ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଆମ୍ବୁଲାନ୍ସ ଦାନ ଓ ବୃକ୍ଷ୍ୟ ରୋପଣ

ବ୍ରହ୍ମପୁର: (ପ୍ରବାହ ନୀୟୂଜ୍) ଏକ କୋର୍ପୋରେଟ ସାମାଜିକ ଦାୟିତ୍ଵ ନିର୍ବାହ ଅବସରରେ , ଭାରତୀୟ ଷ୍ଟେଟ ବ୍ଯାଙ୍କ , ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ  ଦ୍ଵାରା ଏକ ହଜାର ଔଷଧୀୟ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ଠାରେ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଦିନ , ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ତରଫରୁ ଲୋକ ସେବକ ମଣ୍ଡଲ ବ୍ରହ୍ମପୁର ଶାଖାକୁ ଏକ ଏମ୍ବୁଲେନ୍ସ ଦାନ କରାଯାଇଛି ।

ପ୍ରଶାସନିକ କାର୍ଯ୍ୟାଳୟ  ବ୍ରହ୍ମପୁର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ  ଶର୍ମା ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ଜେନାଙ୍କୁ ଏମ୍ବୁଲେନ୍ସ ର ଚାବି ହସ୍ତାନ୍ତର କରିଥିଲେ  । ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା ) ବ୍ରହ୍ମପୁର ଶ୍ରୀ ସନ୍ଦିପ କୁମାର ଚୌବେ ମଧ୍ୟ ଏହି  କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବ୍ରହ୍ମପୁର ଓ ଆଖ ପାଖ ଗ୍ରାମୀଣ ଦୁଃଖୀ ଓ ରୋଗୀ ଲୋକଙ୍କୁ ଉତ୍ତମ ଚିକିତ୍ସା ଏବଂ ଆସୁ ସହାୟତା ଯୋଗାଇବା ଓ  ବିଭିନ୍ନ ମାନବିକ ସେବା ଯଥା ଗରିବ ରୋଗୀଙ୍କୁ ଦୁର୍ଗମ ଅଞ୍ଚଳରେ ଡାକରଖାନାରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଭାରତୀୟ ଷ୍ଟେଟ ବ୍ଯାଙ୍କ ଲୋକ ସେବକ ମଣ୍ଡଳକୁ ଏମ୍ବୁଲେନ୍ସ ଦାନ କରିଛି ।  ମଣ୍ଡଳର ଅଧ୍ୟକ୍ଷ ଶ୍ରୀ ଜେନା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ବଦାନ୍ୟତା ପାଇଁ ଧନ୍ୟବାଦ ଅର୍ପଣ  କରିଛନ୍ତି ଓ ଏମ୍ବୁଲେନ୍ସ ଦ୍ଵାରା ସେବାର ମାନ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *