ବେଦାନ୍ତ ଆଲୁମିନିୟମ ଏବଂ ଓଏସପିସିବି ପକ୍ଷରୁ ଝାରସୁଗୁଡ଼ା ଛାତ୍ରଛାତ୍ରୀ ମାନଙ୍କୁଓଜୋନ ହ୍ରାସ ଉପରେ ସଚେତନତା

ଝାରସୁଗୁଡ଼ା, ଓଡ଼ିଶା, ୨୦ ସେପ୍ଟେମ୍ବର ୨୦୨୨: ବିଶ୍ୱ ଓଜୋନ ଦିବସରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଓ ଡିଏଭି ପବ୍ଲିକ ସ୍କୁଲ ସହିତ ମିଳିତ ଭାବରେ ଛାତ୍ର ମାନଙ୍କ ପାଇଁ ଏକ ସଚେତନତା ଅଭିଯାନ କରିଥଲେ । ଓଜୋନ ହ୍ରାସ, ଜଳବାୟୁ ଉପରେ ଏହାର ପ୍ରଭାବ ଓ ବ୍ୟକ୍ତିଗତ ଦ୍ୱାୟିତ୍ୱ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ଚଳିତ ବର୍ଷ ପାଇଁ ବିଷୟ ବସ୍ତୁ ଥିଲା ମଂଟ୍ରିଆଲ ପ୍ରୋଟୋକଲ ଅ ୩୫: ପୃଥିବୀରେ ଜୀବନ ରକ୍ଷା କରୁଥିବା ଗ୍ଲୋବାଲ ସହଯୋଗ । ଇଂ ଏଚ.କେ. ନାୟକ ଆଂଚଳିକ ଅଧିକାରୀ ଓଏସପିସିବି, ଝାରସୁଗୁଡ଼ାଙ୍କ ସହ ଡେପୁଟି ପରିବେଶ ବିଜ୍ଞାନୀ ଶ୍ରୀ ଏକେ ଭୋଳ ଓ ମିସ ଅନୁଷା ଏକ୍କା, ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଅକ୍ଷ୍ୟକ୍ଷ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ଓ ମିସ ଅଞ୍ଜଳି ମାଛଖଣ୍ଡ, ଜିଲ୍ଲା ସେସନ ଜଜ, ମହିଳା କୋର୍ଟ, ଜୟପୁର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

କମ୍ପାନି ଏହାର କାର୍ଯ୍ୟ ପରିସରରେ ବିଭିନ୍ନ ପ୍ରକାର ସଚେତନତା ଅଭିଯାନ ଆୟୋଜନ କରି ଆସୁଛି ଯେଉଁଥିରେ ଏହାର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ମାନେ ଯୋଗ ଦେଇ କମ୍ପାନିର ଆଭିମୁଖ୍ୟକୁ କାର୍ଯ୍ୟକାରୀ କରାଇବା ଦିଗରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । କମ୍ପାନିର ଏହି ଆଭିମୁଖ୍ୟ ସହିତ ଜଳବାୟୁ କାର୍ଯ୍ୟର ପ୍ରତିଶ୍ରୁତି ଓ ଓଜୋନ ସ୍ତରକୁ ହ୍ରାସ କରିବା ସହ କାର୍ବନ ଫୁଟ ପ୍ରିଂଟକୁ କମ କରିବାର ଉପାୟ ସଂପର୍କରେ ସଚେତନ ହୋଇଥିଲେ ।

କମ୍ପାନିର ଜଳବାୟୁ ପ୍ରୟାସ ଦିଗରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ ଝାରସୁଗୁଡ଼ା କହିଛନ୍ତି ଯେ ବେଦାନ୍ତ ଝାରସୁଗୁଡ଼ାରେ ଜଳବାୟୁ କାର୍ଯ୍ୟରେ ଆମର ଆଭିମୁଖ୍ୟ ଉଭୟ ନିମ୍ନ ଅଙ୍ଗାରକାମ୍ଳ କାର୍ଯ୍ୟରେ ପରିବର୍ତନ ଏବଂ ଓଜୋନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କୌଶଳକୁ ଆପଣାଇ ଆମେ ପ୍ଲାଂଟରେ କାର୍ଯ୍ୟ କରୁଅଛୁ । ବିଶ୍ୱର ସବୁଠାରୁ ବଡ଼ ଆଲୁମିନିୟମ ସ୍ମେଲଟର ଭାବରେ ଆମେ ନିରନ୍ତର ବିକାଶର ମାର୍ଗରେ ଆଗେଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ ପ୍ରୟାସର ସାକ୍ଷୀ ଆର୍ଥିକ ବର୍ଷ ୨୨ରେ ବେଦାନ୍ତ ଝାରସୁଗୁଡ଼ା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହାର ଜିଏଚଜି କିମ୍ବା ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୧୨% ହ୍ରାସ କରିପାରିଛି ଓ ଏହାର ଉତ୍ପାଦନ ୨୦% ବୃଦ୍ଧି ହୋଇଛି ।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଏଚ.କେ. ନାୟକ କହିଛନ୍ତି ଯେ – ଓଜୋନ ପଦାର୍ଥ ର ଅଭାବ ଯୋଗୁ ଜଳବାୟୁ ଓ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଛାତ୍ର ତଥା ବେଦାନ୍ତ କର୍ମଚାରୀଙ୍କ ସହ ଏହି ସଚେତନତା ମାଧ୍ୟମରେ ଆମେ ଜୀବଜନ୍ତୁଙ୍କ ପାଇଁ ଓଜୋନ ସ୍ତରର ମହତ୍ୱକୁ ଦୋହରାଉଛୁ ଓ ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଆମ ସହ ସହଭାଗୀତା ଓ ଝାରସୁଗୁଡ଼ାର ଛାତ୍ରମାନଙ୍କୁ ଓଜୋନ ସ୍ତରର ସୁରକ୍ଷା ଓ ଜଳବାୟୁ ଉପରେ ସଚେତନ କରାଇ ପାରିଥିବାରୁ ମୁଁ ବେଦାନ୍ତ ଆଲୁମିନିୟମକୁ ପ୍ରଶଂସା କରୁଛି । ଆମେ ଆଶା କରୁ ଆସନ୍ତାକାଲିର ଇକୋ ସଚେତନ ନାଗରିକ ଭାବେ ସେମାନଙ୍କୁ ଗଢିବାରେ ଆମ ପଦକ୍ଷେପ ସହାୟକ ହେବ ।

ଗତ ବର୍ଷ ବେଦାନ୍ତ ଆଲୁମିନିୟମ ଦ୍ୱାରା ଜଳବାୟୁ ଦିଗରେ କେତକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା:
ଚା ବେଦାନ୍ତ ଆଲୁମିନିୟମ ପକ୍ଷରୁ ପ୍ରଥମ କରି ସବୁଜ ଆଲୁମିନିୟମ ବ୍ରାଣ୍ଡ ରେସ୍ତୋରା ବଜାରକୁ ଆସିଥିଲା ଯେଉଁଥିରେ କାର୍ବନ ଫୁଟପ୍ରିଂଟ ବହୁତ କମ ।
ଚା ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଭାରତର ଅଗ୍ରଣୀ ନବୀକରଣୀୟ ଶକ୍ତି ଉପଭୋକ୍ତା ପ୍ରାୟତଃ ୩ ବିଲିୟନ ୟୁନିଟକୁ ୨୦୨୨ରେ ଉପଯୋଗ କରିଛି ।
ଚା ଶକ୍ତି ସଂରକ୍ଷଣ ଦିଗରେ ବେଦାନ୍ତ ଆଲୁମିନିୟମ ୧୮ ଲକ୍ଷ ଗିଗା ଜୋଲୁସ ସଂଚୟ କରିଛି ।
ଚା ବେଦାନ୍ତ ଝାରସୁଗୁଡ଼ା ସ୍ମେଲଟର ଜଳ ସଂଚୟ କରିବାରେ ରାଷ୍ଟ୍ରୀୟ ବେଂଚମାର୍କ ଅଧିକାରୀ । ଯିଏକି ଏକ ଟନ ଆଲୁମିନିୟମ ଉତ୍ପାଦନ ଲାଗି କମ ଜଳ ଖର୍ଚ୍ଚ କରେ ।
ଚା କମ୍ପାନି ଭାରତର ବୃହତ ଫ୍ଲିଟ ଇଲେକ୍‌ଟ୍ରିକ ଫର୍କଲିଫ୍ଟ ବ୍ୟବହାର କରୁଛି ଏହା ଲିଥିୟମ ବ୍ୟାଟେରି ପରିଚାଳିତ ।
ଚା କମ୍ପାନି ଆର୍ଥିକ ବର୍ଷ ୨୨ରେ ୩.୯୨ ଲକ୍ଷ ଚାରା ରୋପଣ କରି ବିଦ୍ୟମାନ କାର୍ବନ ସିଙ୍କକୁ ବିସ୍ତାର କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । କଂପାନି ୧.୭୫ ଏମଟିପିଏର ଆଲୁମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ଥର୍ମାଲ ପାୱାର ପ୍ଲାଂଟ କୁ ଝାରସୁଗୁଡ଼ାରେ ପରିଚାଳନା କରୁଛି । ୧ ମିଲିୟନ ଟନ ଉତ୍ପାଦନ ଓ ଏକ୍ସପୋର୍ଟ କ୍ଲବରେ ଏହା ହେଉଛି ଏମାତ୍ର ଭାରତୀୟ ସଂସ୍ଥା । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *