ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ଶୁଭଲକ୍ଷ୍ମୀ ଅଧିନରେ ଝୋଟ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭାରମ୍ଭ
ଝାରସୁଗୁଡ଼ରେ ୧୫ ଜଣ ମହିଳା କ୍ଷୁଦ୍ର ଉଦ୍ୟୋଗୀ ଏଥିରୁ ଲାଭବାନ ହେବେ
ଝାରସୁଗୁଡ଼ା,ପ୍ରବାହ ନ୍ୟୁଜ୍ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର କେଲେଣ୍ଡାମାଲ ଗ୍ରାମରେ ଏକ ଝୋଟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ କରିଛି, ଯାହା ମହିଳାମାନଙ୍କ ଲାଗି ନୂଆ ଜୀବିକା ସୃଷ୍ଟିରେ ସହାୟକ ହେବ। ଏହା ଶୁଭଲକ୍ଷ୍ମୀ ସମବାୟ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେବ। ସଦସ୍ୟମାନଙ୍କୁ ଝୋଟ ଉତ୍ପାଦ ଉତ୍ପାଦନ, ପରିବେଶ ଅନୁକୂଳ ସାମଗ୍ରୀ ପ୍ରୋତ୍ସାହନ ଓ ମହିଳା ନେତୃତ୍ୱାଧୀନ ବ୍ୟବସାୟକୁ ସମର୍ଥନ କରିବ।
ପ୍ରଥମ ପର୍ଯ୍ୟାୟରେ ଚାରୋଟି ଝୋଟ ପ୍ରକ୍ରିୟାକରଣ ମେସିନ ସହ ସଜ୍ଜିତ କେନ୍ଦ୍ର ପ୍ରାରମ୍ଭ ରେ ପୁନଃବ୍ୟବହାର ଯୋଗ୍ୟ ଝୋଟ ବ୍ୟାଗ ନିର୍ମାଣ ଉପରେ ଧ୍ୟାନ ଦେବ। ଏହା ଦ୍ୱାରା ଲୋକମାନେ ପ୍ଲାଷ୍ଟିକ ବ୍ୟବହାରକୁ ଦୂର କରିପାରିବେ। ଦକ୍ଷତା ତାଲିମ, ଭିତିଭୂମି ଓ ବଜାର ସମର୍ଥନକୁ ନେଇ ଏହା ଏକ ସବୁଜ ଉଦ୍ୟୋଗ ମଡେଲ ସୃଷ୍ଟି କରିବ।
କେଲେଣ୍ଡାମାଲ ଗ୍ରାମର ସରପଂଚ ସୁଶ୍ରୀ ସୁଶ୍ରିତା ନାୟକଙ୍କ ଦ୍ୱାରା ଶୁଭଲକ୍ଷ୍ମୀ ସମବାୟର ସଭାପତି ଶ୍ରୀମତି ପଙ୍କଜିନି ଓରାମ ଓ ବେଦାନ୍ତ ଆଲୁମିନିୟମର ସିଏସଆର ମୁଖ୍ୟ ଶ୍ରୀମତୀ ହରମୀତ ସେରାଙ୍କ ଉପସ୍ଥିତିରେ ଏହି କେନ୍ଦ୍ରର ଉଦଘାଟନ କରାଯାଇଥିଲା।
ଏହି ପଦକ୍ଷେପର ପ୍ରଭାବ ଉପରେ ଆଲୋକପାତ କରି ବେଦାନ୍ତ ଝାରସୁଗୁଡ଼ାର ସିଇଓ ସି ଚନ୍ଦ୍ରୁ କହିଛନ୍ତି ଯେ ନିରନ୍ତର ବିକାଶ ପାଇଁ ପରିବେଶଗତ ଦାୟିତ୍ୱ ସହ ଆର୍ଥିକ ସୁଯୋଗ ସନ୍ତୁଳନତା ଆବଶ୍ୟକ। ଶୁଭଲକ୍ଷ୍ମୀ ସମବାୟ ସମିତି ସହ ଏହି ସହଭାଗିତା ଜରୀଆରେ ଆମେ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ସହ ଆୟକୁ ସୁଦୃଢ କରୁଥିବା ଉଦ୍ୟୋଗ ନିର୍ମାଣ କରିବାକୁ ମହିଳାମାନଙ୍କୁ ଉତ୍ସାହିତ କରୁଛୁ ଯାହା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ସହ ଜଡ଼ିତ।
ଶୁଭଲକ୍ଷ୍ମୀ ସମବାୟ ସମିତର ସଭାପତି ଶ୍ରୀମତୀ ପଙ୍କଜିନିର ଓରାମ କହିଛନ୍ତି ଯେ ଝୋଟ ପ୍ରକ୍ରିୟାକରଣ କେନ୍ଦ୍ର ଆମ ସଂପ୍ରଦାୟରେ ମହିଳାମାନଙ୍କୁ ସଶକ୍ତ କରିବ। ବେଦାନ୍ତ ସମର୍ଥନରେ ମହିଳମାନେ ତାଲିମ ଓ ଦକ୍ଷତା ବୃଦ୍ଧିର ସୁଯୋଗ ପାଇବେ। ଏହା ଦ୍ୱାରା ସେମାନେ ନିଜସ୍ୱ ଉଦ୍ୟୋଗ ଚଳାଇବାକୁ ସକ୍ଷମ ହେବେ।
ବେଦାନ୍ତ ଆଲୁମିନିୟମ ଦ୍ୱାରା ବାପକ ସମର୍ଥିତ ସୁଭଲକ୍ଷ୍ମୀ ସମବାୟ ଓଡ଼ିଶାର ଏକ ପ୍ରଭାବଶାଳୀ ମହିଳା ସଶକ୍ତିକରଣ ମଡେଲ ମଧ୍ୟରୁ ଅନ୍ୟତମ ଭାବେ କାର୍ଯ୍ୟ କରୁଛି। ଏହା ଜିଲ୍ଲାର ୪୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦୦୦ରୁ ଅଧିକ ମହିଳାଙ୍କୁ ନିୟୋଜିତ କରୁଛି। ସେମାନଙ୍କୁ ବଜାର ଦକ୍ଷତା, ଋଣ ଉପଲବ୍ଧତା ଓ ଉଦ୍ୟୋଗୀ ତାଲିମ ପ୍ରଦାନ କରୁଛି। ଏହା ଦ୍ୱାରା ହଜାର ହଜାର ଲୋକଙ୍କୁ ସ୍ଥାୟୀ ଜୀବିକା ଓ ଆର୍ଥିକ ସ୍ୱାଧୀନତା ମିଳିପାରୁଛି। ଏହା ୧୫୦୦ରୁ ଅଧିକ ମହିଳାଙ୍କୁ ସହାୟତା କରି ୨.୫୫ କୋଟି ଟଙ୍କାରୁ ଅଧିକ ମାଇକ୍ରୋଫାଇନାନ୍ସ ଋଣ ପ୍ରଦାନ କରିଛି।
ଆର୍ଥିକ ଉନ୍ନତି ବ୍ୟତୀତ ସୁଭଲକ୍ଷ୍ମୀ ଗ୍ରାମୀଣ ମହିଳାମାନଙ୍କ ଭିତରେ ଆତ୍ମବିଶ୍ୱାସ, ଗତିଶୀଳତା ଓ ସାମାଜିକ ଅଂଶଗ୍ରହଣ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଝୋଟ ପ୍ରକିୟାକରଣ କେନ୍ଦ୍ର ମହିଳାମାନଙ୍କୁ ପରିବେଶଗତ ଭାବରେ ଦାୟିତ୍ୱପୂର୍ଣ୍ଣ ଜୀବିକା ସହ ସମନ୍ୱିତ କରି ଏହି ଇକୋସିଷ୍ଟମକୁ ଆହୁରି ବିସ୍ତାର କରୁଛି।
