କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଅ।ଲୋଚନା

ଭୁବନେଶ୍ୱର : ଭାରତ ବର୍ଷରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଅ । (ଏସବିଅ।ଇ) ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ବ୍ୟବସାୟୀକ ବ୍ୟାଙ୍କ ବାର୍ଷିକ ହଜାର ହଜାର କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ଏହି ବ୍ୟାଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅ।ଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ଅତି ନଗଣ୍ୟ ହୋଇଥିବାରୁ ଏହି ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ହିନ୍ଦ୍‌ ମଜଦୁର ସଭା (ଏଚଏମଏସ) ଓଡ଼ିଶା ରାଜ୍ୟ ଶାଖା ଉପସଭାପତି ରବି ରଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଅ।କର୍ଷଣ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଶ୍ରମ ବିଭାଗର ଡେପୁଟି ଶ୍ରମ କମିଶନର ପି.କେ ରଣାଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷ, ଏସବିଅ ।ଇର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା, ସ୍ୱାଗତ ପାଢ଼ୀ, ଏଚଏମଏସର ଉପସଭାପତି ରବି ରଥ ଓ ଅ।ଉଟସୋର୍ସିଂ କର୍ମଚାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷୀକ ଅ।ଲୋଚନା ହୋଇଥିଲା । ଅ।ଲୋଚନା ବେଳେ ଶ୍ରମ ବିଭାଗ ଅଧିକାରୀ ଶ୍ରୀ ରଣା ଅ।ଉଟସୋର୍ସିଂ କର୍ମଚାରୀଙ୍କ ନିଯୁକ୍ତି ଦେଇଥିବା ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଚୁକ୍ତିନାମା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ ।ଯିବ ବୋଲି ସଂଗଠନକୁ ପରାମର୍ଶ ଦେଇଥିଲେ ଏବଂ କର୍ମଚାରୀ ସଂଗଠନକୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କର୍ମଚାରୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କହିଥିଲେ ।

ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଅ ।ଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଶ୍ରମି କମିଶନର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଅ ।ଉଟସୋର୍ସିଂ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ ୩୦ ହଜାର ପାରିଶ୍ରମିକ ପ୍ରଦାନ, କର୍ମଚାରୀଙ୍କୁ ସିଧାସଳଖ ବ୍ୟାଙ୍କ ଜରିଅ ।ରେ ପ୍ରାପ୍ୟ ପ୍ରଦାନ, ଠିକା ସଂସ୍ଥାର ମାଲିକମାନଙ୍କ କବଳରୁ ମୁକ୍ତ କରାଯିବା, ସମାନ କାମକୁ ସମାନ ଦରମା, ଏସବିଅ ।ଇ ଶାଖାମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମା ଗୋଟିଏ ପ୍ରକାର ନିର୍ଦ୍ଧାରଣ କରାଯିବା, ଓଡ଼ିଶାର ୪ଟି ମ୍ୟୁନିସିପାଲ କର୍ପୋରେସନରେ କାର୍ଯ୍ୟରତ ଏସବିଅ।ଇ ଅ।ଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ପ୍ରକାର ପ୍ରାପ୍ୟ ପ୍ରଦାନ କରାଯାଉ, ଶୃଙ୍ଖଳିତ ଓ ସଠିକ୍‌ ତାରିଖରେ ଇପିଏଫ୍‌ ଏବଂ ଇଏସଅ ।ଇ ପ୍ରାପ୍ୟରୁ କଟାଯିବା ପାଇଁ ସମସ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଅ।ଯାଉ, ପ୍ରତି ମାସରେ ଦରମା ପ୍ରଥମ ସପ୍ତାହ ମଧ୍ୟରେ ପ୍ରଦାନ କରାଯାଉ, ଠିକା ସଂସ୍ଥା ଜରିଅ।ରେ ଅ।ଉଟସୋର୍ସିଂ କର୍ମଚାରୀମାନଙ୍କୁ ଝାଡ଼ୁଦାର (ସଫେଇ କର୍ମଚାରୀ) ଭାବେ ନିଯୁକ୍ତି ଦିଅ ।ଯାଉଥିବା ବେଳେ ବ୍ୟାଙ୍କର ମେସେଞ୍ଜର ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେଣୁ ଏହା ପାଇଁ ଅଧିକା କିଛି ପ୍ରାପ୍ୟ ପ୍ରଦାନ କରାଯାଉ ଇତ୍ୟାଦି ଉଲ୍ଲେଖ ରହିଛି ।
ଅ।ଲୋଚନା ବେଳେ ଅ।ଉଟସୋର୍ସିଂ କର୍ମଚାରୀ ସଂଗଠନ ପକ୍ଷରୁ ଗୁନାର ମହାନନ୍ଦ, ଉପେନ୍ଦ୍ର ଭୋଇ, ଦେବରାଜ ମଲିକ, ଦ୍ୱାରିକା ନାୟକ, ଘନଶ୍ୟାମ ସଟ୍ଟଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *