ସାମୁଦ୍ରିକ ବାତ୍ୟା ସିତରଙ୍ଗ ପ୍ରଭାବରେ ଦେଖାଦେବାକୁ ଥିବା ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି ଟିପିସିଓଡିଏଲ୍ ପ୍ରସ୍ତୁତ ରହିଛି

ଜରୁରୀକାଳୀନ ସ୍ଥିତିରେ ୨୪ ଘଂଟିଆ କଲ୍ ସେଂଟର ନମ୍ବର ୧୯୧୨/୧୮୦୦୩୪୫୭୧୨୨କୁ କଲ୍ କରନ୍ତୁ
ଭୁବନେଶ୍ୱର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁ ସବୁ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହେବ ତାହାର ପରିଚାଳନା କରିବା ଲାଗି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପ୍ରସ୍ତୁତ ରହିଛି । ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ର ଏକ ସମ୍ପୂର୍ଣ୍ଣ ବିଜନେସ୍ କଂଟିନୁଇଟି ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଂଟ୍ ପ୍ଲାନ୍ (ବିସିଡିଏମ୍ପି) ପ୍ରସ୍ତୁତ ରହିଛି ।

ବିସିଡିଏମ୍ପିରେ ସାମିଲ ରହିଛି ତୀବ୍ରତା ଭିତିରେ ବିପର୍ଯ୍ୟୟଗୁଡ଼ିକର ବର୍ଗ ଏବଂ ତା’ ସହିତ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଯୋଜନା । ବିପର୍ଯ୍ୟୟର ଆଲର୍ଟ ହାସଲ କରିବା, ତାହାକୁ ଅନୁଧ୍ୟାନ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ପାଇଁ ଏକ ବିପର୍ଯ୍ୟୟ ପରିଚାଳନା ଢ଼ାଂଚା ଓ ବିସିଡିଏମ୍ପିକୁ ଲାଗୁ କରିବା ଏବଂ ପ୍ରତ୍ୟାହାର କରିବା ଲାଗି ବ୍ୟବସ୍ଥା ।
ଟିପିସିଓଡିଏଲ୍ ଯେକୌଣି ପ୍ରକାରର ଆକସ୍ମିକତାର ମୁକାବିଲା କରିବା ଏବଂ ବିଦ୍ୟୁତ୍ ଯୋଗାଣକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଅକ୍ସିଜେନ୍ ପ୍ଲାଂଟ୍କୁ ୨୪ ଘଂଟା ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି କଂପାନି ପକ୍ଷରୁ ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସପାପ୍ତ ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ତ୍ୱରିତ ପ୍ରତିକ୍ରିୟାଶୀଳ ଟିମ୍ ମୂତୟନ କରାଯିବ । ଯେକୌଣସି ଜରୁରୀ ସେବା ଲାଗି ଯେକେହି ୨୪ ଘଂଟିଆ କଲ୍ ସେଂଟର୍ ଟୋଲ୍ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍ କରିପାରିବେ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ କିମ୍ବା ୱେବସାଇଟ୍ରେ ପଞ୍ଜୀକରଣ କରିପାରିବେ ।
ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ, ପ୍ରଭାବିତ ଅଂଚଳରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି:
• ବିଜୁଳି ମାରିବା ସମୟରେ ଘର ଭିତରେ କୌଣସି ତାର କିମ୍ବା ପ୍ଲମ୍ବିଂକୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ତାର /ଧାତବ ପାଇପ୍ରେ ବିଦ୍ୟୁତ୍ ପ୍ରବାହିତ ହୋଇପାରେ
• ଅତ୍ୟଧିକ ପବନ, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ବୃକ୍ଷ/ ଅସ୍ଥାୟୀ ଢ଼ାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
• ଓଦା ହାତରେ କିମ୍ବା ବିନା ଗ୍ଲୋଭସ୍, ସେଫ୍ଟି ସୁଜ୍ କିମ୍ବା ଇନ୍ସୁଲେଟେଡ୍ ପ୍ଲାଟ୍ଫର୍ମରେ କୌଣସି ବିଦ୍ୟୁତ୍ ସ୍ଥାପନାକୁ ସ୍ପର୍ଶ କରନ୍ତୁ ନାହିଁ
• ବୃଷ୍ଟିପାତ ପରେ ପାଣି ପ୍ରବାହିତ ହେଉଥିବା ଡ୍ରେନ୍ ନିକଟରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ
ଉଭୟ ବଂଟନ ଓ ଗ୍ରାହକ ସବ୍-ଷ୍ଟେସନରେ କଂପାନି ତରଫରୁ ଉପକରଣଗୁଡ଼ିକର ସମସ୍ତ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଉଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ସହରର ବିଭିନ୍ନ ସ୍ଥାନରେ ଉତ୍ସର୍ଗୀକୃତ ଟିମ୍ ମୂତୟନ କରାଯାଇଛି । ଟ୍ରାନ୍ସଫର୍ମର, ସ୍ୱିଚ୍ଗିୟର ଇତ୍ୟାଦି ଭଳି ଆବଶ୍ୟକ ସ୍ପେୟାରପାର୍ଟସ୍, ଟୁଲ୍ ଓ ଉପକରଣର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି ଯାହା ବିଦ୍ୟୁତ୍ ବ୍ୟାହତକୁ ସୁଧାରିବା ସମୟ ହ୍ରାସ କରିବାକୁ ସୁନିଶ୍ଚିତ କରିବ । ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଂଟ୍କୁ ବିଦ୍ୟୁତ୍ ଯୋଗାଣ କରିବା ଲାଗି ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରିବ ।
“ସମଗ୍ର ସ୍ଥିତି ଓ ସଦ୍ୟତମ ଘଟଣାକ୍ରମ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ସହିତ ଦରକାର ହେଉଥିବା ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରିବା ଲାଗି ଟିମ୍ କାର୍ଯ୍ୟ କରୁଛି । ସୁରକ୍ଷା ବ୍ୟବସ୍ଥା, ଗାଇଡ୍ଲାଇନ୍କୁ ଅନୁସରଣ କରିବା ଏବଂ ଜରୁରୀକାଳୀନ ସ୍ଥିତିରେ ଆମ ସହ ଯୋଗାଯୋଗ କରିବା ଲାଗି ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି ଟିପିସିଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍ କହିଛନ୍ତି ।’’