ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ନିକଟରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା : ୧୪/୦୫(ପ୍ରବାହ ନିଉଜ୍) ଗୁରୁଜଙ୍ଗ ଦ୍ଵାରିକା ନଗର ନିକଟ ନବୋଦୟ ବିଦ୍ୟାଳୟ ସମ୍ମୁଖ ଏକ ବୁଦୁବୁଦିଆ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳାଙ୍କ ବୟସ ୫୫ ରୁ ୬୦ ବର୍ଷ ମଧ୍ୟରେ ଜଣାପଡ଼ିଥିବା ବେଳେ ମୃତକ ମହିଳା ଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଲକ୍ଷ୍ମଣ ଭଞ୍ଜଙ୍କ ପତ୍ନୀ ବସନ୍ତ ମଞ୍ଜରୀ ଭଞ୍ଜ ବୋଲି ଜଣାପଡିଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକାଙ୍କ ଗୋଡ଼ ମାଟିରେ ଲାଗିଥିବାର ଦେଖି କେହି ଅନ୍ୟ ସ୍ଥାନରେ ମାରିକରି ଆଣି ଏଠାରେ ଟାଙ୍ଗି ଦେଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଓ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି ।

Leave a Reply

Your email address will not be published. Required fields are marked *