ବାଲିଯାତ୍ରାରେ ହଜାର ହଜାର ଲୋକଙ୍କୁ ସୌର ଶକ୍ତି ସମ୍ପର୍କରେ ସଚେତନ କରୁଛି ଟିପିସିଓଡିଏଲ୍
ଭୁବନେଶ୍ୱର :ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଉତ୍ସବ ଐତିହାସିକ ବାଲିଯାତ୍ରା ମେଳାରେ ସୌର ଶକ୍ତି ସଚେତନତା ଶିବିର ସ୍ଥାପନ କରିଛି।
ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପ୍ରତି ଏହାର ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ଟିପିସିଓଡିଏଲ୍ ପକ୍ଷରୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍ଏ) ମଡେଲ୍କୁ ଷ୍ଟଲରେ ପ୍ରଦର୍ଶନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଉପଭୋକ୍ତାମାନେ କିଭଳି ସହଜରେ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରିପାରିବେ ସେ ସମ୍ପର୍କରେ ସଚେତନ କରାଯାଉଛି। ସେହିଭଳି ସୌର ଶକ୍ତିର ଆର୍ôଥକ ଓ ପରିବେଶଗତ ଲାଭ ବିଷୟରେ ପରିଦର୍ଶକମାନଙ୍କୁ ଅବଗତ କରାଯିବା ସହିତ ଅନଲାଇନ୍ ରେଜିଷ୍ଟ୍ରେସନ୍ ଓ ସ୍ଥାପନ ପ୍ରକ୍ରିୟାକୁ ସହଜ ଭାବରେ ବୁଝାଇ ଦିଆଯାଉଛି।
ସଚେତନତା ଅଭିଯାନ ସହିତ, ଟିପିସିଓଡିଏଲ୍ ୧୩୦ ଏକର ବିସ୍ତୃତ ମେଳା ପରିସରରେ ୨୪ ଘଣ୍ଟିଆ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରି ପରିଦର୍ଶକଙ୍କ ପାଇଁ ଏକ ସୁଖଦ ଅନୁଭୂତି ଆଣିଦେଇଛି। ଏହି କ୍ୟାମ୍ପରେ, କମ୍ପାନୀର ପ୍ରତିନିଧିମାନେ ହଜାର ହଜାର ପରିଦର୍ଶକଙ୍କ ସୌର ଶକ୍ତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ସହିତ, ଆଗ୍ରହୀ ଉପଭୋକ୍ତାମାନଙ୍କୁ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରିବାର ବ୍ୟବସ୍ଥା ସମ୍ପର୍କରେ ମାର୍ଗଦର୍ଶନ କରୁଛନ୍ତି। ପରିଦର୍ଶକମାନେ ସିଧାସଳଖ କ୍ୟାମ୍ପରେ ଆବେଦନ କରି କିମ୍ବା ଅନଲାଇନରେ ପଞ୍ଜୀକରଣ କରି ୟୁଏଲ୍ଏ ଯୋଜନା ଅଧୀନରେ ଲାଭ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ପଦକ୍ଷେପ ବିଷୟରେ ମତାମତ ଦେଇ, ଟିପିସିଓଡିଏଲ୍ ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ , “ଜନସାଧାରଣଙ୍କ ସହିତ ଯୋଡି ହୋଇ ସ୍ୱଚ୍ଛ ଏବଂ ସୁଲଭ ଶକ୍ତିର ପ୍ରସାର କରିବାକୁ ବାଲିଯାତ୍ରା ଏକ ବଡ ପ୍ଲାଟଫର୍ମ। ଏହି ପଦକ୍ଷେପ ମାଧ୍ୟମରେ, ଆମେ ପିଏମ୍ ସୂର୍ଯ୍ୟ ଘର – ୟୁଏଲ୍ଏ ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ଗ୍ରହଣ କରିବା ପାଇଁ ଉପଭୋକ୍ତାଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଦ୍ୱାରା ସେମାନେ ଏକ ସବୁଜ ଏବଂ ଶକ୍ତି-ସୁରକ୍ଷିତ ଓଡ଼ିଶା ଗଠନରେ ସହଭାଗୀ ହୋଇପାରିବେ।”
ନଭେମ୍ବର ୫ ତାରିଖରେ ଏହାର ଉଦଘାଟନ ପରଠାରୁ, ବାଲିଯାତ୍ରା ପଡିଆରେ ଟିପିସିଓଡିଏଲ୍ର ଏହି କ୍ୟାମ୍ପ ହଜାର ହଜାର ପରିଦର୍ଶକଙ୍କୁ ଆକର୍ଷିତ କରିଛି ଏବଂ ନଭେମ୍ବର ୧୨ ପର୍ଯ୍ୟନ୍ତ ଆହୁରି ଅନେକ ଲୋକ କ୍ୟାମ୍ପ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି।
ପିଏମ୍ ସୂର୍ଯ୍ୟ ଘର – ୟୁଏଲ୍ଏ : ଉପଭୋକ୍ତାଙ୍କ ପାଇଁ କିଛି ତଥ୍ୟ
ଚା କେଉଁମାନେ ଏହି ଯୋଜନା ପ୍ରତି ଯୋଗ୍ୟ ଅଟନ୍ତି ? – ଘରୋଇ ବିଦ୍ୟୁତ ଉପଭୋକ୍ତା ଯେଉଁମାନେ ୧ କିଲୋୱାଟର କଣ୍ଟ୍ରାକ୍ଟ ଡିମାଣ୍ଡ ନେଇଛନ୍ତି
ଚା ଏଥିପାଇଁ ଉପଭୋକ୍ତାଙ୍କୁ କେତେ ଟଙ୍କା ଦେବାକୁ ପଡିବ ? – କେବଳ ୫୦୦୦ ଟଙ୍କା ଏବଂ ଜେନେରେସନ୍ ମିଟର ଚାର୍ଜ
ଚା ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ପାଇଁ କେତେ ଜାଗା ଆବଶ୍ୟକ ? – ୧୦୦ ବର୍ଗ ଫୁଟ ଛାଇ ପଡୁନଥିବା ଛାତ ଉପରେ ସ୍ଥାନ ଦରକାର
ଚା ଏହାକୁ କିଏ ସ୍ଥାପନ କରିବ ? – ଟିପିସିଓଡିଏଲ୍ ନିଜ ଅନୁମୋଦିତ ଭେଣ୍ଡରମାନଙ୍କ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସ୍ଥାପନ ପ୍ରକ୍ରିୟାରେ ସହଯୋଗ କରିବ
ଚା ରକ୍ଷଣାବେକ୍ଷଣ? – ପ୍ରଥମ ପାଞ୍ଚ ବର୍ଷ ପାଇଁ ମାଗଣା
ଚା ବିଦ୍ୟୁତ୍ ଉତ୍ପାଦନ କ୍ଷମତା ? – ଅନୁକୂଳ ପରିବେଶରେ ପ୍ରତି ମାସରେ ପ୍ରାୟ ୧୦୦ ୟୁନିଟ୍ ବିଜୁଳି ଉତ୍ପାଦିତ ହୋଇପାରିବ
ଚା ଏହି ସୋଲାର ପ୍ୟାନେଲ କେତେ ବର୍ଷ କାର୍ଯ୍ୟକ୍ଷମ ହେବ? – ପ୍ରାୟ ୨୫ ବର୍ଷ
ଚା କୌଣସି ଅସୁବିଧା ହେଲେ ସହାୟତା ପାଇଁ କାହାକୁ ଯୋଗାଯୋଗ କରାଯିବ ? – ନିକଟତମ ଟିପିସିଓଡିଏଲ୍ କାର୍ଯ୍ୟାଳୟ କିମ୍ବା ଟିପିସିଓଡିଏଲ୍ ଗ୍ରାହକ ସେବା କେନ୍ଦ୍ର
ଚା ଘରର ଛାତ କିପରି ହୋଇଥିବା ଆବଶ୍ୟକ? – ଫ୍ଲାଟ୍ କିମ୍ବା ଆରସିସି ଛାତ ହୋଇଥିବା ଆବଶ୍ୟକ
ଚା ସ୍ଥାୟୀତ୍ୱ? – ପ୍ୟାନେଲଗୁଡ଼ିକ ଘଣ୍ଟା ପ୍ରତି ୧୮୦ କିମି ପର୍ଯ୍ୟନ୍ତ ପବନ ବେଗକୁ ସହ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି
