ଅନାକେଡେମି ନ୍ୟାସନାଲ ସ୍କଲାରସିପ୍ ଆଡମିଶନ ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ଖୁବଶୀଘ୍ର

•ଯୋଗ୍ୟ ଶିକ୍ଷାର୍ଥୀମାନେ ୧୦୦% ପର୍ଯନ୍ତ ଅନାକେଡେମି ସ୍କଲାରସିପ୍ ପାଇଁ ଯୋଗ୍ୟତା ହାସଲ କରିପରିବେ ।
•ପରୀକ୍ଷା ଆସନ୍ତା ୮ ରୁ ୧୫ ଅକ୍ଟୋବର ୨୦୨୨ ମଧ୍ୟରେ ଅନୁଷ୍ଠିତ ହେବ ।
ଭୁବନେଶ୍ୱର: ଭାରତର ସର୍ବ ବୃହତ ଶିକ୍ଷଣ ପ୍ଲାଟଫର୍ମ ଅନାକେଡେମି, ଅନାକେଡେମି ନ୍ୟାସନାଲ ସ୍କଲାରସିପ୍ ଆଡମିଶନ ଟେଷ୍ଟ (ୟୁଏନଏସଏଟି) ର ଦ୍ୱିତୀୟ ସଂସ୍କରଣ ସର୍ମ୍ପକରେ ଘୋଷଣା କରିଛି, ଯାହାକି ଶିକ୍ଷାର୍ଥୀମାନଙ୍କର ବଢୁଥିବା ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବାରେ ସମର୍ଥ ହେବ । ଏହି ପରୀକ୍ଷା ଆସନ୍ତା ୮ ରୁ ୧୫ ଅକ୍ଟୋବର ୨୦୨୨ ମଧ୍ୟରେ ଭାରତର ୬୪ ଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବ । ୟୁଏନଏସଏଟି ପରୀକ୍ଷା ଏନଇଇଟି-ୟୁଜି, ଆଇଆଇଟି-ଜେଇଇ ଏବଂ ଫାଉଣ୍ଡେସନ୍ (୯-୧୨) ପାଠ୍ୟକ୍ରମର ସମସ୍ତ ଶିକ୍ଷାର୍ଥୀ ଦେଇପରିବେ ।
ୟୁଏନଏସଏଟି, ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କୁ ସେମାନଙ୍କର ଇଚ୍ଛାକୃତ ପାଠ୍ୟକ୍ରମରେ ନିୟୋଜିତ କରିବାକୁ ସକ୍ଷମ କରିବା ପାଇଁ ଅନାକେଡେମିର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ସେମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାର କରି, ଆବେଦନକାରୀମାନେ ଅନଲାଇନ୍ ସବସ୍କ୍ରିପସନ୍ ଏବଂ ଅନାକେଡେମି କେନ୍ଦ୍ରରେ ନାମଲେଖା ଉପରେ ୧୦୦% ସ୍କଲାରସିପ୍ ପାଇବାକୁ ଯୋଗ୍ୟ ହେବେ । ସ୍ୱତନ୍ତ୍ର ଶିକ୍ଷାବିତ୍ଙ୍କ ଦ୍ୱାରା ଅନାକେଡେମିର ସ୍ୱତନ୍ତ୍ର ଶ୍ରେଣିୟ ଗ୍ରୁପ୍ରେ ଶିକ୍ଷାର୍ଥୀମାନଙ୍କର ବୌଦ୍ଧିକ ବିକାଶ କରିବା ପାଇଁ ସ୍ଥାନ ପାଇବେ, ଯେଉଁମାନେକି ପ୍ରତିବର୍ଷ ଅଲ ଇଣ୍ଡିଆ ର୍ୟାଙ୍କର୍ସର୍ଙ୍କୁ ସୃଷ୍ଟି କରନ୍ତି ଏବଂ ତାଙ୍କୁ ଗାଇଡି ମଧ୍ୟ କରିଥାନ୍ତି ।
ଏହି ପରୀକ୍ଷା ଆସନ୍ତା ୮ ଏବଂ ୧୫ ଅକ୍ଟୋବରରେ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ । ଯେଉଁମାନେ ଅନଲାଇନ୍ ମୋଡ୍ ବାଛନ୍ତି ସେମାନେ ଘରୁ ପରୀକ୍ଷା ଦେଇପାରିବେ ଏବଂ ଅଫଲାଇନ୍ ମୋଡ୍ ବାଛିଥିବା ଆବେଦନକାରୀମାନେ ପରୀକ୍ଷା ଦିନ ସେମାନଙ୍କର ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପରିବେ । ଏହାଛଡା ଅଧିକରୁ ଅଧିକ ଶିକ୍ଷାର୍ଥୀଙ୍କୁ ଉପକୃତ କରିବା ପାଇଁ ୧୨ ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ କିଛି ବିଦ୍ୟାଳୟର ସହଯୋଗରେ ସେମାନଙ୍କ ପରିସରରେ ଅନାକେଡେମି ନ୍ୟାସନାଲ ସ୍କଲାରସିପ୍ ଆଡମିଶନ ପରୀକ୍ଷା ଅନୁଷ୍ଠିତ ହେବ । ଅଫଲାଇନରେ ପରୀକ୍ଷା ଦେଉଥିବା ଆବେଦନକାରୀମାନଙ୍କ ପାଇଁ ସମସ୍ତ ପ୍ରଯୁଜ୍ୟ ବିବରଣୀ ସହିତ ଆଡମିଟ୍ କାର୍ଡ ଇମେଲ୍ ମାଧ୍ୟମରେ ପ୍ରଦାନ କରାଯିବ ଏବଂ ଫଳାଫଳ ୨୧ ଅକ୍ଟୋବର ୨୦୨୨ ରେ ଘୋଷଣା କରାଯିବ ।
ଆଗ୍ରହୀ ପ୍ରାର୍ଥୀମାନେ ପଞ୍ଜୀକରଣ ପାଇଁ ଏହି ଲିଙ୍କକୁ ଅନୁଶରଣ କରିପାରିବେ ।