ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ ଓ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଉଭୟେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାଯାଇଛି । ନିତିନ ଗଡ଼କରୀ ପୁରୀ ଜିଲ୍ଲାରେ ସାଧାରଣସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଣେ ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ସଭା କରିବେ ବୋଲି ଜଣାଯାଇଛି । ତେଣେ ଓଡ଼ିଶା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ବିଶିଷ୍ଟ ଅଭିନେତ୍ରୀ ତଥା ମଥୁରାର ସାଂସଦ ହେମାମାଳିନୀ ସାମିଲ ହୋଇଛନ୍ତି । ସେ ଦକ୍ଷିଣ ଓଡ଼ିଶାରେ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବୋଲି ସୂଚନା ରହିଛି । ତାଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ଓଡ଼ିଶା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି

Leave a Reply

Your email address will not be published. Required fields are marked *