ଟିପିଡବ୍ଲୁଓଡିଏଲର ‘ଉଲା ମଡେଲ’ ଗ୍ରାହକଙ୍କ ପାଇଁ ଆଣିଦେଲା ବଡ଼ ଆଶ୍ୱସ୍ତି;୪୪ଜଣ ପରିବାରଙ୍କ ନଭେମ୍ବର ମାସର ବିଦ୍ୟୁତ୍ ବିଲ୍ ହେଲା ଶୂନ

0
Image - 1
  • ମୋଟ୍ 142 ଗ୍ରାହକ ‘ଉଲା ମଡେଲ’ ଅଧିନରେଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ କରିଛନ୍ତି ।
  • ଏମାନଙ୍କ ମଧ୍ୟରୁ 44 ଜଣ ଗ୍ରାହକଙ୍କ ନଭେମ୍ବର ମାସର ବିଦ୍ୟୁତ୍ ବିଲ୍ ଶୂନ ହୋଇଛି ।
  • ଏହି ମଡେଲ ଅଧିନରେ 8,747 ଟଙ୍କା ପ୍ରଦାନ ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ ।

ବୁର୍ଲା, 11 ଡିସେମ୍ବର 2025: ଗ୍ରାହକ ସଶକ୍ତିକରଣ ଏବଂ ସ୍ଥାୟୀ ଶକ୍ତି ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ପରିଚାଳିତ ‘ଉଲା ମଡେଲ’ ଅଧିନରେଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ ଏବଂ ସାରା ଦେଶରେ ପ୍ରଚଳିତ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅଧିନରେ ସୌର ପ୍ୟାନେଲ ସଂସ୍ଥାପନରେ ଉଲ୍ଲେଖନୀୟ ଅଗ୍ରଗତି ରେକର୍ଡ କରାଯାଇଅଛି । ତେବେ ସୁଲଭ ମୂଲ୍ୟରେ ସ୍ଥାପନ ହୋଇପାରୁଥିବା ଏହି ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲକୁ ନିଜ ଘରର ଛାତରେ ଉପରେ ବସାଇ ଅନେକ ଗ୍ରାହକଙ୍କ ଗତ ନଭେମ୍ବର ମାସରେ ବିଦ୍ୟୁତ୍ ବିଲକୁ ଶୂନ ହୋଇଯାଇଛି । 

ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ ମଡେଲ୍ (ଉଲାମଡେଲ୍), ଯାହା ସାରା ଦେଶର ପ୍ରଚଳିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ଏକ ଅଂଶ ମଧ୍ୟ ଅଟେ । ଏହି ମଡେଲ୍ ଅଧିନରେ ଟିପିଡବ୍ଲୁଓଡିଏଲର ବିତରଣ ଅଞ୍ଚଳରେ ମୋଟ୍ 142 ବିଦ୍ୟୁତ୍ ଗ୍ରାହକ ଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ କରିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଗତ ନଭେମ୍ବର ମାସ ପାଇଁ 44 ଜଣ ଗ୍ରାହକ ବିଦ୍ୟୁତ୍ ବିଲ୍ ଶୂନ୍ୟରେ ପରିବର୍ତ୍ତିତ ହୋଇପାରିଛି । ଏମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରୁ8 ଜଣ, ବଲାଙ୍ଗିରରୁ7 ଜଣ, କଳାହାଣ୍ଡିରୁ8 ଜଣ, ନୂଆପଡ଼ାରୁ19 ଜଣଏବଂ ଝାରସୁଗୁଡ଼ା ଜିଲ୍ଲାରୁ2 ଜଣ ବିଦ୍ୟୁତ୍ ଗ୍ରାହକ ରହିଛନ୍ତି ।

ଏଠାରେ ଉଲ୍ଲେଖଥାଉ କି, ଉଲାମଡେଲ ଅଧିନରେ ସ୍ଥାପନ କରାଯାଉଥିବା ସମସ୍ତ ସୋଲାର ପ୍ୟାନେଲକୁ ସ୍ମାର୍ଟ ମିଟର ସହ ସଂଯୋଗ କରାଯାଏ । ଯାହା ଆପଣଙ୍କ ଘରର ବିଦ୍ୟୁତ୍ ସଂଯୋଗ ଏବଂ ସୌର ପ୍ୟାନେଲ ସଂଯୋଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ବ୍ୟବହାରର ହିସାବ ସୁନିଶ୍ଚିତ କରିଥାଏ।

ନିଜ ଘରର ଛାତ ଉପରେ ଟିପିଡବ୍ଲୁଓଡିଏଲର ଉଲା ମଡେଲ ଅଧିନରେ ଏକ କିଲୋୱାଟ୍ ସୋଲାର ପ୍ୟାନଲ ସ୍ଥାପନ କରିଥିବା ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲି ଗ୍ରାମର ଗୋପାଳ ଷଣ୍ଢ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ ମୋର ମାସିକ ବିଦ୍ୟୁତ୍ ବିଲ୍ ତିନି ଶହରୁ ସାଢେ ତିନି ଶହ ଟଙ୍କା ଆସୁଥିଲା । ମାତ୍ରା ଉଲା ମଡେଲ ଅଧିନରେ ଏକ କିଲୋୱାଟ୍ ସୋଲାର ପ୍ୟାନେଲ ସ୍ଥାପନ କରିବା ପରେ ମୋର ନଭେମ୍ବର ମାସର ବିଦ୍ୟୁତ୍ ବିଲ୍ ଶୂନ ହୋଇଯାଇଛି ।

ସେହିପରି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାରେ ମଧ୍ୟ ସୌର ପ୍ୟାନେଲ୍ ସ୍ଥାପନରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଟିପିଡବ୍ଲୁଓଡିଏଲର ବିତରଣ କ୍ଷେତ୍ରରେ ଏପର୍ଯ୍ୟନ୍ତ 7,691 ଜଣ ଗ୍ରାହକ ନିଜ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଗତ ନଭେମ୍ବର ମାସରେ 2,617 ଜଣ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟରେ ପରିବର୍ତ୍ତିତ ହୋଇଛି । ଜିଲ୍ଲାୱାରି ଏହି ସଂଖ୍ୟା ସମ୍ବଲପୁର ଜିଲ୍ଲାର 283 ଜଣ ଗ୍ରାହକ, ବରଗଡ଼ ଜିଲ୍ଲାର 445 ଜଣ ଗ୍ରାହକ, ବଲାଙ୍ଗିର ଜିଲ୍ଲାର247 ଜଣ ଗ୍ରାହକ, ସୋନପୁର ଜିଲ୍ଲାର145 ଜଣ ଗ୍ରାହକ, କଳାହାଣ୍ଡି ଜିଲ୍ଲାର357 ଜଣ ଗ୍ରାହକ, ନୂଆପଡ଼ା ଜିଲ୍ଲାର310 ଜଣ ଗ୍ରାହକ, ଦେବଗଡ଼ ଜିଲ୍ଲାର44 ଜଣ ଗ୍ରାହକ, ଝାରସୁଗୁଡ଼ା ଜିଲ୍ଲାର 278 ଜଣ ଗ୍ରାହକଏବଂ ସୁନ୍ଦରଗଡ଼ ଓ ରାଉରକେଲାର 562ଜଣ ଗ୍ରାହକଙ୍କ ନଭେମ୍ବର ମାସର ବିଦ୍ୟୁତ୍ ବିଲ୍ ଶୂନ ଆସିଛି ।

ଏହି ମାଇଲଖୁଣ୍ଟ ବିଷୟରେ କଥା ହୋଇ, ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, “ଉଭୟ ଉଲାମଡେଲ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଦର୍ଶାଉଛି ଯେ କିପରି ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରିବା ସିଧାସଳଖ ପରିବାରକୁ ଲାଭ ଦେଇପାରେ। ଆମର ଲକ୍ଷ୍ୟ ହେଉଛି ପଶ୍ଚିମ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ସବୁଜ ଶକ୍ତିକୁ ସୁଲଭ ଏବଂ ନିର୍ଭରଯୋଗ୍ୟ କରିବା।”

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଲାଯୋଜନା ଅଧୀନରେ, ଗ୍ରାହକମାନଙ୍କୁ ଏକ କିଲୋୱାଟ୍ସୌର ପ୍ୟାନେଲ୍ ସ୍ଥାପନ କରିବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପଡିବ ନାହିଁ, ଯାହା ସାଧାରଣତଃ 65,000 ରୁ 75,000ଟଙ୍କା ମଧ୍ୟରେ ହୋଇଥାଏ। ଏହା ବଦଳରେ, ଯୋଗ୍ୟ ଗ୍ରାହକମାନେ କେବଳ 8,747 ଟଙ୍କା ପ୍ରଦାନ କରି (ଯେଉଁଥିରେ ସୌର ପ୍ୟାନେଲ ପାଇଁ 5,000 ଟଙ୍କା ଏବଂ ସୌର ମିଟର ପାଇଁ 3,747 ଟଙ୍କା ଅନ୍ତର୍ଭୁକ୍ତ) ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ । କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ସ୍ଥାପନ କାର୍ଯ୍ୟ ସମ୍ପାଦନ କରାଯିବ ଏବଂ ସମସ୍ତ ଯନ୍ତ୍ରପାତି ଉପରେ 5 ବର୍ଷର ୱାରେଣ୍ଟି ଓ ସୌର ପ୍ୟାନେଲ ଉପରେ 25 ବର୍ଷର ୱାରେଣ୍ଟି କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଅଛି । ଯାହା ଦୀର୍ଘକାଳୀନ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରୁଅଛି । ଏହିଯୋଜନା ଦେଶବ୍ୟାପି ପ୍ରଚଳିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ଏକ ଅଂଶ। ସମାଜର ନିମ୍ନ-ଆୟ ଗୋଷ୍ଠୀ ଏବଂ ମଧ୍ୟବିତ୍ତ ବର୍ଗର ଗ୍ରାହକମାନଙ୍କୁ ସଲଭ ମୂଲ୍ୟରେ ସୌର ପ୍ୟାନେଲ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ ।

Leave a Reply

Your email address will not be published. Required fields are marked *