ଗ୍ରାହକ ସେବା ବୃଦ୍ଧି ନିମନ୍ତେଟିପିଡ୍ଲୁଓଡିଏଲର କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଧର୍ମଗଡ଼କୁ ସ୍ଥାନାନ୍ତର କରାଗଲା

0
Pic 1

 ବୁର୍ଲା/ଭବାନୀପାଟଣା:ପ୍ରବାହ ନ୍ୟୁଜ୍ : ଏକ ପ୍ରମୁଖ ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ସ୍ୱରୂପ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍)ର କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଭବାନୀପାଟଣା ଟାଉନ ସ୍ଥିତ ନାକଟିଗୁଡ଼ାରୁ ଧର୍ମଗଡ଼ ସହରର ଏକ ଅଧିକ ସୁଗମ ଏବଂ ସୁବିଧାଜନକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଅଛି । ଧର୍ମଗଡ଼ ସହରର ପଞ୍ଚାୟତ କଲେଜ ରୋଡରେ ଅବସ୍ଥିତ ଡିସିବ(DCB)ବ୍ୟାଙ୍କ କୋଠାର (ପ୍ରଥମ ମହଲା)ରେ ଟିପିଡବ୍ଲୁଓଡିଏଲର ନୂତନ କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବା ସହ କାର୍ଯ୍ୟକ୍ଷମ ହୋଇଛି ।

ଟିପିଡବ୍ଲୁଓଡିଏଲସର୍ବଦା ଏହାର ଗ୍ରାହକ ସେବାକୁ ପ୍ରାଥମିକତା ଦେଇଆସିଛିଏବଂ ଏହି କାର୍ଯ୍ୟାଳୟ ସ୍ଥାନାନ୍ତରଣ ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକଙ୍କ ଅଧିକ ନିକଟତର ହେବା ପାଇଁ କମ୍ପାନୀର ଲକ୍ଷ୍ୟକୁ ପ୍ରତିଫଳିତ କରୁଛି ।“ବିଦ୍ୟୁତ୍ ବିତରଣରେ ଗ୍ରାହକ ସେବା ହେଉଛି ଆମର ମୂଳମନ୍ତ୍ର । ଗ୍ରାହକ ସେବା ସୁଗମତାରେ ବୃଦ୍ଧି ଆଣିବା ଆମର ସର୍ବୋଚ୍ଚ ପ୍ରାଥମିକତା,”ବୋଲି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ।

ଉଲ୍ଲେଖଥାଉ କି, କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଟି ଧର୍ମଗଡ଼ ସହରକୁ ସ୍ଥାନାନ୍ତର ହେବା ଫଳର ଚାରବାହଲ, ଜୟପାଟଣା, ବଡ଼କୁଟ୍ରୁ, କୋକସରା, ଧର୍ମଗଡ଼, ଗୋଲମୁଣ୍ଡା, ଜୁନାଗଡ଼, କଲମପୁର, ଥୁଆମୁଳା ରାମପୁର, ମହୁଲପାଟଣା ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨.୨୦ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ସେବା ଉପଲବ୍ଧତା, ଅଭିଯୋଗ ନିବାରଣ ଓ କାର୍ଯ୍ୟାନୁଷ୍ଠାନ ଗତିଶୀଳତା ଅଧିକ ସୁଧାରିତ ହେବ ।

ଏହି କାର୍ଯ୍ୟାଳୟଟି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଆଧୁନିକ ଭିତ୍ତିଭୂମି ସହିତ ସଜ୍ଜିତ, ଯାହା ଟିପିଡବ୍ଲୁଓଡିଏଲରକର୍ମଚାରୀମାନଙ୍କ ପାଇଁ ଅଧିକ ଦକ୍ଷ ଏବଂ ଉତ୍ପାଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରୁଛି । ଦୀର୍ଘକାଳୀନ କାର୍ଯ୍ୟକ୍ଷମ ଆବଶ୍ୟକତାକୁ ଧ୍ୟାନରେରଖି ଡିଜାଇନ୍ ହୋଇଥିବା ଏହି କାର୍ଯ୍ୟାଳୟ ଉତ୍ତମ ସମନ୍ୱୟ, ଦ୍ରୁତ ସେବା ପ୍ରଦାନ ଏବଂ ଉନ୍ନତ ଅଭିଯୋଗ ସମାଧାନକୁ ପ୍ରୋତ୍ସାହିତ କରିବ।

କର୍ମଚାରୀଙ୍କ ଦକ୍ଷତା ଏବଂ ଉତ୍ପାଦନଶୀଳତାକୁ ଅଧିକ ମଜବୁତ କରି, ଟିପିଡବ୍ଲୁଓଡିଏଲକଳାହାଣ୍ଡି ଜିଲ୍ଲାର ପଶ୍ଚିମାଞ୍ଚଳରେ ଅଧିକ ଦ୍ରୁତ, ନିର୍ଭରଯୋଗ୍ୟ ଏବଂ ଗ୍ରାହକ-ଅନୁକୂଳ ବିଦ୍ୟୁତ୍ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । କଳାହାଣ୍ଡି ଜିଲ୍ଲାର ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା, ସୁବିଧା ଓ ସନ୍ତୋଷଜନକ ସେବା ପ୍ରଦାନ କରିବାକୁ କମ୍ପାନି ଏହାର ଭିତ୍ତିଭୂମିକୁ ବିସ୍ତାର ଏବଂ ଉନ୍ନତ କରିବା ପ୍ରକ୍ରିୟାଆଗକୁ ମଧ୍ୟଜାରି ରଖିବ ।

Leave a Reply

Your email address will not be published. Required fields are marked *