ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହିଙ୍କ ମୃତ୍ୟୁ

ବଡ଼ବିଲ :(ଧରଣୀଧର ମହାନ୍ତ) ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।
ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ରିମୁଲି ପଟୁ ଯୋଡ଼ା ଯାଉଥିବାବେଳେ , ବିପରୀତ ଦିଗରୁ ରଙ୍ଗ ରାସ୍ତାରେ ଆସୁଥିବା ବାଇକ ଆରୋହୀଙ୍କୁ ଦ୍ରୁତ ଗତିରେ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଦୁଇଜଣ ବାଇକ ଆରୋହୀ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଘଟିଥିବା ଟ୍ରକ ଟି ଖସି ପଳାଇଯାଇଥିଲା।

ଖବର ଲେଖାହେବାଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ। ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ବାଇକ ଆରୋହୀଙ୍କୁ ଡାକ୍ତରଖାନାକୁ ପଠେଇଥିବାବେଳେ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।