ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ୍ ଚୋରି ବିରୋଧରେ ପ୍ରୟାସ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଗ୍ରାହକମାନଙ୍କ ପାଇଁ ସେବାର ଗୁଣବତା ବୃଦ୍ଧି ଏବଂ ପ୍ରତିଯୋଗିତାମୂଳକ ଶୁଳ୍କ ବଜାୟ ରଖିବା ଲକ୍ଷ୍ୟରେ ଏହାର କାର୍ଯ୍ୟକ୍ଷେତ୍ର ଅଂଚଳରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ ନିଜର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛି । କମ୍ପାନିର ଏନଫୋର୍ସମେଂଟ୍ ଟିମ୍ ଏହାର ଇଞ୍ଜିନିୟରିଂ ଶାଖା ସହଯୋଗରେ ସକ୍ରିୟ ଭାବେ ଯାଂଚ କରିବା ସହ ବିଦ୍ୟୁତ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ନିକଟରେ ପୁରୀ ବିଦ୍ୟୁତ୍ ଡିଭିଜନରେ ହୋଇଥିବା ଏକ କାର୍ଯ୍ୟାନୁଷ୍ଠାନରେ ଟିପିସିଓଡିଏଲ୍ ଏକ ହୋଟେଲରେ ବିଦ୍ୟୁତ ଚୋରି ମାମଲା ଠାବ କରିଥିଲା । ଉକ୍ତ ହୋଟେଲ ପକ୍ଷରୁ ହୋଟେଲର ବିଦ୍ୟୁତ୍ ମିଟରକୁ ହେରଫେର କରିବା ସହ ମିଟର ବଡି ସିଲ୍ ଭାଙ୍ଗି ମିଟରର ପଛ ପଟକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା । ଯାହାକୁ ପରେ ପୁଣି ଥରେ ଅଠା ଜରିଆରେ ଯୋଡ଼ି ହେରଫେର ଲୁଚାଇବାକୁ ଉଦ୍ୟମ କରାଯାଇଥିଲା । ଏହା ଦ୍ୱାରା ହୋଟେଲ ଦୈନିକ ୮୦ କିଲୋୱାଟ ଭାରକୁ ବେଆଇନ ଭାବେ ପରିଚାଳନା କରିପାରୁଥିଲା । ଫଳରେ ଟିପିସିଓଡିଏଲ୍ ଚୋରି ହୋଇଥିବା ବିଦ୍ୟୁତ୍ ପାଇଁ ୨୬.୩୩ ଲକ୍ଷ ଟଙ୍କାର ଆକଳନ କରିଛି । ଦୋଷୀ ଗ୍ରାହକଙ୍କ ବିରୋଧରେ କମ୍ପାନି ଏତଲା ଦାୟର କରିଛି । ଗତ ଦୁଇବର୍ଷ ମଧ୍ୟରେ ଟିପିସିଓଡିଏଲ୍ ଏହି ଅଂଚଳର ବିଭିନ୍ନ ହୋଟେଲରେ ୩୦ରୁ ଅଧିକ ସମାନ ମାମଲା ଚିହ୍ନଟ କରିଛି । ବିଦ୍ୟୁତ୍ ଚୋରିକୁ ନେଇ କଂପାନିର ଶୂନ୍ୟ ସହନଶୀଳତା ଆଭିମୁଖ୍ୟର ଏକ ଅଂଶ ଭାବରେ ଏଭଳି ବଡ଼ ଧରଣର ବିଦ୍ୟୁତ ଚୋରି ଉପରେ କଡ଼ା ନଜର ରଖାଯାଇଛି ।
ଟିପିସିଓଡିଏଲ୍ ଏହାର ସଚ୍ଚୋଟ ଗ୍ରାହକଙ୍କ ସ୍ୱାର୍ଥ ଏବଂ ଅଧିକାରର ସୁରକ୍ଷାରେ ଅଟଳ ରହିଛି । ବିଜୁଳି ଚୋରି କେବଳ ଉପଯୋଗୀତା ପାଇଁ ଆର୍ôଥକ କ୍ଷତି କରେ ନାହିଁ ବରଂ “ସଚ୍ଚୋଟ” ଏବଂ “ଅସାଧୁ” ଗ୍ରାହକଙ୍କ ମଧ୍ୟରେ ଏକ ବିଭାଜନ ସୃଷ୍ଟି କରେ ଯାହା ନିୟମ ପାଳନ କରୁଥିବା ଲୋକଙ୍କ ମଧ୍ୟରେ ସାମାଜିକ ଅଶାନ୍ତି ସୃଷ୍ଟି କରିଥାଏ । ବିଦ୍ୟୁତ୍ ଚୋରି ରୋକିବା ପାଇଁ ପ୍ରୟାସ ଜାରି ରଖି ଟିପିସିଓଡିଏଲ୍ ସମସ୍ତ ଗ୍ରାହକଙ୍କ ପାଇଁ ଏକ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।
ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ ବିଦ୍ୟୁତ୍ ଚୋରି ରୋକିବା ଏକ ପ୍ରାଥମିକତା । ଏହା କେବଳ ଉପଯୋଗିତାକୁ ଆର୍ôଥକ ଭାବେ ପ୍ରଭାବିତ କରେ ନାହିଁ ବରଂ ସମାଜରେ ନିରପେକ୍ଷତା ଭାବନାକୁ ମଧ୍ୟ ବ୍ୟାହତ କରିଥାଏ । ଯେଉଁମାନେ ନିୟମ ମାନିବେ ସେମାନେ କିଛି ଲୋକଙ୍କ କାର୍ଯ୍ୟରେ ନିରାଶ ଅନୁଭବ କରିପାରନ୍ତି ଏବଂ ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ ଏବଂ ସମ୍ମାନଜନକ ପରିବେଶ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ବିଦ୍ୟୁତ୍ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଇଣ୍ଡିଆନ୍ ଇଲେକ୍ଟ୍ରିସିଟି ଆକ୍ଟ (ଭାରତୀୟ ବିଦ୍ୟୁତ ନିୟମ) ୨୦୦୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମ୍ପାନି ପ୍ରତିଶ୍ରୁତି ଦୋହରାଇଛି । ଏହି ଆଇନର ଧାରା ୧୩୫ ଅନୁଯାୟୀ ମିଟରରେ ତ୍ରୁଟି, ଅନାଧିକୃତ ସଂଯୋଗ କରିବା କିମ୍ବା ବିଦ୍ୟୁତର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ ।
ଟିପିସିଓଡିଏଲ୍ ଦାୟିତ୍ୱସମ୍ପନ୍ନ ନାଗରିକମାନଙ୍କୁ ୯୪୩୭୧୫୮୬୭୦ରେ ହ୍ୱାଟସଆପ୍‌, ଟିପିସିଓଡିଏଲ୍ ୱେବସାଇଟ୍‌, ମୋବାଇଲ୍ ଆପ୍ କିମ୍ବା ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ଇମେଲ୍ ମାଧ୍ୟମରେ ବିଦ୍ୟୁତ୍ ଚୋରି ବିଷୟରେ ଜଣାଇବାକୁ ଉତ୍ସାହିତ କରୁଛି । ବିଶ୍ୱସନୀୟ ସୂଚନା ପ୍ରଦାନ କରୁଥିବା ସୂଚନାଦାତାଙ୍କୁ କମ୍ପାନି ଉପଯୁକ୍ତ ଭାବେ ପୁରସ୍କୃତ କରୁଛି ।
ଚଳିତ ଆର୍ଥିକ ବର୍ଷରେ ଟିପିସିଓଡିଏଲ୍ ବିଦ୍ୟୁତ୍ ଚୋରି ରୋକିବା ପାଇଁ କଠୋର ପ୍ରୟାସ କରି ୩୫ ମେଗାୱାଟ୍ ଲୋଡ୍ ବୁକ୍ କରିଛି । ଆଇନ ପାଳନ କରୁଥିବା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ କମ୍ପାନି ନିଜର ଅଭିଯାନରେ ଅଟଳ ରହିବ ଏବଂ ଚୋରି ରୋକିବା ଏବଂ ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନେବା ଜାରି ରଖିବ ।

Leave a Reply

Your email address will not be published. Required fields are marked *