ବେଦାନ୍ତ ଆଲୁମିନିୟମ “ମୋ ସ୍କୁଲ’ ହକି ଟୁର୍ଣ୍ଣାମେଂଟ୍ ଝାରସୁଗୁଡ଼ା ପାଇଁ ସ୍ପୋର୍ଟିଂ ଗିୟରର ପ୍ରାୟୋଜକ

ଭୁବନେଶ୍ୱର: ଓଡ଼ିଶାର ଝାରସୁଗୁଡ଼ାରେ ଅନୁଷ୍ଠିତ “ମୋ ସ୍କଲ’ ହକି ଟୁର୍ଣ୍ଣାମେଂଟ୍‌ରେ ଅଂଶଗ୍ରହଣ କରିଥିବା ଟିମ୍‌ଗୁଡ଼ିକ
ପାଇଁ ସ୍ପୋର୍ଟି ଗିୟରର ପ୍ରାଇଁ ଭାରତର ସର୍ବବୃହତ ଆଲୁମିନିୟମ ନିର୍ମାଣକାରୀ ବେଦାନ୍ତ ଆଲୁମିନିୟମ୍ ହେଉଛି ପ୍ରାୟୋଜକ । “ମୋ ସ୍କୁଲ’ ଅଭିଯାନ ହେଉଛି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଏକ ଅଭିଯାନ ଯାହାର ଲକ୍ଷ୍ୟ ହେଉଛି ସ୍କୁଲ ଯାଉଥିବା ପିଲାମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ସ୍କୁଲଗୁଡ଼ିକୁ ଭିତିଭୂମି, ପ୍ରଯୁକ୍ତି ଇତ୍ୟାଦି ସୁବିଧା ଓ ସହାୟତା ଯୋଗାଇ ଦେବା ଯଦ୍ୱାରା ସେମାନେ ପିଲାମାନଙ୍କୁ ସେମାନଙ୍କ ଗଠନ ବର୍ଷଗୁଡ଼ିକରେ ଏକ ସାମଗ୍ରିକ ଓ ସମୃଦ୍ଧ ପରିବେଶ ଯୋଗାଇ ଦେଇପାରିବେ ।


ବର୍ତମାନ, ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ମୋ ସ୍କୁଲ ଅଭିଯାନର ଏକ ସହଯୋଗୀ ଭାବେ ଚାରିଟି ସ୍କୁଲକୁ ସହାୟତା ପ୍ରଦାନ କରାଯାଉଛି । ଏହି ସ୍କୁଲଗୁଡ଼ିକରେ ଆବଶ୍ୟକତ ଭିତିଭୂମି ଯଥା ସ୍ମାର୍ଟ ଶ୍ରେଣୀ ଗୃହ, ଇ-ପାଠାଗାର,କମ୍ପୁଟର ଲ୍ୟାବ୍‌, ଖେଳ ପଡ଼ିଆ ଓ ବଗିଚା ଆଦି ପାଇଁ କଂପାନି ୮୦ ଲକ୍ଷ ଟଙ୍କା (ପ୍ରତି ସ୍କୁଲକୁ ୨୦ ଲକ୍ଷ ଟଙ୍କା ଲେଖାଏଁ) ପ୍ରଦାନ କରିଛି । ମୋ ସ୍କୁଲ ହକି ଟୁର୍ଣ୍ଣାମେଂଟ୍‌କୁ ସହାୟତା ପ୍ରଦାନ କରିବା ଉଦ୍ୟମ ସ୍ୱରୂପ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜିଲ୍ଲା ହକି ସଂଘ, ଜିଲ୍ଲା ପ୍ରଶାସନ ଓ ଝାରସୁଗୁଡ଼ାର ଜିଲ୍ଲା ଶିକ୍ଷା ବିଭାଗ ସହିତ ସହଯୋଗିତା ସ୍ଥାପନ କରାଯାଇଛି ।


ଭାରତରେ ପିଲାମାନଙ୍କ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧ ରହିଛି । ତୃଣମୂଳ ସ୍ତରରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆମର ହସ୍ତକ୍ଷେପ ସହ ଆମେ ଏହି ଅଂଚଳର ସାମାଜିକ-ଅର୍ଥନୈତିକ ରୂପାନ୍ତରଣ ପାଇଁ ମଧ୍ୟ ଉଦ୍ୟମ କରୁ । ଆମର ବିଭିନ୍ନ ଶିକ୍ଷା ଅଭିଯାନ ଜରିଆରେ ଆମେ ପିଲାମାନଙ୍କୁ ସଫଳ ନାଗରିକ ଭାବେ ଗଢ଼ି ତୋଳିବା ଲାଗି ସେମାନଙ୍କୁ ଅନ୍ତର୍ଭୁକ୍ତୀକରଣ, ସୁସ୍ଥକର ଓ ନବସୃଜନ ପରିବେଶ ପ୍ରଦାନ କରି ସେମାନଙ୍କୁ ସମୃଦ୍ଧ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଯେଉଁମନେ ଏକ ପ୍ରଗତିଶୀଳ ଓ କମୋପଲିଟାନ ରାଜ୍ୟର ଅଭ୍ୟୁଦୟକ ରୂପ ଦେଇପାରିବେ । ଆମେ ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ଆମର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବୁ ଯାହା ରାଜ୍ୟ ଓ ଏହାର ଲୋକମାନଙ୍କ ଉଜ୍ଜ୍ୱଳ
ଭବିଷ୍ୟତ ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ।


ଛାତ୍ରଛାତ୍ରୀମାନଙ୍କ ପାଇଁ ବେଦାନ୍ତ ଆଲୁମିନିୟମ୍‌ର ବିକାଶମୂଳକ ପଦକ୍ଷେପ ବିଷୟରେ ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନିଲ ଗୁପ୍ତା କହିଛନ୍ତି ଯେ, “ଗ୍ରାମାଚଂଳର ଛାତ୍ରଛାତ୍ରୀମାନେ ଯେଭଳି ଶ୍ରେଷ୍ଠ ସୁଯୋଗ ପାଇ ପ୍ରାଥମିକ ଶିକ୍ଷାରୁ ଆଗକୁ ବଢ଼ିପାରିବେ ତାହା ହେଉଛି ଆମର ଶିକ୍ଷା ପଦକ୍ଷେପଗୁଡ଼ିକର ଲକ୍ଷ୍ୟ । ଗୁଣାତ୍ମକ ଶିକ୍ଷା ଏକ
ସଫଳ ସମାଜ ଓ ଗୋଷ୍ଠୀର ମୂଳଦୁଆ ପକାଇଥାଏ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି । ଦଳଗତ କାର୍ଯ୍ୟ ସୁସ୍ଥକର ପ୍ରତିଯୋଗିତା ଓ ଲକ୍ଷ୍ୟକୁ ଅନୁସରଣ କରିବା ଭଳି ମୂଲ୍ୟବୋଧ ଶିଖିବା ଲାଗି କ୍ରୀଡ଼ା ଛାତ୍ରଛାତ୍ରୀମାନଙ୍କୁ ସୁନ୍ଦର ମଂଚ ପ୍ରଦାନ କରିଥାଏ ଯାହା ଜଣେ ବ୍ୟକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାରେ ତାହା ସେମାନଙ୍କ ଲାଗି ସୁଦୂର ପ୍ରସାରି ସାବ୍ୟସ୍ତ ହୋଇଥାଏ । ଏହି ଅଭିଯାନଗୁଡ଼ିକ ଜରିଆରେ ଆମେ ଏକ ଅନ୍ତର୍ଭୁକ୍ତୀକରଣ, ସୁସ୍ଥକର ଓ ନବସୃଜନ ପରିବେଶ ଦିଗରେ
କାର୍ଯ୍ୟ କରୁଛୁ ଯାହା ଆମର ଭବିଷ୍ୟତ ପିଢ଼ିଙ୍କୁ ସେମାନଙ୍କ ଉଚ୍ଚତର ସୁଯୋଗ ପାଖରେ ପହଂଚିବା ଓ ଏହି ଅଂଚଳର ସାମାଜିକ-ଅର୍ଥନୈତିକ ରୂପାନ୍ତରଣର ସ୍ଥପତି ହେବା ଲାଗି ଶ୍ରେଷ୍ଠ ଉପକରଣ ପ୍ରଦାନ କରିବ ସଶକ୍ତ କରିବ ।’’


ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ବେଦାନ୍ତ ଆଲୁମିନିୟମ ପ୍ରଦାନ କରୁଥିବା ସହାୟତାକୁ ସମର୍ଥନ କରି ଓଡ଼ିଶା ରାଜ୍ୟ
ହକି ସଂଘର ଉପସଭାପତି ଶ୍ରୀଯୁକ୍ତ ଜୀବନ ମହାନ୍ତି କହିଛନ୍ତି ଯେ, “ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତିର ପ୍ରସାର କରିବା ସେମାନଙ୍କୁ ଅଗଣିତ ଉପାୟରେ ସକାରାତ୍ମକ ଭାବେ ପ୍ରଭାବିତ କରିଥାଏ ଏବଂ ସେମାନଙ୍କ ସାମଗ୍ରିକ ଅଭିବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ । ଏହି ଟୁର୍ଣ୍ଣାମେଂଟ୍ ପାଇଁ ଓ ଏହି ଅଂଚଳର ଯୁବ ହକି ଖେଳାଳୀଙ୍କୁ ସମୃଦ୍ଧ କରିବା
ପାଇଁ ସହାୟତା ପ୍ରଦାନ କରୁଥିବାରୁ ମୁଁ ବେଦାନ୍ତ ଆଲୁମିନିୟମକୁ ପ୍ରଶଂସା କରୁଛି ।’’ ନିରନ୍ତର ଜୀବନଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତୀକରଣ, ସ୍ୱା୍‌ସ୍ଥ୍ୟ, ଜଳ ଓ ପରିମଳ, ଜୈବ-ନିବେଶ ଓ ଗୋଷ୍ଠୀ
ଭିତିଭୂମି ଭଳି କ୍ଷେତ୍ରରେ ବେଦାନ୍ତର ସାମାଜିକ ହସ୍ତକ୍ଷେପ ଝାରସୁଗୁଡ଼ା ଓ ଏହାର ଆଖାପାଖ ଅଂଚଳର ୭୯ରୁ ଅଧିକ ଗ୍ରାମରେ ପହଂଚିପାରିଛି ଯାହା ଦ୍ୱାରା ଏକ ବର୍ଷରେ ପ୍ରାୟ ୧.୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ୩୩୯ରୁ ଅଧିକ ଏସ୍‌ଏଚ୍‌ଜିର ୪୦୦୦ରୁ ଅଧିକ ମହିଳାଙ୍କୁ ଏହା ସଶକ୍ତ କରିଥିବା ବେଳେ ବାର୍ଷିକ ୩୨,୦୦୦ ଲୋକଙ୍କୁ ଘର ପାଖରେ
ସ୍ୱାସ୍ଥ୍ୟ ସେବା ପହଂଚାଇଛି, ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ପ୍ରଦାନ କରିଛି ଓ ଗୋଷ୍ଠୀ ସ୍ତରରେ ସ୍ଥାନୀୟ
ସହଯୋଗରେ ୧.୪୮ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛି ।


ବେଦାନ୍ତ ହେଉଛି ଭାରତର ସର୍ବବୃହତ ସବୁଜ ଧାତବ, ଆଲୁମିନିୟମ ଉତ୍ପାଦନକାରୀ ଯାହାର ଓଡ଼ିଶାର ଝାରସୁଗୁଡ଼ାରେ
ଏକ ବିଶ୍ୱସ୍ତରୀୟ ୧.୬ ଏମ୍‌ଟିପିଏ ଆଲୁମିନିୟମ୍ ସ୍ମେଲଟର ଓ ୩୬୧୫ ମେଗାୱାର ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥା ରହିଛି । “୧ ନିୟୁତ ଟନ୍ ଉତ୍ପାଦନ ଓ ରପ୍ତାନି କ୍ଲବ୍‌ଫ’ର ଏକମାତ୍ର ଭାରତୀୟ ସ୍ମେଲଟର’, ବେଦାନ୍ତ ଝାରସୁଗୁଡ଼ା ହେଉଛଇ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦନର ଅଗ୍ରଣୀ ସଂସ୍ଥା ଯାହାକୁ ବିଭିନ୍ନ ମୌଳିକ ଶିଳ୍ପ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ
କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହାର ଷ୍ଟେଟ୍‌-ଅଫ୍‌-ଆର୍ଟ ବ୍ୟବସ୍ଥା, ଅତୁଳନୀୟ ଇଞ୍ଜିନିୟରିଂ ଶକ୍ତି, ଆରଆଣ୍ଡ୍‌ଡି ଓ ନବସୃଜନ ଦକ୍ଷତା ସହ ବେଦାନ୍ତ ଝାରସୁଗୁଡ଼ା “ଭବିଷ୍ୟତର ଧାତବ’ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ବଢ଼ାଇ ଏକ ନିରନ୍ତର ଓ ସବୁଜ ଭବିଷ୍ୟତ ଦିଗରେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *