ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ର ଯୁବକମାନଙ୍କୁ କ୍ୟାରିୟର କ୍ଷେତ୍ରରେସଶକ୍ତ କରୁଛି

ପ୍ରାଥମିକ ଅଭିଜ୍ଞତା ସୃଷ୍ଟି ଲାଗି ଛାତ୍ର ଛାତ୍ରୀମାନେ ତୃତୀୟଥର ଶିଳ୍ପାଂଚଳ ପରିଦର୍ଶନ କରିଛନ୍ତି
ଲାଞ୍ଜିଗଡ଼, କଳହାଣ୍ଡି ଜିଲ୍ଲା, ଓଡ଼ିଶା, ୪ ଜୁନ ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ଲାଂଜିଗଡ଼ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା)ରେ ଦକ୍ଷତା ପ୍ରଶିକ୍ଷଣ ଅଧିନରେ ପ୍ରଶିକ୍ଷାର୍ଥିଙ୍କୁ ଜୁନାଗଡ଼ର ଓରିଓନ ହୋଟେଲ ଦଳଗତ ପରିଦର୍ଶନ ପାଇଁ ନେଇଥିଲା ଓ ହାଉସ କିପିଂ ଆଟେଣ୍ଡାଂଟଙ୍କ କାର୍ୟ୍ୟ ବିଷୟରେ ଅବଗତ କରାଇଥିଲା । ୨୮ ଜଣ ପ୍ରଶିକ୍ଷାର୍ଥି ଏହି ହୋଟେଲକୁ ପରିଦର୍ଶନ କରିଥିଲେ ଓ ସେମାନେ କର୍ମଚାରୀଙ୍କ ଠାରୁ ଏହି କାର୍ୟ୍ୟ ବିଷୟରେ ଅଭିଜ୍ଞତା ଅର୍ଜନ କରିଥିଲେ । କାର୍ୟ୍ୟକ୍ରମର ଏହା ହେଉଛି ତୃତୀୟ ପରିଦର୍ଶନ ।
ଚଳିତ ମାର୍ଚ୍ଚ ମାସରେ ବେଦାନ୍ତ ଆଲୁମିନିୟମ ହାଉସ କିପିଂ ଟ୍ରେଡରେ ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଲାଂଜିଗଡ଼ର ଯୁବକମାନଙ୍କ ଲାଗି ନିଯୁକ୍ତି ଅଭିମୁଖୀ ଏହି ପାଠ୍ୟକ୍ରମ ଆରମ୍ଭ କରିଛି । ନାବାର୍ଡ ଓ ବେଦାନ୍ତ ଫାଉଣ୍ଡେସନ ସହଭାଗୀତାେରେ ତିନିମାସର କାର୍ୟ୍ୟକ୍ରମ ପରିଚାଳିତ ହେଉଛି । ଆତିଥ୍ୟ ଓ ପର୍ୟ୍ୟଟନ କ୍ଷେତ୍ରରେ ଅର୍ଦ୍ଧ କୁଶଳୀ କର୍ମଚାରୀଙ୍କ ଚାହିଦା ଅନୁଯାୟୀ ମହାମାରୀ ପରବର୍ତ୍ତୀ ସମୟରେ ଏହାକୁ ଆରମ୍ଭ କରଯାଇଛି । ଲାଂଜିଗଡ଼ ବେଦାନ୍ତ ପରିସରରେ ରହୁଥିବା ୮ଟି ଗାଁରୁ ୩୦ ଜଣ ଯୁବକଙ୍କ ପ୍ରଥମ ବ୍ୟାଚ ୯୦ ଦିନିଆ କାର୍ୟ୍ୟକ୍ରମ ସମାପ୍ତ ହେବା ପରେ ଅର୍ଦ୍ଧ କୁଶଳୀ କର୍ମଜୀବୀ ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ଏକ ତୃତୀୟ ପକ୍ଷ ମୂଲ୍ୟାୟନ ଆଧାରରେ ଏହି ସବୁ ପ୍ରଶିକ୍ଷାର୍ଥିଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ । ଆର୍ଥିକ ବର୍ଷ ୨୦୨୨-୨୩ରେ ବେଦାନ୍ତ ୩୦୦ ଯୁବକମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖିଛି ।
ଶ୍ରୀ ଜି.ଜି. ପାଲ, ଡେପୁଟି ସିଇଓ, ବେଦାନ୍ତ ଲିମିଟେଡ, ଲାଂଜିଗଡ଼ କହିଛନ୍ତିଯେ ବେଦାନ୍ତରେ ଗୋଷ୍ଠୀ ଉନ୍ନତି ପାଇଁ ସର୍ବଦା ଧ୍ୟାନ ପ୍ରଦାନ କରାଯାଇଥାଏ । ଆମର ଦକ୍ଷତା ପ୍ରଶିକ୍ଷଣ କାର୍ୟ୍ୟକ୍ରମ ବିଶେଷ କରି ଲାଂଜିଗଡ଼ର ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ, ଏହା ଦ୍ୱାରା ସେମାନେ ଆତିଥେୟତା ଉଦ୍ୟୋଗରେ ନିଜକୁ ଯୋଗ୍ୟ କରି ପାରିବେ । ଆମର ହାଉସ କିପିଂ ପ୍ରଶିକ୍ଷାର୍ଥିଙ୍କ ପ୍ରଗତି, ଉତ୍ସାହ ଓ ପ୍ରଚେଷ୍ଟା ସତରେ ପ୍ରଶଂସନୀୟ । ସେମାନଙ୍କ ଜୀବନରେ ଉନ୍ନତି ସର୍ବଦା ଆମର କାମ୍ୟ । ଆମେ ଚାହୁଁ ସେମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଆର୍ଥିକ ସକ୍ଷମ ହୁଅନ୍ତୁ ।
ଶ୍ରୀ ସନ୍ତୋଷ ଚାଟାର୍ଜି ମହା ପ୍ରବନ୍ଧକ ଓରିଓନ ହୋଟେଲ ଜୁନାଗଡ଼ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଖୁବ ପ୍ରଶଂସନୀୟ । ଏଠାକୁ ପରିଦର୍ଶନରେ ଆସିଥିବା ପ୍ରଶିକ୍ଷାର୍ଥିମାନେ ଇକୋ ସିଷ୍ଟମ ବିଷୟରେ ବୁଝି ପାରିବେ ଓ ଆତିଥେୟତା ସଂପର୍କରେ ପ୍ରକୃତ ଜ୍ଞାନ ଲାଭ କରି ପାରିବେ । ପ୍ରଶିକ୍ଷାର୍ଥିଙ୍କ ମନରେ ରହିଥିବା ଆଗ୍ରହକୁ ଦେଖି ମୁଁ ବହୁତ ଆନନ୍ଦିତ ସେମାନେ ଆମ ଉଦ୍ୟୋଗରେ ନିଜକୁ ସାମିଲ କରାଇ ପାରିଲେ ମୁଁ ଖୁସି ହେବି ।
ବେଦାନ୍ତ ଆଲୁମିନିୟମର ସ୍ଥାୟୀ ବିକାଶ କାର୍ୟ୍ୟସୂଚୀରେ ସ୍ଥାୟୀ ଜୀବିକା ନିର୍ବାହକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ବେଦାନ୍ତ ଆଲୁମିନିୟମର ଲାଂଜିଗଡ଼ର \”ସଖୀ\’ ପ୍ରକଳ୍ପ ଦ୍ୱାରା ଶହ ଶହ ଗ୍ରାମୀଣ ମହିଳା ଦକ୍ଷତା ଅର୍ଜନ କରିପାରିଛନ୍ତି ଓ ଉଦ୍ୟୋଗ ସ୍ଥାପନା ପାଇଁ ମନୋବଳ ପାଇଛନ୍ତି । କେବଳ ଏତିକି ନୁହେଁ ସେମାନଙ୍କ ଭିତରୁ ଅନେକ କୁକୁଡ଼ା ଚାଷ, ମାଛ ଚାଷ, ପନିପରିବା ଚାଷ ଇତ୍ୟାଦିରେ ନିଜକୁ ନିୟୋଜିତ କରି ପାରିଛନ୍ତି । ଏହା ବ୍ୟତୀତ କଂପାନି ପକ୍ଷରୁ ଆଦିବାସୀ କଳା ଓ ସଂସ୍କୃତି ଯଥା ଡୋକ୍ରା କଳା, ସଉରା କଳା ଓ ଅର୍ଚ୍ଚେରୀ ର ବିକାଶ ପାଇଁ ସହାୟତା କରାଯିବା ସହିତ କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ୟ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।