ଭାରତର ୭୬ତମ ସ୍ୱାଧୀନତା ଦିବସ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରର ବିକାଶ ପାଇଁ ‘ପଂଚପ୍ରାଣ’ ପ୍ରତିଶୃତି

ଭାରତରେ ଏହାର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ପ୍ରବଳ ଉତ୍ସାହର ସହ ସ୍ୱାଧୀତନା ଦିବସ ପାଳିତ
ଭୁବନେଶ୍ୱର, ୧୭ ଅଗଷ୍ଟ, ୨୦୨୨: ଭାରତର ୭୬ତମ ସ୍ୱାଧୀନତା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ଏହାର ଓଡ଼ିଶା ଓ ଛତିଶଗଡ଼ କର୍ମପରିସରରେ ଏହାର କର୍ମଚାରୀ, ବ୍ୟବସାୟିକ ସହଯୋଗୀ, ଗୋଷ୍ଠୀ ସଦସ୍ୟ ଓ ସେମାନଙ୍କ ପରିବାରଙ୍କ ମଧ୍ୟରେ “ପଂଚପ୍ରାଣ”ର ଆଭିମୁଖ୍ୟ ସହିତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଛି ।
ଆରମ୍ଭରୁ ବୋନ୍ତ ଆଲୁମିନିୟମ ଜାତୀୟ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇ ଭାରତକୁ ବିଶ୍ୱ ମାନଚିତ୍ରରେ ଆଲୁମିନିୟମର ଏକ ଦ୍ରୁତ ଉଦୀୟମାନ ଶକ୍ତି ପାୱାର ହାଉସର ମାନ୍ୟତା ଦେଇ ପାରିଛି । ଭାରତରେ ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମ ଅଟୋମୋବାଇଲ, ନିର୍ମାଣ, ବୈଦ୍ୟୁତିକ, ଉପଭୋକ୍ତା ସାମଗ୍ରୀ, ବୈଦ୍ୟୁତିକ ଯାନଏବଂ ସୌର/ଅକ୍ଷୟ ଶକ୍ତି ସହ ହାଇ ଟେକ ଉଦ୍ୟୋଗ ଯଥା ଏରୋସ୍ପେଶ ପରି କ୍ଷେତ୍ର ପାଇଁ ଏକ ଅପରିହାର୍ଯ୍ୟ ସାମଗ୍ରୀ ହୋଇ ପାରିଛି । ଏହା ପ୍ରଧାନମନ୍ତ୍ରୀଙ୍କ ପଂଚପ୍ରାଣ ଅଭିମୁଖ୍ୟକୁ ପ୍ରତିପାଦିତ କରିବାକୁ ଆଶାବାଦୀ ।
ଚା ଜାତୀୟ ବିକାଶ: ଭାରତୀୟ ଆଲୁମିନିୟମ ଉଦ୍ୟୋଗ ମଳିତ ଭାବରେ ଭାରତର ଉିତପାଦନର ଜିଡିପିକୁ ୨% ଅବଦାନ ଯୋଗାଇଥାଏ, ମୂଲ୍ୟ ଶୃଙ୍ଖଳାରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ଓ ୪୦୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହିତ କରିଥାଏ । କେବଳ ବେଦାନ୍ତ ୫୦%ରୁ ଅଧିକ ଆଲୁମିନିୟମ ଉତ୍ପାଦନ କରିଥାଏ, ଯାହା ବର୍ତମାନ କମ ଅଙ୍ଗାରକାମ୍ଳ ବିଶିଷ୍ଟ ରେସ୍ତୋରାକୁ ବଜାରକୁ ଛାଡ଼ିବାରେ ସକ୍ଷମ ହୋଇ ପାରିଛି ।
ଚା ସେବାୟତଙ୍କ ଠାରୁ ମୁକ୍ତି: ବିଶ୍ୱବ୍ୟାପୀ ବଜାର ପାଇଁ ସ୍ୱଦେଶୀ ନିର୍ମାଣ ଉପରେ ଗୁରୁତ୍ୱ ସହ ମାନଦଣ୍ଡ ପ୍ରତିଷ୍ଠା କରି ବେଦାନ୍ତ ମେଡ ଇନ ଇଣ୍ଡିଆ ଲକ୍ଷ୍ୟ ପୂରଣ କରୁଛି । ଆଲୁମିନିୟମ ଉତ୍ପାଦକୁ ୩୫ଟିରୁ ଅଧିକ ଦେଶକୁ ରପ୍ତାନି କରୁଛି ।
ଚା ଏøତିହ ଓ ଉତରାଧିକାରରେ ଗୌରବ ବହନ କରୁଛି: ଆଲୁମିନିୟମ ବାହାରେ ବେଦାନ୍ତ ଆଲୁମିନିୟମ ପ୍ରାଚୀନ ଆଦିବାସୀ କଳା ସଂସ୍କୃତିକୁ ପ୍ରୋତ୍ସାହନ ଯୋଗାଇ ଭାରତର ସମୃଦ୍ଧ ପରଂପରାକୁ ଉଜ୍ଜୀବିତ କରୁଅଛି ।
ଚା ଏକତା ମଧ୍ୟରେ ଶକ୍ତି: ଶିକ୍ଷା, ଅଭିଜ୍ଞତା ଓ ଭୌଗୋଳିକ ଦୃଷ୍ଟିରୁ କଂପାନିର ମାମୋଥ ଆଲୁମିନିୟମ ଅପରେସନ ଅନ୍ୟତମ ବିବିଧ କାର୍ଯ୍ୟ ଶୈଳୀ ଦ୍ୱାରା ପରିଚାଳିତ । ବିବିଧ ଚିନ୍ତାଧାରା ପ୍ରକ୍ରିୟାରୁ କଂପାନି ଭାରତର ବକାଶ ଅଭିଯାନ ସହ ଯୋଡ଼ି ହୋଇଛି ।
ଚା ନାଗରିକ ଭାବେ କର୍ତବ୍ୟ: ଦେଶର ଗର୍ବିତ କର୍ପୋରେଟ ନାଗରିକ ଭାବେ ବେଦାନ୍ତ ଆଲୁମିନିୟମ ଏକ ରାଷ୍ଟ୍ର ନିର୍ମାଣକାରୀ ସଂସ୍ଥାର ଭୂମିକା ନିର୍ବାହ କରୁଛି । ସଂଗଠନର କର୍ମଚାରୀ ଓ ସହଯୋଗୀ ମାନଙ୍କୁ ନେଇ ଏକ ଉପଯୁକ୍ତ କର୍ମ ସଂସ୍କୃତି ପ୍ରଣୟନ କରିଛି ।
ବେଦାନ୍ତ ଆଲୁମିନିୟମର ଭୂମିକା ସଂପର୍କରେ ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ଆମ ଦେଶ, ଗୋଷ୍ଠୀ ଓ ଗ୍ରାହକମାନଙ୍କ ପାଇଁ ଏକ ନିରନ୍ତର ଲକ୍ଷ୍ୟ ପଥରେ ରହିଛୁ । ଭାରତ ଅଭିବୃଦ୍ଧିର କାହାଣୀ ପଛରେ ବେଦାନ୍ତ ଆଲୁମିନିୟମର ଭୂମିକା ରହିଛି । ଆମର କାରଖାନାରେ ଭବିଷ୍ୟତରେ ଆହୁରି ଉନ୍ନତ ଉତ୍ପାଦନ ସୃଷ୍ଟି ହେବ ଓ ଭାରତରେ ବେଦାନ୍ତ ଆଲୁମିନିୟମ ଏକ କିର୍ତିମାନ ସ୍ଥାପନ କରିବ ବୋଲି ଆମେ ବିଶ୍ୱାସ ରଖୁ ।
କଂପାନିର ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି:
ଚା ଭୁବନେଶ୍ୱର, ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ସ୍ୱାମୀ ଶିବାନନ୍ଦ ଶତବାର୍ଷିକୀ ବିଦ୍ୟାଳୟ ସହାୟତାରେ \”ହର ଘର ତିରଙ୍ଗା\’ ଅଭିଯାନରେ ଛାତ୍ର ଛାତ୍ରୀ ମାନଙ୍କୁ ୬୦୦ଟି ପତାକା ବଂଟନ କରିଥିଲା ।
ଚା କଂପାନି ଦ୍ୱାରା ବୃହତ ଆଲୁମିନିୟମ କାରଖାନା ଝାରସୁଗୁଡ଼ାରେ ୧୪ଟି ନନ୍ଦଘରରେ ଏହି ଉତ୍ସବ ପାଳିତ ହୋଇଥିଲା । ଏହି ନନ୍ଦଘର ଗୁଡ଼ିକ ଆଧୁନିକ ଅଙ୍ଗନବାଡ଼ି ଭାବରେ ମହିଳା ଓ ଶିଶୁ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି । ସ୍ୱୟଂ ସହାୟତା ଗ୍ରୁପ ସହାୟତାରେ କଂପାନି ପକ୍ଷରୁ ୪୦୦୦ଟି ଜାତୀୟ ପତାକା ବିତରଣ କରାଯାଇଥିଲା ।
ଚା ଛତିଶଗଡ଼ର ବାଲକୋଠାରେ, ଭାରତର ପ୍ରସିଦ୍ଧ ତଥା ଛତିଶଗଡ଼ର ଆଲୁମିନିୟମ ଉତ୍ପାଦକ ଭାବେ କଂପାନି ଟାଉନସିପରେ ସ୍ୱାଧୀନତା ଦିବସର ବାର୍ତକୁ ପ୍ରସାରିତ କରିଥିଲା । ପ୍ଲାଂଟ ମଧ୍ୟରେ ପତାକା ଉତୋଳନ କରାଯାଇଥିଲା । ଏଥିରେ ସମସ୍ତ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ପତାକା ବଂଟନ କରାଯାଇଥିଲା ।
ଚା ଲାଂଜିଗଡ଼ରେ ବେଦାନ୍ତ ହସପିଟାଲ ଓ ବେଦାନ୍ତ ସଖୀ ପ୍ରକଳ୍ପ କାର୍ଯ୍ୟାଳୟଠାରେ ପତାକା ଉତୋଳନ କରାଯାଇଥିଲା । ଏହି ଦୁଇଟି ଅଂଚଳରେ ଗୁଣମାନର ସ୍ୱାସ୍ଥ୍ୟ ସେବା ଓ ଜୀବିକା ନିର୍ବାହ ପାଇଁ ସକ୍ରିୟ ପଦକ୍ଷେପ ନିଆଯାଇଛି ।
ଚା ରାୟଗଡ଼ାର ଲଖନପୁରଠାରେ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ଏକ ଫୁଟବଲ ଟୁର୍ନାମେଂଟ ଆୟୋଜିତ ହୋଇଥିଲା । ଜାମଖାନ (ସୁନ୍ଦରଗଡ଼ ଜିଲ୍ଲା)ରେ ୬୫୦ ଛାତ୍ର ଛାତ୍ରୀଙ୍କୁ ପତାକା ଓ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।