ଉଦ୍‌ଯାପିତ ହେଲା ସ୍କାଉଟସ୍ ଏବଂ ଗାଇଡସର “କୋଷ୍ଟାଲ ଟ୍ରେକିଙ୍ଗ୍‌”

ପ୍ରତିବର୍ଷ ରଥଯାତ୍ରା ସମୟରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ପୁରୀ ସମୁଦ୍ର କୂଳ ସଫେଇ କାର୍ଯ୍ୟକ୍ରମ କରାଯାଇଥାଏ ଏହି ଫଟୋଗୁଡିକୁ ଡିଜିଟାଲ ମିଡିଆରେ ପଠାଇବା ଦ୍ୱାରା ଏହାକୁ ବିଶ୍ୱ ସ୍କାଉଟ ସଂଗଠନର ଦୃଷ୍ଟି ଆକର୍ଷଣ ସାଜିଥିଲା ଯାହାକି ସେମାନେ ଉପଲବ୍ଧି କଲେ ଯେ ଏଭଳି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପୁରୀ ସମୁଦ୍ରକୂଳରୁ ଆରମ୍ଭ କରିବା ପାଇଁ  । ପ୍ରଥମେ ୨୦୨୦ ମସିହାରେ ବିଶ୍ୱ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ପୁରୀରୁ ଏହି କୋଷ୍ଟାଲ ଟ୍ରେକିଙ୍ଗ୍ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥିଭାବରେ କର୍ଣ୍ଣାଟକ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟକମିଶନର ଶ୍ରୀଯୁକ୍ତ ପି.ଜି.ଆର ସିନ୍ଧିଆ, ରାଜ୍ୟମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ସୂଚନା ଥାଉକି ୨୦୨୦ ମସିହା ପରଠାରୁ ପ୍ରତିବର୍ଷ ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର ମାନଙ୍କୁ ନେଇ ଏହିଭଳି କୋଷ୍ଟାଲ ଟ୍ରେକିଙ୍ଗ୍  କାର୍ଯ୍ୟକ୍ରମ ବାଲେଶ୍ୱର, ଗଞ୍ଜାମ, ପୁରୀ, କୋଣାର୍କ, ଚନ୍ଦନେଶ୍ୱର,  ଗୋପାଳପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଭଦ୍ରକ, ପାରାଦିପ ଏବଂ ଜଳେଶ୍ୱର ଆଦି ସମୁଦ୍ର ତଟକୂଳ ଜିଲ୍ଲାମାନଙ୍କରେ ଏହିଭଳି କାର୍ଯ୍ୟକ୍ରମ ମାନ କରିଥାନ୍ତି । ଏହି କୋଷ୍ଟାଲ ଟ୍ରେକିଙ୍ଗ ସମୟରେ ପିଲାମାନେ ନଦୀବନ୍ଧ, ନଦୀକୂଳ, ବିଲ, ଜଙ୍ଗଲ ମଧ୍ୟ ଦେଇ ଯିବା ସମୟରେ ବହୁତ ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ପ୍ରକୃତିକୁ ଉପଭୋଗ କରିଥାନ୍ତି ଏବଂ ଜଳଜୀବମାନଙ୍କୁ କିପରି ସୁରକ୍ଷା କରାଯାଇପାରିବ ସେଥିପାଇଁ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରାଇଥାନ୍ତି ।  
  ତା୨୮.୦୩.୨୦୨୪ ରିଖଠାରୁ ଆରମ୍ଭ ହୋଇଥିବା କୋଣାର୍କରୁ ପୁରୀ ପର୍ଯ୍ୟନ୍ତ “କୋଷ୍ଟାଲ ଟ୍ରେକିଙ୍ଗ୍‌”ର ଆଜି ଥିଲା ଅନ୍ତିମ ଦିବସ । ସକାଳୁ ପିଲାମାନେ ପୁରୀର ଗୋଲ୍ଡେନ୍ ବିଚ୍‌ରେ ରହିଥିବା ବିଭିନ୍ନ ପ୍ରକାର ଅଳିଆ ଆବର୍ଜନାକୁ ସଫା ସୁତରା କରିବା ସହିତ କିପରି ବିଚ୍ ଗୁଡିକୁ ସଫା ସୁତରା ରଖାଯାଇପାରିବ ସ୍କାଉଟ, ଗାଇଡ୍‌, ରୋଭର ଏବଂ ରେଞ୍ଜରମାନେ ପ୍ଲାକାଡ ଧରି ସେ ବିଷୟରେ ଲୋକମାନଙ୍କୁ  ସଚେତନ କରାଇଥିଲେ ।

ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଏଭଳି ଲୋକାଭିମୁଖି କାର୍ଯ୍ୟକ୍ରମ ଖାଲି କୋଣାର୍କ-ପୁରୀ ନୁହେଁ ସବୁ ସମୁଦ୍ର ତଟବର୍ତ୍ତି ଜିଲ୍ଲାମାନଙ୍କରେ କିପରି ଅଧିକରୁ ଅଧିକ କରାଯାଇପାରିବ ସେ ବିଷୟରେ ନିର୍ଦ୍ଦେଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ପୁରୀ ସମୁଦ୍ର କୂଳ ଥାନା ଆଇଆଇସି ଶ୍ରୀ ପି.କେ. ବେହେରା, ଅଧ୍ୟକ୍ଷ, ଆଡ୍‌ଭେନ୍‌ଚର କମିଟି ଶ୍ରୀ ସ୍ୱାଧୀନ ପଣ୍ଡା, ଜିଲ୍ଲା ସମ୍ପାଦକ, ପୁରୀ ଶ୍ରୀ ମହେନ୍ଦ୍ର କୁମାର ବିଶ୍ୱାଳ ଉପସ୍ଥିତ ରହିଥିଲେ । 
ରାଜ୍ୟମୁଖ୍ୟ କମିଶନର ଡଃ. ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ଦିନରୁ ପିଲାମାନଙ୍କୁ କୋଷ୍ଟାଲ ଟ୍ରେକିଙ୍ଗର ଟି. ସାର୍ଟ, କ୍ୟାପ, ପାଣି ବୋତଲ ଦିଆଯାଇଥିବା ବେଳେ ଆଜି ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ଦ୍ୱାରା ପିଲାମାନଙ୍କୁ ପ୍ରମାଣପତ୍ର ଏବଂ ଫଳକ ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ରାଜ୍ୟ ସହ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *