ଷ୍ଟେଟ ବ୍ଯାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ତ୍ରି-ବାର୍ଷିକ ଅଧିବେଶନ

ଷ୍ଟେଟ ବ୍ଯାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ତ୍ରି-ବାର୍ଷିକ ଅଧିବେଶନ ତା 26 ମାର୍ଚ 2023 ଦିନ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରିଷଦର ସଭାପତି ସୌରଭ ରଞ୍ଜନ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଶର୍ମା ଏହି ଅବସରରେ ସଂଗଠନର ଅନ୍ତର୍ନିହିତ ଶକ୍ତି ବିଷୟରେ ଆଲୋକପାତ କରିଥିଲେ । ସେ  ବ୍ଯାଙ୍କ ଦ୍ଵାରା ସମସ୍ତ କର୍ମଚାରୀଙ୍କ ସର୍ବାଙ୍ଗୀନ କଲ୍ୟାଣମୂଳକ କାର୍ଯ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ ତଥା ଉନ୍ନତ ଗ୍ରାହକ ସଂଯୋଗ ଦ୍ଵାରା ଓଡିଶାରେ ଷ୍ଟେଟ ବ୍ୟାଙ୍କକୁ ସଫଳତାର ନୂଆ ଶୀର୍ଷକୁ ପହଞ୍ଚାଇବା ପାଇଁ  ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ।

ଅନ୍ଯତମ ଅତିଥି ଭାବେ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ, ନେଟୱର୍କ 1 ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ , ଭୁବନେଶ୍ବର ଜୋନର ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ପ୍ରମୁଖ ଉପସ୍ଥିତ ଥିଲେ । ଏହା ବ୍ଯତୀତ , ଭାରତର 8 ଟି ରାଜ୍ୟରୁ ସାଧାରଣ ସମ୍ପାଦକ ଓ ସଭାପତି ମାନେ ଯୋଗ ଦେଇଥିଲେ । ସଂଘର ମୁଖ୍ଯ ପରମର୍ଶଦାତା ତଥା ଅନୁସୂଚିତ ଜାତି ଓ ଜନଜାତି ପରିଷଦର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ବଂଶୀଧର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ ଉତ୍ତମ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ପ୍ରତିବଦ୍ଧତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *