ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ କୃଷକମାନଙ୍କ ସହିତ କିସାନ ଦିବସ ପାଳନ

ଭୁବନେଶ୍ୱର, ୨୩ ଡିସେମ୍ବର,୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ, ଝାରସୁଗୁଡ଼ାର ସ୍ଥାନୀୟ କୃଷକ ଗୋଷ୍ଠୀଙ୍କ ପାଇଁ କିସାନ ଦିବସ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ କୃଷକ, କମ୍ପାନିର ଜୀବିକା ସମୃଦ୍ଧି ଓ ଶୁଭଲକ୍ଷ୍ମୀ ସମବାୟ ସମିତି ପ୍ରକଳ୍ପରେ ନାମାଙ୍କିତ କୃଷି ଉଦ୍ୟୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଜୀବିକା ସମୃଦ୍ଧି ହେଉଛି କଂପାନି ଦ୍ୱାରା କୃଷି ପାଇଁ ପରିଚାଳିତ ଏକ ସ୍ଥାୟୀ ଜୀବିକା ପ୍ରକଳ୍ପ ଓ ଶୁଭଲକ୍ଷ୍ମୀ ମହିଳା ସମବାୟ ହେଉଛି ଭାରତର ବୃହତ ଗ୍ରାମୀଣ ମହିଳା ସମବାୟ ସମିତି ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେନ୍ଦ୍ର ଡେଲକି, ସହକାରୀ ଉଦ୍ୟାନ କୃଷି ଅଧିକାରୀ-କୋଲାବିରା ବ୍ଲକ, ଓଡ଼ିଶା ସରକାର, ଶ୍ରୀମତୀ ଜାନବୀ ପ୍ରଧାନ, ସରପଂଚ, ପରମାଣପୁର ବ୍ଲକ ଉପସ୍ଥିତ ଥିଲେ । ଜମି ଓ ଜଳ ପରିଚାଳନା, ଫସଲ ଯୋଜନା, ଅମଳ ପରିଚାଳନା, ପ୍ରାକୃତିକ କୀଟନାଶକ ପରିଚାଳନା ଓ ସରକାରଙ୍କ ଦ୍ୱାରା ବିଭିନ୍ନ କୃଷି ଯୋଜନା ଉପରେ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ ।
ଜୀବିକା ସମୃଦ୍ଧି ଜରିଆରେ ବେଦାନ୍ତ ଆଲୁମିନିୟମ ଏହି ଅଂଚଳର କୃଷକଙ୍କ ପାଇଁ ଉନ୍ନତ କୃଷି ଅଭ୍ୟାସ ଉପରେ ତାଲିମ ଦେଇ ସହାୟତା କରିଆସୁଛି । ଏହି ପ୍ରକଳ୍ପ ଝାରସୁଗୁଡ଼ାର ପାଂଚୋଟି ଗ୍ରାମରେ ୩୦୦ରୁ ଅଧିକ ଚାଷୀ ପରିବାରକୁ ସକାରାତ୍ମକ ଭାବେ ପ୍ରଭାବିତ କରୁଛି ଓ କୃଷକଙ୍କ ମାସିକ ଆୟ ୫୦% ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କୃଷକମାନଙ୍କୁ ଉନ୍ନତ ଉତ୍ସ ଗୁଡ଼ିକ ବିଷୟରେ ସୂଚନା ଦେବା, ବିବିଧ ଫସଲ ପାଇଁ ପରାମର୍ଶ ଓ ସହାୟତା କରି ବର୍ଷ ତମାମ ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ ହେବା ପାଇଁ ସୁଯୋଗ ଦେଇଛି । ସମୟକୁ ସମୟରେ ଉନ୍ନତ କୃଷି ଅଭ୍ୟାସ ଉପରେ ଉପଯୁକ୍ତ ତାଲିମ ଦିଆଯାଉଛି ।
ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ସମିତି ହେଉଛି ଭାରତର ବୃହତ ଗ୍ରାମୀଣ ମହିଳା ସମବାୟ ସମିତି ମଧ୍ୟରୁ ଅନ୍ୟତମ, ଯେଉଁଥିରେ ଓଡ଼ିଶାର ୭୨ଟି ଗ୍ରାମ ଓ ୪୧୦୦ରୁ ଅଧିକ ମହିଳା ସଦସ୍ୟ ରହିଛନ୍ତି । ଏମାନଙ୍କ ପାଇଁ ଆତ୍ମ ନିଯୁକ୍ତି ସୁବିଧା ସାଙ୍ଗକୁ ବଜାର ଲିଙ୍କେଜ କରାଯାଇଛି । ୧୮୦୦ରୁ ମହିଳା ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି ।
ସ୍ଥାନୀୟ କୃଷି ଗୋଷ୍ଠୀଙ୍କୁ ସମର୍ଥନ କରିବା ଲାଗି କଂପାନିର ଉଦ୍ୟମ ବିଷୟରେ ସୂଚନା ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଇଓ-ବେଦାନ୍ତ ଲିଃ, ଝାରସୁଗୁଡ଼ା କହିଛନ୍ତିଯେ-ଉନ୍ନତ ସମ୍ବଳ ଓ ଜ୍ଞାନ ଦ୍ୱାରା ଆମେ ଏହି ଅଂଚଳରେ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇଛୁ । କିସାନ ଦିବସରେ ସେମାନଙ୍କ ପ୍ରଗତିରେ ଅଂଶୀଦାର ହୋଇପାରିଥିବାରୁ ନିଜକୁ ଗୌରବାନ୍ୱିତ ମନେକରୁଛୁ ।
ଅଧିବେଶନରେ ଯୋଗ ଦେଇଥିବା ଜଣେ କୃଷକ ଅରୁଣ କୁମାର ପ୍ରଧାନ କହିଛନ୍ତିଯେ-ଆଜିର ତାଲିମ କାର୍ଯ୍ୟକ୍ରମ ନୂଆ କୃଷି ଅଭ୍ୟାସ ଉପରେ ଆମକୁ ଶିକ୍ଷା ଦେଇଛି । ମୁଁ ମୋ ଚାଷରୁ ଭଲ ଅମଳ କରିବାକୁ ଆଶା ରଖିଛି । ମୁଁ ବେଦାନ୍ତର ଜୀବିକା ସମୃଦ୍ଧି କାର୍ଯ୍ୟକ୍ରମ ସହ ଜଡ଼ିତ ଅଛି ଓ ଏଠାରୁ ବହୁ ସୂଚନା ପାଇ କାର୍ଯ୍ୟରେ ଲଗାଇଛି । ଆମକୁ ସହାୟତା ପ୍ରଦାନ କରୁଥିବାରୁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୭୫ କ୍ୟାପଟିଭ ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।