ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଜିଲ୍ଲା ଦୌଡ଼କୁଦ ସଂଘର ପ୍ରଶାସନିକ କୋଠାର ପ୍ରାୟୋଜକ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଜିଲ୍ଲା ଦୌଡ଼କୁଦ ସଂଘର ନୂଆ ପ୍ରଶାସନିକ କୋଠାର ନିର୍ମାଣର ପ୍ରାୟୋଜକ ହୋଇଛି । ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନିଲ ଗୁପ୍ତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଏବଯ ବରଗଡ଼ ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ କଂଟାପାଲି ଗ୍ରାମରେ ନୂଆ କୋଠାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମର ହବ୍ ଭାବେ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଦିଗରେ ଏହି ପ୍ରଶାସନିକ କୋଠା କାର୍ଯ୍ୟ କରିବ । ଏହି କମ୍ପେ୍ଲକ୍ସ (ପରିସର)ର ବିକାଶ ଲାଗି କଂପାନି ପକ୍ଷରୁ ୫୦ ଲକ୍ଷ ଟଙ୍କାର ପ୍ରତିବଦ୍ଧତା ପ୍ରଦାନ କରାଯାଇଛି ।

ଏହି ଅବସରରେ ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନିଲ ଗୁପ୍ତା କହିଛନ୍ତି ଯେ, “ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ ସୃଷ୍ଟି କରିବାର ଏକ ସମୃଦ୍ଧ ପରମ୍ପରା ଓଡ଼ିଶାର ରହିଛି । ଝାରସୁଗୁଡ଼ାରେ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ପ୍ରସାର କରିବା ଲାଗି ଜିଲ୍ଳା ଦୌଡ଼କୁଦ ସଂଘ ପ୍ରଶଂସନୀୟ କାର୍ଯ୍ୟ କରୁଛି ଏବଂ ଏକ ପ୍ରଶାସନିକ କୋଠାର ବିକାଶ ଜରିଆରେ ସେମାନଙ୍କ ଉଦ୍ୟମରେ ଉନ୍ନତି ଆଣୁଥିବାରୁ ଆମେ ଗର୍ବିତ । ଅଂଚଳର ଯୁବପିଢ଼ିଙ୍କ ସାମଗ୍ରିକ ବିକାଶ, ଏକ ଅନ୍ତର୍ଭୁକ୍ତୀକରଣ, ସୁସ୍ଥକର ଏବଂ ଅଭିନବ ପରିବେଶ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛୁ ଯାହା ସେମାନଙ୍କୁ ଏହି ଅଂଚଳର ସାମାଜିକ-ଅର୍ଥନୈତିକ ରୂପାନ୍ତରଣର କାରିଗର ହେବା ଲାଗି ସଠିକ୍ ସରଞ୍ଜାମ ପ୍ରଦାନ କରିବ ।’’

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ କହିଛନ୍ତି ଯେ, “ଜିଲ୍ଲା ଦୌଡ଼କୁଦ ସଂଘର ନୂଆ ପ୍ରଶାସନିକ କୋଠା ହେଉଛି ଜିଲ୍ଲାରେ ଏକ ବହୁ ପ୍ରତିକ୍ଷୀତ ବିକାଶ ଏବଂ ଏହି ଉଦ୍ୟମ ପାଇଁ ମୁଁ ବେଦାନ୍ତ ଆଲୁମିନିୟମ୍‌କୁ ଧନ୍ୟବାଦ ଜଣାଉଛି । ଏକ ସୁସ୍ଥକର ସମାଜ ଗଠନ କରିବା ଲାଗି କ୍ରୀଡ଼ାର ବିକାଶ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କମ୍ପେ୍ଲକ୍ସ ଏହି ଅଂଚଳରେ କ୍ରୀଡ଼ା ସଂସ୍କୃତିରେ ଅଭିବୃଦ୍ଧିରେ ବାର୍ତାବହରେ ପରିଣତ ହେବ ।’’

ବରଗଡ଼ର ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ କହିଛନ୍ତି ଯେ, “ପ୍ରଶାସନିକ କୋଠାର ବିକାଶ ଲାଗି ବେଦାନ୍ତର ସହାୟତାକୁ ମୁଁ ସ୍ୱାଗତ କରୁଛି । ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ଲକ୍ଷ୍ୟ ଦ୍ୱାରା ଝାରସୁଗୁଡ଼ା ଉପକୃତ ହେବା ଉଚିତ । ବେଦାନ୍ତ ଆଲୁମିନିୟମ ସହ ଏହି ସହଯୋଗିତା ଏହି ଅଂଚଳରେ କ୍ରୀଡ଼ାର ଅଭିବୃଦ୍ଧି ପଥ ପ୍ରଦର୍ଶନ କରିବ ।’’

ବେଦାନ୍ତ ଝାରସୁଗୁଡ଼ାର ଏହାର କାର୍ଯ୍ୟ କ୍ଷେତ୍ର ଆଖପାଖ ଅଂଚଳରେ ସ୍ଥାନୀୟ ଗୋଷ୍ଠୀର ଯୁବ ପ୍ରତିଭାବାନମାନଙ୍କ ଅଂଶଗ୍ରହଣ ଜରିଆରେ ତୃଣମୂଳ ସ୍ତରରେ କ୍ରୀଡା ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି । ସେହି ଲକ୍ଷ୍ୟର ସନ୍ଧାନରେ କଂପାନି ପକ୍ଷରୁ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକାର କ୍ରୀଡ଼ା, କାର୍ଯ୍ୟକ୍ରମ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରାଯାଉଛି ।

ନିରନ୍ତର ଜୀବନଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତୀକରଣ, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ଜୈବ-ନିବେଶ ଏବଂ ଗୋଷ୍ଠୀ ଭିତିଭୂମି କ୍ଷେତ୍ରରେ ବେଦାନ୍ତର ସାମାଜିକ ପଦକ୍ଷେପ ଝାରସୁଗୁଡ଼ା ଓ ଏହାର ଆଖପାଖ ଅଂଚଳର ୭୯ରୁ ଅଧିକ ଗ୍ରାମରେ ପହଂଚିଛି, ଯଦ୍ୱାରା ବର୍ଷକରେ ପ୍ରାୟ ୧.୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏହା ୩୩୯ରୁ ଅଧିକ ଏସ୍‌ଏଚ୍‌ଜିର ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଥିବା ବେଳେ ବାର୍ଷିକ ପ୍ରାୟ ୩୨,୦୦୦ ଲୋକଙ୍କ ଘର ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇଛି, ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇଥିବା ବେଳେ ଗୋଷ୍ଠୀ ସ୍ତରରେ ସ୍ଥାନୀୟ ସହଯୋଗିତା ଜରିଆରେ ୧.୪୮ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛି ।

ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ୍‌ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭାରତର ଅଧା ଆଲୁମିନିୟମ୍ ଅର୍ଥାତ ୨୦୨୧-୨ ଆର୍ଥିକ ବର୍ଷରେ ୨.୨୬ ନିୟୁତ ଟନ୍ ଉତ୍ପାଦନ କରାଯାଇଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦନର ଅଗ୍ରଣୀ ସଂସ୍ଥା ଯାହାକୁ ମୌଳିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଲୁମିିୟମ୍ ଶିଳ୍ପ ପାଇଁ ବିଶ୍ୱ ର‌୍ୟାଙ୍କିଙ୍ଗ୍ ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍‌ଆଇ) ୨୦୨୧ରେ ବେଦାନ୍ତ ଆଲୁମିନିୟମ୍‌ର ର‌୍ୟାଙ୍କ ଚତୁର୍ଥ ସ୍ଥାନରେ ରହିଛି ଯାହା ହେଉଛି ଏହାର ନିରନ୍ତରତା ବିକାଶ ପ୍ରଥାର ପ୍ରତିଫଳନ । ଭାରତରେ ବିଶ୍ୱଶ୍ରେଣୀର ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାର ପ୍ଲାଂଟ୍‌କୁ ସହ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମ୍‌ର ଉଦୀୟମାନ ବ୍ୟବହାରକୁ ବଢ଼ାଇବା ପାଇଁ ଏହାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *