ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଜୀବନରେ ପରିବର୍ତନ ଆଣିଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର, ୨୭ ଫେବୃଆରି ୨୦୨୪ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବିଶ୍ୱ ଏନଜିଓ ଦିବସରେ ଏହାର ଏନଜିଓଙ୍କ ସହଭାଗିତାରେ ୫ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆଣିଛି । କେବଳ ଆର୍ଥିକ ବର୍ଷ ୨୩ରେ କଂପାନି ସାମଜିକ ହସ୍ତକ୍ଷେପରେ ୬.୩ ଲକ୍ଷରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସହାୟତା ଯୋଗାଇ ଦେଇଛି । ଗୋଷ୍ଠୀର ଆବଶ୍ୟକତା, ସରକାରଙ୍କ ବିକାଶମୂଳକ ପଦକ୍ଷେପ ଓ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ସାମାଜିକ ଅର୍ଥନୈତିକ ପ୍ରଗତି ଲାଗି କମ୍ପାନି ୨୦ରୁ ଅଧିକ ଏନଜିଓଙ୍କ ସହ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।
ବେଦାନ୍ତ ଆଲୁମିନିୟମର କାର୍ଯ୍ୟରେ ଝାରସୁଗୁଡ଼ାର ବୃହତ ଆଲୁମିନିୟମ ସ୍ମେଲଟର, ଓଡ଼ିଶାର ଲଂଜିଗଡ଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ, କୋରବା ଛତିଶଗଡ଼ର ଭାରତର ଆଇକନ ଆଲୁମିନିୟମ ଉତ୍ପାଦକ ବାଲକୋ ଓ ଏହାର ଖଣି ଗୁଡ଼ିକ ଅନ୍ତର୍ଭୁକ୍ତ । ଏହା ମିଳିତ ଭାବରେ ଗ୍ରମାଂଚଳର ସାମାଜିକ ଅର୍ଥନୈତିକ ଅଭିମୁଖ୍ୟକୁ ନେଇ କାର୍ଯ୍ୟ କରୁଛନ୍ତି ଓ ସମାଜରେ ଦାରିଦ୍ର‌୍ୟକୁ ହ୍ରାସ କରୁଛନ୍ତି ତଥା ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କଂପାନି ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମ୍ୟ ଭିତିଭୂମି ଓ ତୃଣମୂଳ କ୍ରୀଡ଼ା, କଳା ଓ ସଂସ୍କୃତିର ବିକାଶ ପାଇଁ ଧ୍ୟାନ ପ୍ରଦାନ କରୁଛି ।
ଗ୍ରାମ ସମାଜର ବିକାଶ ଲାଗି ଏନଜିଓ ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେଗୁଡ଼ିକ ଲୋକଙ୍କ ସମସ୍ୟାକୁ ବୁଝି କାର୍ଯ୍ୟ କରନ୍ତି । ବେଦାନ୍ତର ସାମାଜିକ ସମର୍ଥନ ଦ୍ୱାରା ବିଭିନ୍ନ ଜନକଲ୍ୟାଣ ମୂଳକ ପଦକ୍ଷେପକୁ ଏମାନେ ପରିଚାଳନା କରନ୍ତି ।
ବେଦାନ୍ତ ଆଲୁମିନିୟମ ସହ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଏନଜିଓ ସହଭାଗିଙ୍କୁ କଡ଼ାକଡ଼ି ଭାବେ ଚୟନ କରାଯାଇଥାଏ । ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ଦୀର୍ଘମିଆଦି ଲକ୍ଷ୍ୟ ସହିତ ପଦକ୍ଷେପ ଗ୍ରହଣ କରାଯାଏ ।
ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ଜନ ସ୍ଲାଭେନ କହିଛନ୍ତିଯେ ଆର୍ଥିକ ବର୍ଷ ୨୧ ଓ ୨୩ ମଧ୍ୟରେ ଆମର ଗୋଷ୍ଠୀ ପାଇଁ ପୁଞ୍ଜି ବିନିଯୋଗ ୪୫% ବୃଦ୍ଧି ପାଇଛି ଯେଉଁଥିରେ ଆମେ କାର୍ଯ୍ୟ କରୁଥିବା ଅଂଚଳର ଗୋଷ୍ଠୀର ସାମଗ୍ରିକ ବିକାଶ ଲାଗି ଏକ ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଛୁ । ଆମ ସହ କାର୍ଯ୍ୟ କରୁଥିବା ସହଭାଗୀଙ୍କ ଶକ୍ତିକୁ ଡିଜାଇନ କରିବା ଓ ଗୋଷ୍ଠୀ ସଦସ୍ୟଙ୍କୁ ପ୍ରଭାବଶାଳୀ ସମାଜିକ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ କରିବା ପାଇଁ ଆମେ ତତ୍ପର ।


ଚାଲୁଥିବା ସହଯୋଗରେ ଡୋମେନ ବିଶେଷଜ୍ଞଙ୍କ ସହ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଉପରେ କାର୍ଯ୍ୟ ଅନ୍ତର୍ଭୁକ୍ତ ଯଥା ପୁନରୁଥାନ ସ୍ୱେଛାସେବୀ ସଂଗଠନ ସ୍ୱାସ୍ଥ୍ୟ ସେବାରେ ୨ ଲକ୍ଷରୁ ଅଧିକ ହିତାଧିକରୀଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ସମାଧାନ କରୁଛି । ଗ୍ରାମୀଣ ବାଳିକା ସ୍ୱାସ୍ଥ୍ୟ ଓ ପରିଛନ୍ନତା ଅଭ୍ୟାସକୁ ସୁନିଶ୍ଚିତ କରିବା ଲାଗି ପ୍ରକଳ୍ପ ନୟି କିରଣ କାର୍ଯ୍ୟ କରୁଛି ।
ବେଦାନ୍ତ ମଧ୍ୟ ବେଦାନ୍ତ ଫାଉଣ୍ଡେସନ ସହ ସହଭାଗୀ ହୋଇ ଗ୍ରାମୀଣ ସ୍ତରରେ ବିଦ୍ୟୁତ ଓ ଟେଲରିଂ ପରି ଦକ୍ଷତା ବିକାଶ କାର୍ଯ୍ୟ ପରିଚାଳନା କରୁଛି । ଝାରସୁଗୁଡ଼ାରେ ଜୀବିକା ସମୃଦ୍ଧି ଓ କୋରବାରେ ମୋର ଜଲ ମୋର ମାଟି ପରି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।
ଏହି ପଦକ୍ଷେପ ଉପରେ ମତ ଦେଇ ଡ. ଜାକବ ଜନ, ନିର୍ବାହୀ ନିର୍ଦ୍ଦେଶକ, ଆକ୍ସନ ଫର ଫୁଡ ପ୍ରଡକ୍ସନ କହିଛନ୍ତିଯେ- ବେଦାନ୍ତ ସହିତ ଆମର ସହଭାଗିତା ମାଧ୍ୟମରେ ଆମେ ହଜାର ହଜାର ଲୋକଙ୍କ ଭିତରେ ପରିବର୍ତନ ଆଣିପାରିଛୁ । ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୁଗଳ ପଟନାୟକ କହିଛନ୍ତିଯେ ଆମେ ବେଦାନ୍ତ ଆଲୁମିନିୟମ ସହ ଉଦ୍ୟମିତା ଭାଗିଦାରୀ କରିଛୁ ଯାହା ଗ୍ରାମଂଚଳର ମହିଳାମାନଙ୍କୁ ପରିବାର କଲ୍ୟାଣ ପାଇଁ ସହାୟକ ହେଉଛି ।
ଚଳିତ ବର୍ଷର ବିଶ୍ୱ ଏନଜିଓ ଦିବସ ପାଳନ କରିବାର ଥିମ୍ ସହିତ ସେମାନଙ୍କର ସମନ୍ୱିତ ପ୍ରଭାବ ଦୃଢ ଭାବରେ ପୁନ ପ୍ରତିଫଳିତ ହୋଇଛି: \”ଏକ ସ୍ଥାୟୀ ଭବିଷ୍ୟତ ଗଠନ: ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଏନଜିଓମାନଙ୍କର ଭୂମିକା । ଏହି ରଣନୀତିକ କାର୍ଯ୍ୟ ମାଧ୍ୟମରେ କମ୍ପାନୀ ସକ୍ରିୟ ଭାବରେ ସମ୍ପ୍ରଦାୟର ସଦସ୍ୟଙ୍କ ଜୀବନକୁ ସମୃଦ୍ଧ କରିଥାଏ । ଏହାର କାର୍ଯ୍ୟକ୍ଷମ କ୍ଷେତ୍ର ଏବଂ ବାହାରେ, ସେମାନଙ୍କୁ ସାମୂହିକ ସାମାଜିକ-ଅର୍ଥନୈତିକ ପ୍ରଗତି ଏବଂ ଅଭିବୃଦ୍ଧିରେ ଅବିଚ୍ଛେଦ୍ୟ ଯୋଗଦାନକାରୀ ଭାବରେ ସ୍ୱୀକୃତି ଦେଇଛି ।


ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲେବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *