ବେଦାନ୍ତ ଆଲୁମିନିୟମ ପରିବେଶ ସୁରକ୍ଷା ସଚେତନତା

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସରେ ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ପରାମର୍ଶଦାତା ସଂସ୍ଥା ଆଇଓଆରଏ ଇକୋଲୋଜିକାଲ ସଲ୍ୟୁସନ ସହିତ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛି । ସହଭାଗୀତାର ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଆଇଓଆରଏ ସହିତ ମିଶି ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ । ଏହା ବିଭିନ୍ନ ଅଂଚଳରେ ଜଳ, ମାଟି, ଗଛଲତା ଓ ଜୀବଜନ୍ତୁ ପରି ପ୍ରାକୃତିକ ସଂରକ୍ଷଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ ।
୨୦୦୯ରେ ପ୍ରତିଷ୍ଠିତ ଆଇଓଆରଏ ପ୍ରାକୃତିକ ସଂପଦ ସଂରକ୍ଷଣ, ଅଙ୍ଗାରକାମ୍ଳ, ଜଙ୍ଗଲ, ଜଳବାୟୁ ପରିବର୍ତନ ହ୍ରାସ ଓ ଆଡାପ୍ସନ ଉପରେ ବୈଷୟିକ ଜ୍ଞାନ ପ୍ରଦାନ କରେ । ସହଭାଗିତା ଅଧିନରେ ଏହା ବେଦାନ୍ତ ଆଲୁମିନିୟମ ସହ ମିଶି ସ୍ଥାନୀୟ ବିବିଧତା ଓ ଇକୋସିଷ୍ଟମ ଲ୍ୟାଣ୍ଡସ୍କେପ ସ୍ତରୀୟ ପରିଚାଳନା ଉପରେ ପର୍ଯ୍ୟବେଶିତ ପ୍ରକଳ୍ପର ବିକାଶ ତଥା କାର୍ଯ୍ୟକାରୀତାରେ ସହାୟତା କରିବ । ବେଦାନ୍ତ ଆଲୁମିନିୟମ ପଡ଼ୋଶୀ ଗୋଷ୍ଠୀ ଓ ଅନ୍ୟାନ୍ୟ ଆଗ୍ରହୀ ହୀତାଧିକାରୀଙ୍କ ସହଯୋଗରେ ପ୍ରକୃତିଭିତିକ ଜଳବାୟୁ ଅଫସେଟ ଓ ଜୈବ ବିବିଧତା ପରିଚାଳନା ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରିବ ।
ଏହି ପଦକ୍ଷେପ ଓଡ଼ିଶା ଓ ଛତିଶଗଡ଼ରେ କମ୍ପାନିର କାର୍ଯ୍ୟ ପରିସରରେ ଗଢାଯିବ, ଯାହା ସଂଗଠିତ ଫୋରମ ମାଧ୍ୟମରେ ସଚେତନତା, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓ ତୃଣମୂଳ ଜୈବ ବିବିଧତା ଓ ପ୍ରକୃତିର ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ସହ ସ୍ଥାନୀୟ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ହୀତାଧିକାରୀଙ୍କ ସହ ଯୋଯୋଗ ବୃଦ୍ଧି କରିବ ।
ସହଭାଗୀତା ଉପରେ ମତଦେଇ ଶ୍ରୀ ଜନ ସ୍ଲାଭେନ, ସିଇଓ, ବେଦାନ୍ତ ଆଲୁମିନିୟମ କହିଛନ୍ତି ବେଦାନ୍ତରେ ଆମେ ଆମର ନିଷ୍ପତି ମାଧ୍ୟମରେ ପ୍ରକ୍ରିୟାରେ ସାମାଜିକ ଅର୍ଥନୈତିକ ପରିବର୍ତନ ଓ ପରିବେଶ ପରିଚାଳନା ଦ୍ୱାରା ସଫଳତା ମାପ କରି ନିଷ୍ପତି ଗ୍ରହଣ ପ୍ରକ୍ରିୟାର ପ୍ରତ୍ୟେକ ଦିଗରେ ସ୍ଥିରତାକୁ ଏକତ୍ର କରୁଛୁ । ଏହି ପ୍ରୟାସର ଏକ ଅଂଶ ଭାବରେ ଆମେ ନିରନ୍ତର ଭବିଷ୍ୟତ ଲାଗି ଉତ୍ସ ଦକ୍ଷତା, ବୃତାକାର ଅର୍ଥନୀତି ଅଭ୍ୟାସ ଓ ଗୋଷ୍ଠୀର ଅଭିବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦେଉଛୁ ଓ ୨୦୫୦ ସୁଦ୍ଧା ଜିରୋ ନିର୍ଗମନରେ ପହଂଚିବାକୁ ପ୍ରତିଶ୍ରୁତିବଦ୍ଧ ।
ଶ୍ରୀ ସ୍ୱପନ ମେହେରା , ସିଇଓ,ଆଇଓଆରଏ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ସହିତ ସହଭାଗୀ ହୋଇ ଆମେ ପରିବେଶର ଉନ୍ନତି ପାଇଁ କାମ କରିବୁ । ଆମର ପରିବେଶ ସମାଧାନର ନିୟୋଜନ ଦିଗରେ ଆମେ ବେଦାନ୍ତ ସହିତ ସହଭାଗୀ ହୋଇ କାର୍ଯ୍ୟକରିବାକୁ ଯାଉଥିବାରୁ ଆନନ୍ଦିତ । ଜଣେ ଶିଳ୍ପନେତା ଭାବରେ ବେଦାନ୍ତର ଏହି ପରିପ୍ରେକ୍ଷୀରେ ବିଶ୍ୱ ବ୍ୟବସାୟ ଦୃଶ୍ୟପଟ୍ଟରେ ଥିବା ସାଥୀମାନଙ୍କୁ ସେମାନଙ୍କର ଯୋଜନାକୁ ସୁଦୃଢ କରିବା ପାଇଁ ପ୍ରେରଣା ଯୋଗାଇବ ଏବଂ ସମଗ୍ର ଦେଶରେ ଏକ ପରିବର୍ତନଶୀଳ ଶିଳ୍ପ ପ୍ରଭାବ ସୃଷ୍ଟି କରିବ ।
ବେଦାନ୍ତ ଆଲୁମିନିୟମର କାର୍ଯ୍ୟ ପରିସର ଖଣି କାରବାର ବ୍ୟତୀତ ଝାରସୁଗୁଡ଼ାରେ ବିଶ୍ୱର ବୃହତ ଆଲୁମିନିୟମ ପ୍ଲାଂଟ ଓ ଲାଂଜିଗଡ଼ର ବିଶ୍ୱସ୍ତରୀୟ ରିଫାଇନାରୀ ଅନ୍ତର୍ଭୁକ୍ତ । ଏହା ସହ ବାଲକୋର ଆଇକନିକ ଆଲୁମିନିୟମ ଉତ୍ପାଦକ ରହିଛି । ବିଶ୍ୱ ପରିବେଶ ଦିବସ ଅବସରରେ କଂପାନି ଏହାର ବଳ ଓ ଗୋଷ୍ଠୀ ମଧ୍ୟରେ ଜ୍ଞାନ ନିର୍ମାଣ ଓ ଯୋଗଦାନ ପ୍ରୟାସ କରି ଆସିଛି । ବିଶେଷଜ୍ଞଙ୍କ ନେତୃତ୍ୱାଧିନ ଅଧିବେଶନରେ ଲୋକମାନଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଗଦାନ କରି ଆସିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।