କୁଳିଆଠାରେ ବିଜେପିର ଜନସମାବେଶ : ଯୋଗଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ

ସାଲେପୁର : ଭାରତୀୟ ଜନତା ପାର୍ଟି ପକ୍ଷରୁ କୁଳିଆ ପଡିଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟକରୁଥିବା ସାମ୍ବାଦିକମାନଙ୍କୁ ସଭାସ୍ଥଳୀରେ ବସିବା ପାଇଁ ଚେୟାର ଦିଆଯାଇନଥିବାର ପ୍ରତିନିଧିମାନେ ଦୀର୍ଘ ସମୟ ଧରି ଟେଣ୍ଡ ତଳେ ଠିଆ ହୋଇ ରହିଥିଲେ । ଏହାକୁ ନେଇ କିଛି କର୍ମକର୍ତ୍ତାଙ୍କ ମନରେ ଘୋର ଅସନ୍ତୋଷ ଦେଖା ଦେଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ମଧ୍ୟାହ୍ନ ୧.୦୬ ମିନ୍‌ଟ ସମୟରେ ସଭାସ୍ଥଳୀରେ ପହଞ୍ôଚ ଥିଲେ । ଆଦିତ୍ୟନାଥ ଜୀ ମୁଖ୍ୟଅତିଥି ଭାବେ ସଭାରେ ଯୋଗଦେବାକୁ ଥିବା ବେଳେ ସେ ବିଳମ୍ବରେ ଆସିବାରୁ କର୍ମକର୍ତ୍ତାଙ୍କ ମହଲ ଅସନ୍ତୋଷ ଦେଖାଦେଇଥିଲା । ସେମାବେଶରେ ଆଦିତ୍ୟନାଥ ଜୀ ଓଡିଶା ସରକାରଙ୍କ ଶାସନକୁ କଡା ନିନ୍ଦା କରିଥିଲେ । ଓଡିଶାରେ ଜଣେ ଅଣ ଓଡିଆ ଏବେ ଶାସନଭାର ସମ୍ଭାଳିଛିି ବୋଲି ସେ କହିଥିଲେ । ଚଳିତ ନିର୍ବାଚନରେ ପରିବର୍ତ୍ତନର ସମୟ ଆସିଛି । ଦୀର୍ଘ ୨୫ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଜେପି ବିଧାୟକ ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କୁ ପଦ୍ମଫୁଲ ଚିହ୍ନରେ ମୋର ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ଜନସମାବେଶରେ ଯୋଗୀ ଜୀ ଜନସାଧାରଣମାନଙ୍କୁ ନିବେଦନ କରିଥିଲେ । ଓଡିଶାରେ ଏଥର ବିଜେପି ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବ । ବେକାର ଯୁବକ ଯୁବତୀମାନେ ଓଡିଶାରେ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇବେ । ଓଡିଶା ଭାରତ ବର୍ଷରେ ଏକ ବିକଶିତ ରାଜ୍ୟରେ ପରିଗଣିତ ହେବ । ମୋର ଅନୁରୋଧ ଆପଣମାନେ ବିଜେପିକୁ ଭୋଟ ଦେଇଓଡିଶାରେ ବିଜେପି ସରକାର ଗଢିବାକୁ ସେ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ । ଅନୁଷ୍ଠିତ ଏହି ସମାବେଶରେ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିପ୍ଳବ କୁମାର ଦେଓ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଦେବସିଂ ଚୌହାନ , ମାହାଙ୍ଗା ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ସୁମନ୍ତ ଘଡେଇ, ସାଲେପୁର ପ୍ରାର୍ଥୀ ଅରିନ୍ଦମ୍ ରାୟ, ରାଜନଗରର ପ୍ରାର୍ଥୀ ଲଳିତ ବେହେରା, ଆଳିର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡା ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, ପାଟକୁରା ପ୍ରାର୍ଥୀ ଜେତେଶ୍ୱର ପରିଡା, କେନ୍ଦ୍ରାପଡାର ପ୍ରାର୍ଥୀନୀ ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ଜିଲ୍ଲାସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡା ଲୋକସଭା ପ୍ରଭାରୀ ବିନୋଦ ଦାସ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇଥିଲେ । ସାଲେପୁର ନିର୍ବାର୍ଚନ ମଣ୍ଡଳୀର ବିଜେପି ଯୁବନେତା ତଥା ପୂର୍ବତନ ସରପଂଚ ଦିଲ୍ଲୀପ ରାଉତ, କିଶୋର ଚନ୍ଦ୍ର ନାୟକ, ସୁମନ୍ତ କୁମାର ସ୍ୱାଇଁ, ସୁଧାଂଶୁ ଶେଖର ଦାସ, ପ୍ରିୟ ମହାପାତ୍ର, ପୀତବାସ ଜେନା, ଯୁଧିଷ୍ଠିର ସାମଲ, ଜିତେନ୍ଦ୍ର ଶେଖର ସାମଲ, ଅଭିଷେକ ବିଶୋଇ ପ୍ରମୁଖଙ୍କ ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *