ଟିଭିଏସ୍ ମୋଟର କଂପାନି ପକ୍ଷରୁ ନୂଆ ୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ଓ ୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୮୦ ଉନ୍ମୋଚିତ

ଭୁବନେଶ୍ୱର: ଅଗ୍ରଣୀ ଦୁଇ ଚକିଆ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କଂପାନି ପକ୍ଷରୁ ୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ଓ ୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୮୦କୁ ଉନ୍ମୋଚନ କରାଯାଇଛି । ସାଲିସ୍‌ବିହୀନ ବାଇକ୍ ଚାଳନା ଅନୁଭୂତି ପ୍ରଦାନ କରିବା ଲାଗି ଏଥିରେ ନୂଆ ଉତ୍ସାହ ସୃଷ୍ଟିକାରୀ ଷ୍ଟାଇଲ୍ ଓ ସୁବିଧା ସୁଯୋଗ ବ୍ୟବହାର କରାଯାଇଛି । ବାଇକ୍ ଶକ୍ତି ବୃଦ୍ଧି ପାଇଥିବା ବେଳେ ଆପାଚି ଆର୍‌ଟିଆର୍ ୧୬୦ର ଓଜନ ୨ କେଜି ଓ ଆପାଚି ଆର୍‌ଟିଆର୍ ୧୮୦ର ଓଜନ ୧ହ୍ରାସ ପାଇଛି ଯାହା ଫଳରେ ଉଭୟ ମୋଟରସାଇକଲ୍‌ର ଶକ୍ତି ଓ ଓଜନ ଅନୁପାତରେ ଉନ୍ନତି ପରିଲକ୍ଷିତ ହୋଇଛି ।


୨୦୦୫ରେ ଉନ୍ମୋଚନ ହେବା ପରଠାରୁ ଟିଭିଏସ୍ ଆପାଚି ଆର୍‌ଟିଆର୍ ପ୍ରଯୁକ୍ତି ଓ ନବସୃଜନ ଦୃଷ୍ଟିରୁ ସର୍ବଦା ଆଗରେ ରହିଛି ଏବଂ ପ୍ରଦର୍ଶନ ଦୃଷ୍ଟିରୁ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି । ଟିଭିଏସ୍ ଆପାଚି ଆର୍‌ଟିଆର୍‌ରେ କ୍ଷେତ୍ରର ବହୁ ପ୍ରଥମ ଓ ଶ୍ରେଷ୍ଠ ମାନର ସୁବିଧା ସୁଯୋଗ ଓ ପ୍ରଯୁକ୍ତି ରହିଛି ଯଥା ଫୁଏଲ୍ ଇଞ୍ଜେକ୍ସନ୍‌, ଏବିଏସ୍‌, ଡୁଆଲ୍ ଚ୍ୟାନେଲ୍ ଏବିଏସ୍‌, ସ୍ଲିପର୍ କ୍ଲଚ୍ ଓ ସ୍ମାର୍ଟଏକ୍ସକନେକ୍ଟ, ରାଇଡ୍ ମୋଡ୍‌ସ ଓ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍ ଇତ୍ୟାଦି ।


ଟିଭିଏସ୍ ମୋଟର କଂପାନିର ବ୍ୟବସାୟ ମୁଖ୍ୟ-ପ୍ରିମିୟମ୍ ଶ୍ରୀଯୁକ୍ତ ବିମଳ ସୁମ୍ବଲି କହିଛନ୍ତି ଯେ, “ଆମର ଗ୍ରାହକ ଓ ରେସିଂ ପ୍ରେମୀଙ୍କ ସହ ଯୋଡ଼ି ହୋଇପାରୁଥିବା ଉତ୍କୃଷ୍ଟ ଉତ୍ପାଦ ବଜାରକୁ ଆଣିବା ପାଇଁ ଟିଭିଏସ୍ ର ରେସିଂ ଐତିହ୍ୟ ଅନୁସାରେ ଟିଭିଏସ୍ ଆପାଚି ସିରିଜ୍‌କୁ ଗଠନ କରାଯାଇଛି । ଏକ ବାସ୍ତବ ରେସିଂ ଅନୁଭୂତି ସହ ସାରା ବିଶ୍ୱରେ ଥିବା ଆପାଚି ଗୋଷ୍ଠୀ ଓ ବିଶ୍ୱାସୀଙ୍କୁ ଉଲ୍ଲସିତ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ପ୍ରତିଫଳନ ହେଉଛି ୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ଓ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୮୦ର ଉପସ୍ଥାପନା । ପ୍ରଦର୍ଶନକାରୀ ବାଇକ୍‌ରେ ରୂପାନ୍ତରଣ ଆଣିବା ଓ ଆମର ପ୍ରିମିୟମ୍ ଯାତ୍ରାକୁ ଆହୁରି ଦୃଢ଼ କରିବା ଲାଗି ଶ୍ରେଣୀର ଅଗ୍ରଣୀ ରେସିଂ ପ୍ରଯୁକ୍‌ତିକୁ ଏହି ମୋଟରସାଇକଲ୍‌ଗୁଡ଼ିକ ଜାରି ରଖିବ ।’’


ଉଭୟ ମୋଟରସାଇକଲ୍‌ରେ ଆକର୍ଷଣୀୟ ଗ୍ରାଫିକ୍ସ ବ୍ୟବହାର କରାଯାଇଛି । ସେଥିରେ କ୍ଷେତ୍ରର ପ୍ରଥମ ସୁବିଧା ସୁଯୋଗ ଯଥା ସମ୍ପୂର୍ଣ୍ଣ ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍ ଓ ନୂଆ ଏଲ୍‌ଇଡି ଟେଲ୍ ଲ୍ୟାମ୍ପ୍ ଆଦି ରହିଛି । ଏହା ସହିତ ସ୍ମାର୍ଟଏକ୍ସକନେକ୍ଟ ଓ ଭଏସ୍ ଆସିଷ୍ଟ୍ ସୁବିଧା ଥିବା ଉନ୍ନତ ବ୍ଲୁଟୁଥ୍ ସଂଯୋଗର ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର ରହିଛି । ଏଥିରେ ତିନିଟି ରାଇଡ୍ ମୋଡ୍‌-ରେନ୍‌, ଅର୍ବାନ୍ ଓ ସ୍ପୋର୍ଟସ୍ ରହିଛି । ଏକ୍ସ ରିଙ୍ଗ୍ ଚେନ୍‌, ୧୨୦ ଏମ୍‌ଏମ୍ ଚଉଡ଼ା ପଛ ଟାୟାର୍‌, ଗିୟର୍ ପୋଜିସନ୍ ଇଣ୍ଡିକେଟର୍ ଓ ଟିଭିଏସ୍ କନେକ୍ଟ ଆପ୍‌ର ସୁବିଧା ମଧ୍ୟ ରହିଛି ।
୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୮୦ ସିରିଜ୍ କଳା ଓ ଧଳା ରଙ୍ଗରେ ଏବଂ ୨୦୨୨ ଟିଭିଏସ୍ ଆପାଚି ଆର୍‌ଟିଆର ୧୬୦ କଳା, ଧଳା, ଲାଲ, ନୀଳ ଓ ଟି-ଗ୍ରେ ଭଳି ପାଂଚଟି ରଙ୍ଗରେ ଉପଲବ୍ଧ ହୋଇଛି । ଦିଲ୍ଲୀରେ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୮୦ ଡିସ୍କ ବିଟିର ଦାମ୍ ୧,୩୦,୫୯୦ ଟଙ୍କା, ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ଡିସ୍କ ବିଟି ୧,୨୪,୫୯୦ ଟଙ୍କା, ଟିଭିଏସ୍ ଆପାଚି ଆରଟିଆର ୧୬୦ ଡିସ୍କର ଦାମ୍ ୧,୨୧,୨୯୦ ଟଙ୍କା ଓ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ଡ୍ରମ୍‌ର ଦାମ୍ ୧,୧୭,୭୯୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *