ଆନ୍ତର୍ଜାତୀୟ କନ୍ୟାଦିବସ ପାଳନ ଅବସରରେ “ତୁ ତ ମୋର ପରୀ” ପୁସ୍ତକ ଉନ୍ମୋଚନ

ଭୁବନେଶ୍ଵର,ପ୍ରବାହ ନ୍ୟୁଜ୍ : ଆନ୍ତର୍ଜାତୀୟ କନ୍ୟା ଦିବସ ପାଳନ ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ୍.ଡି ତରଫରୁ ଗୁରୁ କେଳୁ ଚରଣ ଓଡିଶୀ ଏକାଡେମୀର ପ୍ରେକ୍ଷାଳୟରେ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା “ତୁ ତ ମୋର ପରୀ, କିଏ ହେବ ତୋର ସରି” ପୁସ୍ତକର ଉନ୍ମୋଚିତ୍ତ ହୋଇଛି ।
“ତୁ ତ ମୋର ପରୀ, କିଏ ହେବ ତୋର ସରି” ଶୀର୍ଷକ ପୁସ୍ତକରେ ୧୦୦ ଜଣ କେବଳ ଏକମାତ୍ର କନ୍ୟାସନ୍ତାନର ପିତାମାତାଙ୍କର କାହାଣୀ ସଂଗ୍ରହ କରାଯାଇଛି । ଆଜିକାଲିର ପୁରୁଷ କୈନ୍ଦ୍ରିକ ସମାଜରେ ଏ ଭଳି ବି ପିତାମାତା ଅଛନ୍ତି ଯେଉଁମାନେ ପୁଅ ମୋହକୁ ଛାଡି ଏକମାତ୍ର କନ୍ୟା ସନ୍ତାନରେ ସିମୀତ ଅଛନ୍ତି । ଏହି ପୁସ୍ତକ ସମାଜ ପାଇଁ ବା ଯେଉଁ ପରିବାର କନ୍ୟା ସନ୍ତାନକୁ ଜନ୍ମନ ଦେଇ ମାରି ଦେଉଛନ୍ତି ସେମାନଙ୍କ ପାଇଁ ଏକ ଦିଗ୍ଦର୍ଶନ ହୋଇ ପାରିବ । ଆଇ.ଏସ୍.ଡି ର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାସଂଦ ଶ୍ରୀମତୀ ସୁଲତା ଦେଓ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟ ସମ୍ମାନିତ ଅତିଥିଭାବେ ଡ. ସେବା ମହାପାତ୍ର, ଶ୍ରୀମତୀ ସସ୍ମିତା ପାତ୍ର, ସିନେ ତାରକା ଶ୍ରୀମତୀ ପୁଷ୍ପା ପଣ୍ଡା ଓ ଶ୍ରଯୁକ୍ତ ରାଜେନ୍ଦ୍ର ନାରାୟଣ ମିଶ୍ର ଯୋଗ ଦେଇଥିଲେ । ଉତ୍ସବରେ ୫୦ଜଣ କେବଳ ଏକମାତ୍ର କନ୍ୟା ସନ୍ତାନର ପିତାମାତାଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଆଇ.ଏସ୍.ଡି ସଭାପତି ସ୍ଵାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ କହିଥିଲେ । ସଂଯୋଜକ ସତ୍ୟନାରାୟଣ ପାତ୍ର, ଭବାନୀ ପ୍ରସାଦ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।