ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ମହତ୍ୱକାଂକ୍ଷୀ ଯୋଜନା ଓ ଗୋଷ୍ଠୀ ସମ୍ପୃକ୍ତି ସହ ଟାଟା ସ୍ଥାୟିତ୍ୱ ମାସ ପାଳିତ

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସଫଳତାର ସହ ଟାଟା ସ୍ଥାୟିତ୍ୱ ମାସ ୨୦୨୪ ପାଳନ କରାଯାଇଛି । ଏହି ଅଭିଯାନ ସବୁଜ ଭବିଷ୍ୟତ ଗଠନ ଦିଗରେ ଟିପିସିଓଡିଏଲ୍‌ର ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଦେଉଛି ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ, ବରିଷ୍ଠ ନେତୃତ୍ୱ ମଣ୍ଡଳୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଟାଟା ସ୍ଥାୟିତ୍ୱ ମାସର ଉଦଯାପନୀ ସମାରୋହ ୨୦୨୪ ଜୁଳାଇ ୪ ତାରିଖରେ ଅନୁଷ୍ଠିତ ହୋଇଥିଲା ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ପରିବେଶ ଅଭିଯାନରେ ଆମ କର୍ମଚାରୀ ଓ ଜନସମୂହକୁ ଯୋଡ଼ିବା ଲାଗି ଟାଟା ସ୍ଥାୟିତ୍ୱ ମାସ ଏକ ମୂଲ୍ୟବାନ ପ୍ଲାଟଫର୍ମ ପ୍ରଦାନ କରିଛି । ୮୦୦ ପାଖାପାଖି ବୃକ୍ଷରୋପଣ ଓ ୨୦୦୦ରୁ ଅଧିକ ଅଂଶୀଦାରଙ୍କୁ ବିଭିନ୍ନ କାର୍ଯ୍ୟରେ ଯୋଡ଼ିବା ସହିତ ଆମେ ହାସଲ କରିଥିବା ପ୍ରଗତିକୁ ନେଇ ବେଶ ଗର୍ବିତ ।’’
ଏହି ସମାରୋହ ପାଳନ ଅବସରରେ ନୟାଗଡ଼ର ଶରଣକୂଳ ଟିମ୍ ତରଫରୁ “ରୁଖ ବଦ୍‌ଲୋ, କଲ୍ ସୱାରୋଁ’ ନାମକ ଚିନ୍ତାଉଦ୍ରେକକାରୀ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା ଯେଉଁଥିରେ ଦୀର୍ଘସ୍ଥାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ପୁନଶ୍ଚ, ସାଂସ୍କୃତିକ ସଂରକ୍ଷଣ ଓ ପରିବେଶ ଦାୟିତ୍ୱ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇ ଟିପିସିଓଡିଏଲ୍‌ର ଏନ୍‌ଜିଓ ସହଯୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଭାଙ୍କ ଦ୍ୱାରା ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଟାଟା ସ୍ଥାୟିତ୍ୱ ମାସ ୨୦୨୪ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିବା ଏବଂ ଅଂଶଗ୍ରହଣକାରୀ କର୍ମଚାରୀମାନଙ୍କୁ ସ୍ୱୀକୃତି ପ୍ରଦାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ଟାଟା ସ୍ଥାୟିତ୍ୱ ମାସ ୨୦୨୪ରେ ଅଂଶଗ୍ରହଣ କରି ଟିପିସିଓଡିଏଲ୍ ପକ୍ଷରୁ ପରିବେଶ ସଚେତନତାର ଏକ ସୁଦୃଢ଼ ସଂସ୍କୃତିକୁ ପ୍ରଦର୍ଶନ କରାଯିବା ସହ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ଲାଗି ଏହାର କର୍ମଚାରୀ ଏବଂ ସମାଜକୁ ସଶକ୍ତ ବାର୍ତା ଦେଇଛିି ।

Leave a Reply

Your email address will not be published. Required fields are marked *