ଟାଟା ଷ୍ଟିଲର ଏଫ୍‌ଏଏମ୍‌ଡି ଫେରୋ କ୍ରୋମ ରପ୍ତାନି କାର୍ଯ୍ୟରେ ଇ-ଫୋର୍କଲିଫ୍ଟର ବ୍ୟବହାର

ଏକ ସବୁଜ ଏବଂ ସ୍ଥାୟୀ ଲଜିଷ୍ଟିକ୍ ସମାଧାନ ଦିଗରେ ଏକ ପଦକ୍ଷେପ

ଭୁବନେଶ୍ୱର: ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଟାଟା ଷ୍ଟିଲର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ ଏହାର ଫେରୋ କ୍ରୋମ୍ ରପ୍ତାନି କାର୍ଯ୍ୟରେ ଇଲେକ୍ଟ୍ରିକ୍ ରନ ଫୋର୍କଲିଫ୍ଟକୁ ସମନ୍ୱିତ କରିଛି । କଂପାନି ଏହାର କଂଟେନର ଫ୍ରେଟ୍ ଷ୍ଟେସନ (ସିଏଫ୍‌ଏସ୍‌) ପାର୍ଟନର୍ ଜରିଆରେ ଭାଇଜାଗର ଭିପିଏଲ୍ କଂଟେନର ଫ୍ରେଟ ଷ୍ଟେସନରେ ଇଲେକ୍ଟ୍ରିକ୍ ଫୋର୍କଲିଫ୍ଟ ଆରମ୍ଭ କରିଛି ।

ଏହାର ଶିଳ୍ପ ପ୍ରକ୍ରିୟାରେ ପରିବେଶ ଦାୟିତ୍ୱ ଏବଂ ଅଭିନବତା ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୁପ କମ୍ପାନୀ ଭାଇଜାଗ ପ୍ରୋଫାଇଲସ୍ ଲିମିଟେଡର ସହଯୋଗରେ ଇଲେକ୍ଟ୍ରିକ ଯାନକୁ ବ୍ୟବହାର କରି ଏହାର କାର୍ବନ ଫୁଟପ୍ରିଂଟ୍‌କୁ ଆହୁରି ହ୍ରାସ କରି ଏକ ସ୍ୱଚ୍ଛ ସବୁଜ ଭବିଷ୍ୟତ ଗଠନ ରେ ଯୋଗଦାନ କରୁଛି । ଏହି ପଦକ୍ଷେପ ଦ୍ୱାରା କମ୍ପାନି ପରିବେଶ ପ୍ରଭାବକୁ ହ୍ରାସ କରିବା ସହିତ ପରିଚାଳନା ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

ଫୋର୍କଲିଫ୍ଟକୁ ଉଦ୍‌ଘାଟନ କରି ଟାଟା ଷ୍ଟିଲର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି ଯେ, “ଆମେ ଆମର କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶ ଅନୁକୂଳ କାର୍ଯ୍ୟ ପାଇଁ ସର୍ବଦା ପ୍ରୟାସ କରୁଛୁ । ଆମର ଫେରୋ କ୍ରୋମ ରପ୍ତାନି ଅଭିଯାନରେ ଇଲେକ୍ଟ୍ରିକ୍ ରନ ଫୋର୍କଲିଫ୍ଟ ପ୍ରଚଳନ କରିଥିବାରୁ ଆମେ ଆମର ସିଏଫ୍‌ଏସ ପାର୍ଟନର ଏମ୍‌/ଏସ୍ ଭିପିଏଲ୍‌କୁ ଧନ୍ୟବାଦ ଜଣାଉଛୁ ଯାହା ଆମର ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବାରେ ଆମକୁ ଆହୁରି ସାହାଯ୍ୟ କରିବ ।’’

କମ ରକ୍ଷଣାବେକ୍ଷଣ ଆବଶ୍ୟକତା ଏବଂ ଜୀବାଶ୍ମ ଇନ୍ଧନ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ ସହିତ କମ୍ପାନୀ ର ପରିଚାଳନା ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଏବଂ ସାମଗ୍ରିକ ଯୋଗାଣ ଶୃଙ୍ଖଳାକୁ ଉନ୍ନତ କରିବାକୁ କଂପାନି ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ, ଏଫ୍‌ଏଏମ୍‌ଡି ପୂର୍ବରୁ ଯାଜପୁରସ୍ଥିତ ଫେରୋ ଆଲଏଜ୍ ପ୍ଲାଂଟ୍‌ରେ ଏହାର କମ ଦୂରତା କ୍ଷେତ୍ର ପାଇଁ ଫେରୋ କ୍ରୋମ ଏବଂ ରିଡକ୍ଟାଂଟର ପରିବହନ ପାଇଁ ଇଭିର ପରୀକ୍ଷଣ ଆରମ୍ଭ କରିଥିଲା ।

ଉନ୍ମୋଚନ ଉତ୍ସବ ଅବସରରେ ଇ ଶଙ୍କର ରାଓ, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଭାଇଜାଗ୍ ପ୍ରୋଫାଇଲ୍ ଗ୍ରୁପ୍‌, ଟାଟା ଷ୍ଟିଲର ଲଜିଷ୍ଟିକ୍ସ (ଏଫ୍‌ଏଏମ୍‌ଡି) ମୁଖ୍ୟ ଅମିତ ଚୌବେ, ପୋର୍ଟ ଅପରେସନ୍ (ଯୋଗାଣ ଶୃଙ୍ଖଳା)ର ବରିଷ୍ଠ ଏରିଆ ମ୍ୟାନେଜର ସୁରେଶବାବୁ ରବିପତି, ଟାଟା ଷ୍ଟିଲର ଏରିଆ ମ୍ୟାନେଜର, ଲଜିଷ୍ଟିକ୍ସ (ଏଫ୍‌ଜି) ସୌମ୍ୟ ବସୁଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *