ମହଙ୍ଗା ପଡ଼ିଲା ଲୋଭ, ଗଦି ଚୋରି କରି ଗଲେ ଜେଲ

ଖୋର୍ଦ୍ଧା :୧୭/୦୩/୨୦୨୧ : ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ର ଡ୍ରାଇଭର ଚଞ୍ଚକତା କରି ୧୫ ଲକ୍ଷ ଟଙ୍କାର କୁସନ ଗଦି ଲୁଟ କରିବା ମହଙ୍ଗା ପଡିଛି। ଗଦି ଲୁଟ୍ ଘଟଣାରେ ପୁଲିସ ଗାଡିର ଡ୍ରାଇଭର ଏବଂ ଜଣେ ସହଯୋଗୀକୁ ଗିରଫ କରିଛି। ଗିରଫ ଡ୍ରାଇଭର ଜଣକ  ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁସିଆପଡ଼ା ଗାଁର ମାନସ ଜେନା ଓ ସହଯୋଗୀ ଚନ୍ଦ୍ରକାନ୍ତ ମହାନ୍ତି ବୋଲି ଜଣାପଡିଛି ।

ପୁଲିସ ସୂଚନା ଅନୁସାରେ, ଗତ ୧୨ ତାରିଖରେ କଟକର ଗୋପାଳପୁରରୁ ଓଆର ୦୫ ଏଏଲ-୭୬୦୩ ନମ୍ବର ବିଶିଷ୍ଟ ଏକ ଗଦି ବୋଝେଇ ଟ୍ରକ୍ ବ୍ରହ୍ମପୁର ର ଗୋପାଳପୁର ଅଭିମୁଖେ ବାହାରିଥିଲା। ହେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଖାପାଖି ୮୦ରୁ ଉର୍ଦ୍ଧ ଗଦି ଦେଖ୍ ଡ୍ରାଇଭର ମନୋଜ ମୁଣ୍ଡରେ ଦୁଷ୍ଟ ବୁଦ୍ଧି ପଶିଥିଲା । ଲୋଭ ବଶବର୍ତ୍ତୀ ହୋଇ  ଉକ୍ତ ଟ୍ରକ କୁ ଗୋପାଳପୁର ନେବା ପରିବର୍ତ୍ତେ ନିଜ ଗାଁ  ନୟାଗଡ ଜିଲ୍ଲାର ବାଉଁଶିଆପଡ଼ା ନେଇ ସେଠାରେ ଅତି ଶସ୍ତାରେ କିଛି ଗଦି ବିକ୍ରି କରିବାପରେ ପୁଣି ଖୋର୍ଦ୍ଧା ଅଭିମୁଖେ ଆସିବା ସହିତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରେ ଟ୍ରକକୁ ରଖି ଅବଶିଷ୍ଟ ଗଦି ଗୁଡ଼ିକୁ ସ୍ଥାନୀୟ ଭାଲିଆବାଡ଼ିର ଜଣେ ବ୍ୟକ୍ତିଙ୍କ ଏକ ଛୋଟ ଟ୍ରକ କୁ ଭଡ଼ାରେ ଆଣି ସେଥିରେ ରଖୁଥିବା ସମୟରେ ସହଯୋଗୀ ଚନ୍ଦ୍ରକାନ୍ତ ଆସି ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଭୟ ମିଶି ଉକ୍ତ ମିନିଟ୍ରକ ର ଡ୍ରାଇଭରଙ୍କୁ  ବାନ୍ଧିଦେବା ପରେ ସେଠାରୁ ଗାଡ଼ିକୁ ନେଇ ଚମ୍ପଟ ମାରିଥିଲେ ।

ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ଖବର ପାଇବା ପରେ ଓ ପରବର୍ତ୍ତୀ ସମୟରେ ଗଦି ବୋଝେଇ ଟ୍ରକର ମାଲିକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନସ ଓ ସହଯୋଗୀ ଚନ୍ଦ୍ରକାନ୍ତକୁ ବାଉଁଶିଆପଡା ର ଏକ ଜଙ୍ଗଲ ମଧ୍ୟରୁ ଚୋରି କରି ନେଇଥିବା ଗଦି ବୋଝେଇ ମିନିଟ୍ରକ ସହିତ ଗିରଫ କରିଛି ଓ ସେଠାରୁ ପୁଲିସ ମାତ୍ର ୩୪ଟି ଗଦି ଜବତ କରିବାରେ ସକ୍ଷମ ହୋଇଛି। ସେହିପରି କଟକରୁ ଲୁଟ୍ ହୋଇଥିବା ଟ୍ରକ୍ କୁ ମଧ୍ୟ ଖୋର୍ଦ୍ଧା ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଜବତ କରାଯାଇଛି । ଲୁଟ ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା କୋର୍ଟ ଚାଲାଣ କରିବା ନେଇ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *