ବେଦାନ୍ତ ଆଲୁମିନିୟମ ଓ ଡାଲମିଆ ସମେଂଟ ସହଯୋଗୀତାରେ ସ୍ୱଳ୍ପ କାର୍ବନ ସିମେଂଟ ଉତ୍ପାଦନ ହେବ

ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଂଟ ସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବଜୟ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଂଟ ଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି ସହଭାଗୀତା ଅନୁଯାୟୀ ଝାରସୁଗୁଡ଼ା ଭାଲିରେ ବେଦାନ୍ତର ବୃହତ ଆଲୁମିନିୟମ ସ୍ମେଲଟର ୫ ବର୍ଷ ପାଇଁ ମାସିକ ପ୍ରାୟ ୨୦ ଟି ଫ୍ଲାଏ ଆଶକୁ ଓଡ଼ିଶା, ଛତିଶଗଡ଼, ମେଘାଳୟ ଓ ଆସାମର ସିମେଂଟ ଉତ୍ପାଦନ ପାଇଁ ପରିବହନ କରିଥାଏ ଓ ରାଜଗାଙ୍ଗପୁରର କଂପାନିରୁ ପ୍ଲାଂଟକୁ ୩ ବର୍ଷ ପାଇଁ ଏସପିଏଲ ଯୋଗାଇଥାଏ । ବେଦାନ୍ତ ଲିମିଟେଡ ହେଉଛି ସିମେଂଟ ଶିଳ୍ପ ଗୁଡ଼ିକୁ ଉଚ୍ଚସ୍ତରୀୟ ଫ୍ଲାଏ ଆଶର ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ।

କୋଇଲା ବ୍ୟବହାର କରି ତାପଜ ବିଜୁଳି ଉତ୍ପାଦନର ଏକ ଉଚ୍ଚ ଭଲ୍ୟୁମ ଫ୍ଲାଏ ଆଶ ଓ ବେଦାନ୍ତ ଆଲୁମିନିୟମ ସ୍କେଲଟରରୁ ଏହା ସୃଷ୍ଟି ହୋଇଥାଏ । ଫ୍ଲାଏ ଆଶ ହେଉଛି ସମେଂଟ ଶିଳ୍ପରେ ଏକ କଂଚାମାଲ, ଏହା ଦ୍ୱାରା ସିମେଂଟର ଗୁଣବତା ବୃଦ୍ଧି ଓ ଅଙ୍ଗାରକାମ୍ଳ ପରିମାଣକୁ କମ କରାଯାଇ ପାରିବ । ଏକ ବୃହତ ଶିଳ୍ପ ବର୍ଜର୍୍ୟ ଭାବରେ ଫ୍ଲାଏ ଆଶର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସିମେଂଟ ତିଆରିରେ ବ୍ୟବହୃତ ପ୍ରତି ଟନ ଫ୍ଲାଏ ଆଶ ପ୍ରାୟ ୭୦୦-୮୦୦ କିଗ୍ରା କାର୍ବନ ନିର୍ଗମନ, ୪.୨ ନିୟୁତ କେଜି ଶକ୍ତି ଓ ୩୪୧ ଲି ପାଣି ସଂଚୟ କରିବାରେ ସାହାଯ୍ୟ କରେ ।

ଅନୁରୂପ ଭାବରେ ଏସପିଏଲ ସିମେଂଟର କଂଚାମାଲ, ଶକ୍ତିର ଉତ୍ସ ଭାବରେ ପ୍ରକ୍ରିୟାକରଣ କରାଯାଇ ପାରିବ । ଏହା ଦ୍ୱାରା ନିର୍ଗମନ ହ୍ରାସ, କମ ଇନ୍ଧନ ବ୍ୟବହାର ଓ ପ୍ରାକୃତିକ ଖଣିଜ ସଂପଦର କମ ବ୍ୟବହାର ହେବ ।

ଡାଲମିଆ ସମେଂଟ ସହିତ ସହଭାଗିତାକୁ ନେଇ ଶ୍ରୀ ସୁନିଲ ଗୁପ୍ତା, ସିଇଓ ବେଦାନ୍ତ ଲିଃ କହିଛନ୍ତିଯେ ଶିଳ୍ପର ପ୍ରକୃତିକୁ ଦୃଷ୍ଟିରେ ରଖି ବେଦାନ୍ତ ପରି ଏକ ବଡ଼ ଆଲୁମିନିୟମ ଉତ୍ପାଦକ ହେଉଛି ସିମେଂଟ ଶିଳ୍ପ ପାଇଁ ଏକ ଦୀର୍ଘକାଳୀନ ଅଂଶୀଦାର । ରଣନୀତିକ ସହଯୋଗ ଯେପରିକି ସିମେଂଟ ତିଆରିରେ ଉନ୍ନତ ଗୁଣବତା, ସ୍ଥାୟିତ୍ୱ ଓ ମୂଲ୍ୟ ଦୃଷ୍ଟିରୁ ଏକାଧିକ ଲାଭ ପ୍ରଦାନ କରିବ ଓ ଏଥିପାଇଁ ଆମେ ବର୍ଜ୍ୟବସ୍ତୁର ସଠିକ ସଦୁପଯୋଗ କରିବାକୁ ଚାହୁଁଛୁ । ସଂପୃକ୍ତ ଶିଳ୍ପର ଉତ୍ପାଦନ ଓ ସ୍ଥାୟୀବିକାଶ ଲାଗି ଆମର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଡାଲମିଆ ସିମେଂଟର ମୁଖପାତ୍ର କହିଛନ୍ତିଯେ- ଡାଲମିଆ ସିମେଂଟ ହେଉଛି ଭାରତର ଅଗ୍ରଣୀ ହୋମଗାର୍ଡ ସିମେଂଟ କଂପାନି ମଧ୍ୟରୁ ଅନ୍ୟତମ । ଭାରତରେ ଡାଲମିଆ ସିମେଂଟ ଏହାର ସମସ୍ତ ହୀତାଧିକାରୀଙ୍କ ପାଇଁ ସ୍ଥାୟୀ ଉପାୟରେ ମୂଲ୍ୟ ବୃଦ୍ଧି କରିବାକୁ ଆଗ୍ରହ ପ୍ରକାଶ କରିଆସୁଛି । ବେଦାନ୍ତ ଆଲୁମିନିୟମ ସହିତ ଆମର ସହଭାଗିତା ଉଭୟ ସିମେଂଟ ଓ ଆଲୁମିନିୟମର ସ୍ଥିରତା ଏଜେଣ୍ଡାକୁ ସମର୍ଥନ କରିବା ଦିଗରେ ଉଭୟ କଂପାନିକୁ ପ୍ରତିବଦ୍ଧତାକୁ ଦର୍ଶାଉଛି । ବେଦାନ୍ତର ସହଯୋଗ ପାଇଁ ଆମେ ଆନନ୍ଦିତ ।

ଓଡ଼ିଶାରେ କଂପାନି ଫ୍ଲାଏ ଆଶକୁ ସବୁଜ ରାସ୍ତା ତିଆରୀ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସହିତ ଦୀର୍ଘକାଳୀନ ସହଭାଗିତା କରିଆସୁଛି । ସିମେଂଟ ତିଆରି କ୍ଷେତ୍ରରେ ଏହି ଉତ୍ପାଦକୁ ବିଶେଷ ଭାବରେ କାର୍ଯ୍ୟକାରୀ କରାଇବା ଦିଗରେ କଂପାନି ଗୁରୁତ୍ୱ ଦେଉଛି । କଂପାନି ପକ୍ଷରୁ ମଧ୍ୟ ଫ୍ଲାଏ ଆଶ ଇଟା ତିଆରି କରୁଥିବା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ।

Leave a Reply

Your email address will not be published. Required fields are marked *