ଟିପିଏସ୍‌ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି


•ପଶୁ ଶିକାର ପାଇଁ ବେଆଇନ ହୁକିଂ, ଟିପିଏସ୍‌ଓଡିଏଲ୍ ଭିତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ବିଷୟବସ୍ତୁ ଉପରେ ସଚେତନତା ଅଭିଯାନ

ବ୍ରହ୍ମପୁର, ୩୦ ଏପ୍ରିଲ୍ ୨୦୨୩: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି । ପଶୁ ଶିକାର ପାଇଁ ବେଆଇନ ହୁକ ପକେଇବା, ଟିପିଏସ୍‌ଓଡିଏଲ୍ ଭିତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ଉପରେ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି ।


ଚଳିତ ବର୍ଷ ପାଇଁ ଏଭଳି ୧୩୫ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି । ବେଆଇନ ବିଜୁଳି ଯୋଗାଣ ନେଇ ପଶୁ ଶିକାର ହେଉଥିବା ସମ୍ବେଦନଶୀଳ ଗୁରୁତ୍ୱପୂର୍ଣ୍ଣ ଅଂଚଳଗୁଡ଼ିକ ପାଇଁ ଏହି ଅଭିଯାନଗୁଡ଼ିକର ଯୋଜନା ପ୍ରସ୍ତୁତ କରାଯାଇଛି । ହାତୀ ଚଳାଚଳ ଅଂଚଳରେ ମଧ୍ୟ ପଥପ୍ରାନ୍ତ ନାକଟ ହେଉଛି । ଭଞ୍ଜନଗର ସର୍କଲ ଓ ଆସ୍କା ସର୍କଲ୍‌ଗୁଡ଼ିକରେ ଏହି ସ୍ଥାନଗୁଡ଼ିକ ରହିଛି । ଏଥିରେ ସାମିଲ ହୋଇଥିବା ବୁଗୁଡ଼ା ଅଂଚଳ ଅଧୀନର ଗ୍ରାମଗୁଡ଼ିକ ହେଉଛି ମୋଟାବଡ଼ି, ନାଗରୀ, ଡାକରାବଡ଼ି, ଗାନ୍ଧୀନଗର, ପଥରପଲ୍ଲୀ, ତାଳସକରା, ବେଠିଆବରଦା, କଣସୁକା, ଗୁଡ଼ିଆବୋରଦା, କୁଞ୍ଜବନ, ନୂଆଗାଁ, ଗୋଳାବନ୍ଧ, ମାଣିଚର, ଡିଗି, କରିସିଂହ, ଉଦୟପୁର, ମରେଇପଲ୍ଲୀ, ବୁଗୁଡ଼ା ।


“ଟିପିଏସ୍‌ଓଡିଏଲ୍ ପ୍ରତିି କର୍ମଚାରୀ ଏବଂ ବୃହତର ଭାବେ ଜନସାଧାରଣଙ୍କ ଜୀବନକୁ ଗୁରୁତ୍ୱ ଦେଉଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପଶୁ ଓ ଜନତାଙ୍କ ମଧ୍ୟରେ ଘଟୁଥିବା ଘଟଣାକୁ ରୋକିବା ବିଷୟବସ୍ତୁ ଉପରେ ପଥପ୍ରାନ୍ତ ନାକଟଗୁଡ଼ିକ ପର୍ଯ୍ୟବେସିତ । ପଶୁମାନଙ୍କ ସୁରକ୍ଷାର ସ୍ୱତନ୍ତ୍ର ଯତ୍ନ ନେଇ ଦୁର୍ଘଟଣା ଓ ଆଘାତମୁକ୍ତ ଟିପିଏସ୍‌ଓଡିଏଲ୍ ଗଠନ କରିବା ଆମର ଲକ୍ଷ୍ୟ ରହିଛି । ସୁରକ୍ଷା ଉତ୍କର୍ଷର ଯାତ୍ରାରେ ଆମେ ରହିଛୁ ଏବଂ ଆମ କାର୍ଯ୍ୟକ୍ଷେତ୍ର ଓ ସମାଜରେ ଏକ ଦୃଢ଼ ସୁରକ୍ଷା ସଂସ୍କୃତି ବିକାଶ କରିବା ଲାଗି ପ୍ରତିବଦ୍ଧ ରହିଛୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ।’’

Leave a Reply

Your email address will not be published. Required fields are marked *