ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଫ୍ଲିଟ ଇଲେକ୍ଟ୍ରିକ ଲିଥିୟମ-ଆଇଅନ ଫର୍କଲିଫ୍ଟର ପରିଚାଳନା ଶୁଭାରମ୍ଭ କରିଛି
ଗ୍ରୀନ ଫର୍କ ଲିଫ୍ଟ ଫ୍ଲିଟ ପାଇଁ ମହିଳା ଡ୍ରାଇଭର ଚୟନ ଆରମ୍ଭ କରିଛି ।
ଗିୟର ଇଣ୍ଡିଆ ସହାୟତାରେ ଝାରସୁଗୁଡ଼ା (ଓଡ଼ିଶା)ରେ ବେଦାନ୍ତର ଆଲୁମିନିୟମ ସ୍ମେଲଟରରେ
ନିୟୋଜିତ ୨୭ ଲିଥିୟମ ଆୟନ ବ୍ୟାଟେରି ଚାଳିତ ଇଲେକ୍ଟ୍ରିକ ଫର୍କଲିଫ୍ଟ ।
ସାଇଟରେ ନିରାପତା ପାଇଁ ଆଇଓଟି ଆଧାରିତ ସ୍ମାର୍ଟ ଫ୍ଲିଟ ପରିଚାଳନା ପ୍ରଣାଳୀ ।
ସମ୍ଭାବ୍ୟ ଗ୍ରୀନ ହାଉସ ନିର୍ଗମନ ହ୍ରାସ ୬୯୦ଟନ ସିଓ୨ ତତୁଲ୍ୟ ବାର୍ଷିକ ।
ନୂଆଦିଲ୍ଲୀ, ୧ଜୁନ, ୨୦୨୨, ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ସାମଗ୍ରୀ ଉତ୍ପାଦକ
ଗିୟର (ଜେମିନି ଇକ୍ୟୁପମେଂଟ ଆଣ୍ଡ ରେଂଟାଲସ ପ୍ରା.ଲି) ଭାରତ ସହ ଅନ୍ୟତମ ବୃହତ ଲିଥିୟମ ଆଇଅନ
ବ୍ୟାଟେରି ପାୱାରଯୁକ୍ତ ଇଲେକ୍ଟ୍ରିକ ୨୭ଟି ଫର୍କଲିଫ୍ଟ ପରିଚାଳନା ଆରମ୍ଭ କରିଛି । ଏହା ବେଦାନ୍ତ ଆଲୁମିନିୟମରେ
ଯାନବାହାନ ଚଳାଚଳକୁ ଡିକାର୍ବୋନାଇଜଡ କରିବ । ଓଡ଼ିଶାର ଝାରସୁଗୁଡ଼ାର କମ୍ପାନିରେ ଗତ ମାସ ଠାରୁ ଏହିପରି
୨୭ ଟି ଫର୍କଲିଫ୍ଟକୁ କାର୍ଯ୍ୟକାରୀ କରାଯାଉଛି, ଯାହା ଏକ୍ସ ଚାଇନାରେ ବିଶ୍ୱର ବୃହତ ଏକକ ସ୍ଥାନ ବିଶିଷ୍ଟ
ଆଲୁମିନିୟମ ସ୍ମେଲଟର ଅଟେ ।
ଅଧିକନ୍ତୁ ମୂଳ ଉତ୍ପାଦନ କାର୍ଯ୍ୟରେ ଲିଙ୍ଗଗତ ବିବିଧତା ବୃଦ୍ଧି କ୍ଷେତ୍ରରେ ଏହାର ପ୍ରୟାସ ପ୍ରମାଣ ଭାବରେ ବେଦାନ୍ତ
ଆଲୁମିନିୟମ ମହିଳା ମାନଙ୍କୁ ଏହି ଟପ ଅଫ ଦି ଲାଇନ ଫର୍କଲିଫ୍ଟ ଚଳାଇବା ଲାଗି ନିଯୁକ୍ତି ଦେଇଛି । ଛତିଶଗଡ଼ର
ବାଲେକୋଠାରେ ଏହାର ଆଲୁମିନିୟମ ପରିଚାଳନାରେ କମ୍ପାନି ଟ୍ରାନସଜେଣ୍ଡରମାନଙ୍କୁ ନିଯୁକ୍ତି ଦେଇଛି ।
ଏହି ବିଦ୍ୟୁତ ଚାଳିତ ଫର୍କଲିଫ୍ଟ ଗୁଡ଼ିକ ସର୍ବୋଚ୍ଚ ସ୍ତରୀୟ ସୁରକ୍ଷାକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବା ଲାଗି
ଅତ୍ୟାଧୁନିକ ସ୍ମାର୍ଟ ଫ୍ଲିଟ ମ୍ୟାନେଜମେଂଟ ସିଷ୍ଟମକୁ ବ୍ୟବହାର କରୁଛି । ସ୍ମାର୍ଟ ଫ୍ଲିଟ ମ୍ୟାନେଜମେଂଟ ସିଷ୍ଟମ ପଦ୍ଧତି
ଯୋଗୁ ଟର୍ମିନାଲ ଦ୍ୱାରା ସଂଗଠିତ ତଥ୍ୟକୁ ଏକତ୍ରିତ କରାଯାଇ ପାରୁଛି ଓ ଫର୍କ ଲିଫ୍ଟର ସ୍ପିଡ, ପରିଚାଳନା
ଉପଯୋଗୀ ବ୍ୟବସ୍ଥା, କାର୍ଯ୍ୟ ଦକ୍ଷତାର ବିଶ୍ଲେଷଣ ସହ ରିୟଲ ଟାଇମ ଡାଟା ରଖାଯାଇ ପାରୁଛି । ଏହା ବ୍ୟତୀତ
ଉପକରଣର ରକ୍ଷଣାବେକ୍ଷଣ ବୈଦ୍ୟୁତିକ ଫର୍କଲିଫ୍ଟ ଗୁଡ଼ିକର ଫରୱାଡ଼ ଓ ରିଭର୍ସ କ୍ୟାମେରାରେ ସଜ୍ଜିତ ହୋଇ
ଥିବାରୁ ଲିଫ୍ଟ ଚାରିପାଖରେ ଏକ ସୁରକ୍ଷା ବଳୟ ସୃଷ୍ଟି ହେଉଛି । ଗ୍ରୀନ ଫ୍ଲିଟରେ ରହିଥିବା କେତେକ ସୁବିଧା ଗୁଡ଼ିକ
ନିମ୍ନ ପ୍ରକାର:
-ଏହି ସବୁଜ ଫ୍ଲିଟ ଦ୍ୱାରା ଡିଜେଲ ବ୍ୟବହାର ବର୍ଷକୁ ୨.୫ ଲକ୍ଷ ଲିଟରରୁ ଅଧିକ ହ୍ରାସ ପାଇବ
-ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ସଂଚୟ ପ୍ରାୟ ୬୯୦ ଟନ ଅର୍ଥାତ ସିଓ୨ ସହ ସମାନ ହୋଇପାରିବ ।
- ଦ୍ରୁତ ଚାର୍ଜିଂ ହେତୁ ଦୀର୍ଘସ୍ଥାୟୀ ଭାବରେ ଉତ୍ପାଦନ ବୃଦ୍ଧି ପାଇବ
- ବ୍ୟାଟେରି ବଦଳାଇବାରେ କୌଣସି ସମସ୍ୟା ହେବ ନାହିଁ, ପାରଂପାରିକ ଲିଡ ବ୍ୟାଟେରି ତୁଳନାରେ ଏହା ଅଧିକ
ସମୟ କାର୍ଯ୍ୟ କରିବ, ବିଶେଷତଃ ଏହା ରକ୍ଷଣାବେକ୍ଷଣ ମୁକ୍ତ ଅଟେ ।
ଭାରତର ବୃହତ ଲିଥିୟମ ଆୟନ ବ୍ୟାଟେରି ସଂପର୍କରେ ଶ୍ରୀ ରାହୁଲ ଶର୍ମା, ସିଇଓ-ଆଲୁମିନିୟମ ବିଜିନେସ,
ବେଦାନ୍ତ ଲିମିଟେଡ କହିଛନ୍ତିଯେ- ବେଦାନ୍ତ ଲିମିଟେଡ ଆଲୁମିନିୟମର ସର୍ବୋଚ୍ଚ ଉତ୍ପାଦକ ଭାବରେ ଆମେ
ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଚଙ୍କଭକ୍ଷସମ (ଉ୪)
ଗ୍ରାହକମାନଙ୍କ ପାଇଁ ସର୍ବୋତମ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଆମ ବ୍ୟବସାୟର ନିରନ୍ତର ଅଭିବୃଦ୍ଧି
ସୁନିଶ୍ଚିତ କରିବା ଲାଗି ଆମେ ନିଜର ବ୍ୟବସାୟିକ ଯୋଜନା ଗୁଡ଼ିକୁ ବିକଶିତ କରିଛୁ । ୨୦୫୦ ସୁଦ୍ଧା ଶୂନ୍ୟ
କାର୍ବନ ନିର୍ଗମନ ପ୍ରତିଶ୍ରୁତି ଅନୁସାରେ ଆମର କାର୍ଯ୍ୟକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ନବ ସୃଜନ ଓ ପ୍ରଯୁକ୍ତି
ଶକ୍ତିର ଉପଯୋଗ କରିବା ପ୍ରୟାସ ଜାରି ରଖିଛୁ । ଆମର ଏହି ଉନ୍ନତ ଇଲେକ୍ଟ୍ରିକ ଫର୍କଲିଫ୍ଟ ଫ୍ଲିଟ କାର୍ବନ
ନିର୍ଗମନକୁ ହ୍ରାସ କରିବା ସହିତ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ଏଥିରେ ବ୍ୟବହୃତ କଂପ୍ୟୁଟର ବ୍ୟବସ୍ଥା ଦ୍ୱାରା
ଆମେ କାର୍ଯ୍ୟକୁ ସଠିକ ଓ ସୁଚାରୁ ରୂପେ ସଂପାଦନ କରିପାରିବୁ । ଏହାକୁ ଚଳାଇବା ପାଇଁ ମହିଳା ଡ୍ରାଇଭରମାନଙ୍କୁ
ତାଲିମ ଦେଇ କୋର ଅପରେଶନରେ ମହିଳାଙ୍କ ଅଂଶ ଗ୍ରହଣକୁ ବୃଦ୍ଧି କରିବା ପାଇଁ ଆମେ ମଧ୍ୟ ଏହି ଉପାୟ
ଅବଲମ୍ବନ କରିଛୁ ।
ଶ୍ରୀ ବରୁଣ ଚୋପ୍ରା, ଏକଜିକ୍ୟୁଟିଭ ଚେୟାରମ୍ୟାନ , ଗିୟର ଇଣ୍ଡିଆ କହିଥିଲେ ଯେ ବୈଷୟିକ ଜ୍ଞାନ କୌଶଳରେ
ଉନ୍ନତ ଫର୍କଲିଫ୍ଟ ଭାରତରେ ବୃହତ ଫ୍ଲିଟ ଟେକନୋଲୋଜି ଅଧାରିତ ଏହା ନିଶ୍ଚିତ ଭାବରେ ଭାରତୀୟ ଶିଳ୍ପ ପାଇଁ
ନିରନ୍ତର ବିକାଶ ଓ ନିଟ ଜିରୋ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ଓ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟେ । ଭାରତର
ଅଗ୍ରଣୀ ସଂସ୍ଥା ଗିୟର ବେଦାନ୍ତର ଏହି ଡିକାର୍ବନାଇଜେସନ ଯାତ୍ରାରେ ଭାଗିଦାର ହୋଇ ପାରିଥିବାରୁ ଗର୍ବିତ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ
ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍
ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ
୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ
କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା
କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ
କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ
କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ
କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।