କର୍ପୋରେଟର ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ “ବୃକ୍ଷ ରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ଗୋଷାଣୀନୂଆଗାଁ, ମାଁ କାଳୁଆ ମନ୍ଦିର ପଛପଟେ ଥିବା ମୟୁର ବିହାର ସ୍ଥିତ ରୟାଲ୍ ଫାର୍ମାସୀ କଲେଜ ପାର୍ଶ୍ୱରେ “ବୃକ୍ଷ ରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ଆଜି ୪୨ ତମ ଜନ୍ମ ଦିନ ଉପଲକ୍ଷେ ୪୨ ଗୋଟି ଔ୍ୱଷଧୀୟ “ବୃକ୍ଷ ରୋପଣ” କରାଯାଇଥିଲା । ସମାଜକୁ ସବୁଜ ସୁନ୍ଦର କରିବା ସହ ପରିବେଶକୁ ସନ୍ତୁଳନ କରିବା ଏବଂ ବିଶ୍ୱ ଉଷ୍ମତାକୁ କମେଇବାରେ ବୢକ୍ଷ ରୋପଣ ଏକ ମାତ୍ର ଉପାୟ ବୋଲି ଆଜି କର୍ପୋରେଟର ନୀଳକଣ୍ଠ ସାହୁ ପ୍ରକାଶ କରିବା ସହ ଆଗାମୀ ଦିନର ଏହି “ବୢକ୍ଷ ରୋପଣ” କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗରରେ ଆହୁରି ଅଧିକ ତ୍ୱରାନିତ୍ୱ କରାଯିବ ବୋଲି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି କହିଛନ୍ତି । ଆଜିର ଏହି ବୢକ୍ଷ ରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର, ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ବନିତା ସାହୁ, ଡ଼ି.କରୁଣାକର,ସବିତା ସାହୁ,ସୁଶିଳା ମଲ୍ଲିକ,ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନସାମନ୍ତରା, ବରିଷ୍ଠ ନେତା ସୁନିଲ କୁମାର ସାହୁ, ପ୍ରଦୀପ ମିଶ୍ର,ଡ଼ା.ଅମୁଲ୍ୟ ଚୌଧୁରୀ, ପ୍ରବୀର ପାତ୍ର,ବାଳକୃଷ୍ଣ ସାମନ୍ତରା, ବିନାୟକ ରଥ,ରବିନ୍ଦ୍ର ସାହୁ,ପ୍ରହ୍ଲାଦ ପାଣିଗ୍ରାହୀ,କିରଣ କୁମାର ସାହୁ,ସୁବ୍ରତ ପାଳ,ମିଲନ୍ ସିଂ,ବର୍ଷା ବିଦ୍ୟୁସ୍ମିତା,ଭାଗ୍ୟପ୍ରଭା ପଟନାୟକ, ନର୍ମଦାମଣି ରାଜୁ,ଅନୁଜା ନନ୍ଦ ବିଶ୍ୱାଳ,ବିନୋଦ ସିଂ,କମଲ୍ ପାତ୍ର, ଅଜୟ ନାୟକ,ଲୋକନାଥ ପାଢ଼ୀ, ରବି ନାରାୟଣ ସାବତ,ମାଲି ସାହୁ, କିଷନ୍ ପଣ୍ଡା,ଜିତେନ୍ଦ୍ର ପାଢ଼ୀ, ଆଶୁତୋଷ ପାତ୍ର,ଦିନେଶ ଦାସ, ମହେଶ ସାହୁ,ବସନ୍ତ ଚୌଧୁରୀ,ବାବୁ ସେଠୀ,ପ୍ରଫୁଲ୍ଲ ସାହୁ,କୈଳାଶ ବେହେରା,ଅରୁଣ ପଣ୍ଡା,ଚିତ୍ତରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗ ଦେବା ସହ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ଏହି “ବୢକ୍ଷ ରୋପଣ” କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed