ଓ ବି ସି ସିର ଫ୍ଲାଏ ଓଭର କାମରେ ଅସୁରକ୍ଷିତ ଶ୍ରମିକ

ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ, ଶ୍ରମିକ ଗୁରୁତର

ଫ୍ଲାଏ ଓଭର ବ୍ରିଜରୁ ଶ୍ରମିକ ପଡ଼ି ଗୁରୁତର

ବଡ଼ବିଲ :- କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ରଣାସାଳ ଘାଟି ଠାରୁ କମାର ଯୋଡ଼ା ପର୍ଯ୍ୟନ୍ତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସିନେମା ହଲ୍ ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୃତ ଗତିରେ କାମ ଚାଲୁ ଅଛି। ତେବେ ଆଜି ତା୧୬/୧୨ରିଖ ମଧ୍ୟାହ୍ନ ସମୟରେ ଜଣେ କୁଶଳୀ ଶ୍ରମିକ ୪୬ନମ୍ବର ପିଲର ରୁ ପଡ଼ି ଗୁରୁତର। ଏହି ଆହତଙ୍କୁ ନିକଟସ୍ତ ଟାଟା ଷ୍ଟିଲ ଚିକିତ୍ସାଳୟ କୁ ନେଇ ଚିକିତ୍ସା କଲାବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାକୁ ରେଫର କରିଦେଇଥିଲେ।ତେବେ ଫ୍ଲାଏ ଓଭର କାର୍ଯ୍ୟ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସୁରକ୍ଷା ସରଞ୍ଜାମ ଦେଖିବାକୁ ମିଳି ନାହିଁ।

ରାସ୍ତାରେ ଚାଲି ଚାଲି ଯିବା ଭଳି ୨୦ଫୁଟ୍ ଉପରେ ଶ୍ରମିକ ମାନେ କାମ କରୁଛନ୍ତି ଯାହାକି ସେପ୍ଟି ବେଲ୍ଟ, ହୁକ୍, ଗ୍ଲୋବସ୍ ଏବଂ ଅନ୍ୟାନ୍ୟ କୌଣସି ସୁରକ୍ଷା ଉପକରଣ ଦେଖାଯାଇନାହିଁ, ତେଣୁ ଓବିସିସି ଶ୍ରମିକ ମାନଙ୍କୁ ମରଣ ଜନ୍ତାକୁ ଟାଣିଲା ଭଳି କାମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏମିତି ଦୁର୍ଘଟଣା ପୂର୍ବରୁ ବାରମ୍ବାର ହେଉଥିଲେ ମଧ୍ୟ କମ୍ପାନୀ ଏହାକୁ ଅଣଦେଖାକରି ଏଡାଇ ଚାଲିଛି। ନିରୀହ ଶ୍ରମିକ ମାନଙ୍କର ଜୀବନ ଏମାନଙ୍କ ପାଖରେ ତୁଛ ଯେମିତି। ଘଟଣାରୁ ପ୍ରକାଶ ଯେ ପେଟି ଠିକାଦାର ରାଜବଂଶ ତିୱାରୀ ଙ୍କ ପାଖରେ ରାଜନ ସିଂ(୩୬) ଝାଡ଼ଖଣ୍ଡ ରାଜ୍ୟର ବୋକାରୋ ଜିଲ୍ଲା ଅନ୍ତର୍ଗତ ଆରାଜୁ ଗ୍ରାମର ହୋଇଥିବା ବେଳେ ସେ ରଡବାଇଣ୍ଡିଂ ମିସ୍ତ୍ରୀ ଭାବେ କାମକରିଆସୁଥିଲେ।

ଆଜି ସେ ସିଡିରୁ ଓହ୍ଲାଉ ଥିବା ସମୟରେ ସିଡି ସହ ଓଲଟି ପଡ଼ିଥିଲେ। ଜନସାଧାରଣଙ୍କ କହିବା ଅନୁଯାୟୀ ଯଦି ସେଠାରେ ଆଉ କେହି ଲୋକ ଥାଆନ୍ତେ ତେବେ ଭୟଙ୍କର ଦୁର୍ଘଟଣାକୁ କେହି ଏଡେଇ ପାରି ନଥାନ୍ତେ। ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *