ଟିପିସିଓଡ଼ିଏଲ୍ “ଦକ୍ଷ” କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଯୁବକପିଢ଼ିଙ୍କୁ ସଶକ୍ତ କରୁଛି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌, ଏହାର ନୂତନ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପଦକ୍ଷେପ ଅନ୍ତର୍ଗତ “ଦକ୍ଷ” କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟକରୁଛି।

ବର୍ତମାନର ପରିସ୍ଥିତି ଓ ଚାହିଦାକୁ ଭିତ୍ତି କରି ବିଭିନ୍ନ କୌଶଳ ତାଲିମ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ସଶକ୍ତ କରିବାକୁ ଏହି “ଦକ୍ଷ” କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି | 120 ଜଣ ଶିକ୍ଷର୍ଥୀକୁ ନେଇ ପ୍ରଥମ ବ୍ୟାଚର ଉଦ୍ଘାଟନୀ ସମାରୋହ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରେନିଂ ଅଫ୍ ଟ୍ରେନର, ତାଳଚେର (ଅନୁଗୁଳ) ର “ଦକ୍ଷ” ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଟିପିସିଓଡ଼ିଏଲ୍ ର ସିଏସ୍ଆର୍ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଚିହ୍ନିତ କରିବା ସହ ଓଡିଶାର ଯୁବକମାନଙ୍କ ପାଇଁ କୌଶଳ ବିକାଶ ମାଧ୍ୟମରେ ଏକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନରୁ ଭାଗନେଇଥିବା କୃତି ପ୍ରର୍ଥୀଙ୍କୁ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ତଥା ସଂଶ୍ଲିଷ୍ଟ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି। ଏହି ଅବସରରେ, “ଦକ୍ଷ” ପ୍ରଶିକ୍ଷାର୍ଥୀମାନଙ୍କର ଏକ ଶିକ୍ଷଣୀୟ ଅନୁଭୁତି ଏବଂ ସଫଳତାର କାହାଣୀକୁ ବ୍ୟକ୍ତ କରୁଥିବା ଏକ ଫଟୋବୁକ୍ ରିଲିଜ୍ କରାଯାଇଛି, ଯାହାକି ସେମାନଙ୍କ ବିକାଶରେ ଟିପିସିଓଡ଼ିଏଲ୍ ର ସାମଗ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛି।

ଏହି “ଦକ୍ଷ” କର୍ଯ୍ୟକ୍ତମ ମାଧ୍ୟରେ ଫେସିଲିଟି ମ୍ୟାନେଜମେଣ୍ଟ ଓ ପ୍ଲମ୍ବିଂ ଆସିଷ୍ଟାଣ୍ଟ ଭଳି ବିଷୟରେ ତାଲିମ ଉପଲବ୍ଧ କରାଯାଇଛି। ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ମାଧ୍ୟମରେ ସମାଜର ବିକାଶ, ବିଶେଷକରି ଅସୁରକ୍ଷିତ ବିଭାଗକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥିବା ଟିପିସିଓଡ଼ିଏଲ୍ ର ସିଏସ୍ଆର୍ ନୀତି ସହିତ ସମାନ୍ତରାଳ ଭାବରେ ଏହି ଦିଗରେ କାର୍ଯ୍ୟରତ ରହିଛି।

ଯୁବ ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ବର୍ଣ୍ଣନା କରି ଟିପିସିଓଡ଼ିଏଲ୍ ର ସିଇଓ, ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି, “ଆଜିର ପ୍ରତିଯୋଗିତାମୂଳକ ଦୃଶ୍ୟପଟ୍ଟରେ ସଫଳ ହେବା ପାଇଁ ଯୁବକପିଢି଼ଙ୍କୁ ଦକ୍ଷତା ଏବଂ କୌଶଳ ସହିତ ସଶକ୍ତ କରିବାକୁ ଆମେ ଟିପିସିଓଡ଼ିଏଲ୍ ମାଧ୍ୟମରେ ଗୁରୁତ୍ୱ ପ୍ରଦାନ କରୁଛୁ। “ଦକ୍ଷ” କାର୍ଯ୍ୟକ୍ରମ ଏହାର ଏକ ଜ୍ବଳନ୍ତ ଉଦାହରଣ ଅଟେ। ନିଯୁକ୍ତି ଏବଂ ଉଦ୍ୟୋଗୀତାର ବିକାଶ ତଥା ସ୍ଥାନୀୟ ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରିବା ଓ ଓଡିଶାରେ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଦକ୍ଷ କର୍ମଜୀବୀ ବିକାଶ ପାଇଁ ଆମେ ସର୍ବଦା ଉତ୍ସର୍ଗୀକୃତ ଓ ପ୍ରଚେଷ୍ଟିତ। “

ଦକ୍ଷତା ବିକାଶ ସହିତ, ଟିପିସିଓଡ଼ିଏଲ୍ “ଦକ୍ଷ” ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ଏଜେନ୍ସି ମାଧ୍ୟମରେ ଉପଯୁକ୍ତ ନିଯୁକ୍ତି ସୁଯୋଗକୁ ସୁଗମ କରୁଛି । ଏହି ଅଭିନବ ପ୍ରୟାସ, ପ୍ରଶିକ୍ଷାର୍ଥୀଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନକୁ ଶୃଙ୍ଖଳିତ କରିବା, ଓଡିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧତା ପାଇଁ ଏକ ଅବଦାନ ହେବ।

ଟିପିସିଓଡ଼ିଏଲ୍ ର ସିଏସଆର ପଦକ୍ଷେପ ଅନ୍ତର୍ଗତ “ଦକ୍ଷ” କାର୍ଯ୍ୟକ୍ରମ ଦ୍ୱାରା ଯୁବକବର୍ଗଙ୍କୁ ସଶକ୍ତିକରଣ ଏବଂ ସ୍ଥାୟୀ ବିକାଶ ଦିଗରେ ଏକ ସକରାତ୍ମକ ସାମାଜିକ ପ୍ରଭାବ ପକାଇବ ଯାହା କମ୍ପାନୀର ପ୍ରତିବଦ୍ଧତାକୁ ସୂଚିତ କରୁଛି।

Leave a Reply

Your email address will not be published. Required fields are marked *