହୋଇଥାଏ ।
୨୦୩୦ ସୁଦ୍ଧା କମ୍ପାନୀ ଏହାର ହାଲୁକା ମୋଟର ଯାନ (ଏଲଏମଭି)ର ୧୦୦% ଡିକାର୍ବୋନାଇଜେସନ୍ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ପ୍ରଚଳିତ ପ୍ରୟାସ ବେଦାନ୍ତ ଆଲୁମିନିୟମ୍ ର ନିରନ୍ତର ପ୍ରୟାସର ଏକ ସାକ୍ଷ୍ୟ ଭାବରେ ଛିଡା ହୋଇଛି ଯାହା ଏହାର କାର୍ଯ୍ୟକଳାପକୁ ଡିକାର୍ବୋନାଇଜିଂ ଦିଗରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ମୂଲ୍ୟାଙ୍କନ ଏବଂ ନିୟୋଜିତ କରିଥାଏ । ଭାରତର ଅଗ୍ରଣୀ କମ୍ପାନୀଗୁଡିକ ମଧ୍ୟରେ ବେଦାନ୍ତ ବିଶେଷ ଭାବରେ ସାମଗ୍ରୀ ପରିଚାଳନାରେ ସ୍ଥାୟୀ କାର୍ଯ୍ୟକ୍ଷମ ଅଭ୍ୟାସ ଗ୍ରହଣ କରିବାରେ କ୍ଷେତ୍ରରେ ସ୍ଥାନିତ ହୋଇଛି ।

ବୈଦ୍ୟୁତିକ ଫର୍କଲିଫ୍ଟର ସମ୍ପ୍ରସାରଣ ହେଉଛି ଆଉ ଏକ ପଦକ୍ଷେପ ଯାହାକି ବେଦାନ୍ତ ଆଲୁମିନିୟମ୍‌ର ଯାତ୍ରା ୨୦୫୦ ସୁଦ୍ଧା ନେଟ୍ ଜିରୋ ହାସଲ କରିବା ଲକ୍ଷ୍ୟ ରଖିଛି । ଏହି ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ କମ୍ପାନୀ ଏହାର କାର୍ବନ ଫୁଟ୍ ପ୍ରିଂଟ ହ୍ରାସ କରିବାର ଦୁଇଗୁଣ ରଣନୀତିକୁ ଆପଣେଇଛି ଏବଂ ଏହାର ଶକ୍ତି ମିଶ୍ରଣରେ ନବୀକରଣ ଯୋଗ୍ୟତା ବୃଦ୍ଧି କରିବା ସହିତ ବ୍ୟାପକ ବୃକ୍ଷରୋପଣ ପ୍ରୟାସ ମାଧ୍ୟମରେ କାର୍ବନ ପାଦଚିହ୍ନକୁ ମଧ୍ୟ କମ୍‌କରିବାକୁ ଚେଷ୍ଟା କରୁଛି । ଏହାର କାର୍ଯ୍ୟକଳାପ ମାଧ୍ୟମରେ, କମ୍ପାନୀ ସବୁଜ ଭବିଷ୍ୟତ ନିଶ୍ଚିତ କରିବାକୁ ଦାୟିତ୍ୱବୋଧ ଭାବରେ ଉତ୍ପାଦିତ, ଉଚ୍ଚ-ଗୁଣାତ୍ମକ ଆଲୁମିନିୟମକୁ ବ୍ୟାପକ ବିଶ୍ୱସ୍ତରୀୟ ପ୍ରବେଶ କରିବାରେ ସକ୍ଷମ କରୁଛି ।

ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *