ଜାଲ୍ ବିଲ୍ ସଂଗ୍ରହ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଯୌଥ ଉଦ୍ୟୋଗ ଟିପି ସାଉଥ୍ ଓଡ଼ିଶା ବିତରଣ
ଲିମିଟେଡ୍ ଆଜି ଠକମାନଙ୍କ ବିଲ୍ ସଂଗ୍ରହ ସମ୍ପର୍କରେ ଏକ ସଚେତନତା ବାର୍ତା ଜାରି କରିଛି । ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ଛଦ୍ମବେଶରେ
କିଛି ଠକ ଜାଲ ଏମପିଓଏସ୍ ମେସିନ ଯୋଗେ ବିଲ୍ ସଂଗ୍ରହ କରୁଥିବା ନଜରକୁ ଆସିଛି ।

ପୁରୁଷୋତମପୁର ଡିଭିଜନ ଅନ୍ତର୍ଗତ ପୋଲସରା ସବ-ଡିଭିଜନର ଚିକିରିପଡ଼ା ବିଭାଗରେ ଜଣେ ବ୍ୟକ୍ତି୍ ଏପରି ଠକାମୀ ବିରୋଧରେ କଂପାନି
ଏଫଆଇଆର ଦାଖଲ କରିଛି । ଏହି ବ୍ୟକ୍ତି ଟିପିସିଓଡିଏଲ୍ର କୌଣସି ଅନୁମତି ବିନା ଗ୍ରାହକଙ୍କ ସହିତ ଜଡ଼ିତ ଥିଲେ, ବିଲ୍ ସଂଗ୍ରହ ପାଇଁ
ଏକ ଠକେଇ ଏମପିଓଏସ୍ ମେସିନ୍ ବ୍ୟବହାର କରୁଥିଲେ । ସେ ଗ୍ରାହକଙ୍କୁ ଦେଇଥିବା ରସିଦରେ ଗ୍ରାହକ ସଂଖ୍ୟା ନଥିଲା ଏବଂ ଏଥିରେ
ଟିପିଏସଓଡିଏଲ୍ର ଲୋଗୋ ନଥିଲା ।
ଟିପିଏସ୍ଓଡିଏଲ୍ ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରେ ଯଦି ସେମାନେ ଏହିପରି କୌଣସି ଠକାମିର ସମ୍ମୁଖୀନ ହୁଅନ୍ତି, ତେବେ ଏ ସମ୍ପର୍କରେ
ତୁରନ୍ତ କମ୍ପାନୀ ଅଧିକାରୀମାନଙ୍କୁ ଜଣାନ୍ତୁ । କମ୍ପାନି ସମସ୍ତ ବିଲ୍ ପାଇଁ କେବଳ ପ୍ରାଧିକୃତ ପେମେଂଟ୍ ମୋଡ୍ ବ୍ୟବହାର କରିବାକୁ ପରାମର୍ଶ
ଦେଇଥାଏ ଯେଉଁଠାରେ ଗ୍ରାହକମାନେ ପ୍ରତ୍ୟେକ ଦେୟ ପରେ ଏକ ବୈଧ ରସିଦ ପାଇଥାନ୍ତି ।
ଟିପିଏସଓଡିଏଲ୍ର ଉତ୍ସର୍ଗୀକୃତ ୨୪ ଘଂଟିଆ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ ସମସ୍ତ ଅଭିଯୋଗ ପାଇଁ ଏକ
ପଏଂଟ୍ ସମାଧାନ । ଏହିପରି ରସିଦ ବିନା ବିଲ୍ ପେମେଂଟ୍ ମାଗୁଥିବା ଠକ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ କଂପାନି ଏହାର
ସମସ୍ତ ଗ୍ରାହକମାନଙ୍କୁ ଅନୁରୋଧ କରୁଛି ।
ଟିପି ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂ କହିଛନ୍ତି ଯେ, “ଠକାମିର
ଏଭଳି ସମସ୍ତ କାର୍ଯ୍ୟକଳାପ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ଆମେ ଚାହୁ ଯେ ଆମର ଗ୍ରାହକମାନେ ବିଲ୍ ପେମେଂଟ୍ ପାଇଁ କେବଳ
ପ୍ରାଧିକୃତ ଚ୍ୟାନେଲ କିମ୍ବା ପ୍ଲାଟଫର୍ମ ଅନୁସରଣ କରନ୍ତୁ । ଆମେ ମଧ୍ୟ ଆମର ଗ୍ରାହକମାନଙ୍କୁ ଅନୁରୋଧ କରିବୁ ଯେ ଉପଯୁକ୍ତ
ଟିପିଏସଓଡିଏଲ ରସିଦ ବିନା ବିଲ ପୈଠ ନକରନ୍ତୁ ଏବଂ ତୁରନ୍ତ ଆମ ଅଧିକାରୀଙ୍କ ନିକଟରେ ଏବିଷୟରେ ରିପୋର୍ଟ କରନ୍ତୁ ।’’