ଟିପିସିଓଡିଏଲ୍ ପକ୍ଷରୁ ଗୁଣବତ୍ତା ମାସ ୨୦୨୪ ପାଳନ

ଭୁବନେଶ୍ୱର , ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍‌ଯୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମେିଟଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଗୁଣବତ୍ତା ମାସ-୨୦୨୪ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା “କ୍ୱାଲିଟି: ଫ୍ରମ୍ କମ୍ପ୍ଲାଏନ୍‌ସ ଟୁ ପରଫରମାନ୍ସ’ ।
ମାସେ ବ୍ୟାପୀ ଚାଲିଥିବା ଏହି ଅଭିଯାନରେ ପ୍ରକ୍ରିୟା ଉତ୍କର୍ଷ , ନିରନ୍ତର ଉନ୍ନତି, ଉନ୍ନତ କର୍ମକ୍ଷେତ୍ର ପରିଚାଳନା ଓ ଦକ୍ଷତା ଗଠନ ଉପରେ ଗୁରୁତ୍ୱାରୋପ କରଯାଇଥିଲା । ଏହି କ୍ଷେତ୍ରରେ ପ୍ରମୁଖ ସଫଳତାଗୁଡ଼ିକ ମଧ୍ୟରେ ଦୈନିକ ପରିଚାଳନା ପାଇଁ ଟିକ୍ୟୁଏମ୍ ୱାର୍କବୁକର ଶୁଭାରମ୍ଭ, କ୍ୱାଲିଟି ସର୍କଲ ଗଠନ, ୫ଏସ ମେଡଲ୍ ଲୋକେସନ (ସ୍ଥାନ) ଚିହ୍ନଟ ଓ ବାର୍ଷିକ କ୍ୟୁସିସି ଓ ପ୍ରୟାସ ପ୍ରତିଯୋଗିତାରେ ୭୨ ପ୍ରୟାସ ଓ ୧୪ କ୍ୟୁସିସି ଟିମ୍ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱରର ମ୍ୟାନେଜମଂଟ୍ ଡେଭଲପେମଣ୍ଟ ସେଂଟରର ଉଦ୍‌ଯାପନୀ ସେମାରାହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସିଇଓ ତଥା ଟିକ୍ୟୁଏମ୍ କୋର୍ କମିଟିର ଅଧ୍ୟକ୍ଷ ଶ୍ରୀ ଅରଭିନ୍ଦ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଛନ୍ତି, “ଟିପିସିଓଡିଏଲେର ଟିକ୍ୟୁଏମ୍ ହେଉଛି ଆମ ପ୍ରକ୍ରିୟାକୁ ମାର୍ଜିତ କରିବା ସହ ଗ୍ରାହକଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବା ଏବଂ ମାଲିକାନା ତଥା ନିରନ୍ତର ଶିକ୍ଷଣର ଏକ ସଂସ୍କୃତିକୁ ଦୃଢ଼ କରିବା ଲାଗି ଆମ ଉଦ୍ୟମର ଏକ ମୁଳଦୁଆ ।’’
ଏହି କାର୍ଯ୍ୟକ୍ରମ ଗୁଣବତ୍ତା ମାସ ଅଭିଯାନର ବିଜେତାମାନଙ୍କୁ ସମ୍ମାନିତ କରାଯିବା ସହ ଟିପିସିଓଡିଏଲ୍‌ର ଗୁଣବତ୍ତା ଯାତ୍ରାରେ ଅଂଶଗ୍ରହଣକାରୀଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ସମସ୍ତ ପରିଚାଳନା କ୍ଷେତ୍ରେର ବିପଦ ଆଧାରିତ ଭାବନା, ଜିରୋ କାଜୁଆଲିଟି, ସୁରକ୍ଷା ଓ ପରେିବଶ ଏବଂ ଫାଷ୍ଟ ଟାଇମ ରାଇଟ ଉପରେ ଗୁରୁତ୍ୱୋରାପ କରିଥିଲେ ।
ଟିପିସିଓଡିଏଲ୍ ଗୁଣବତ୍ତା ଓ ପ୍ରଦର୍ଶନ କ୍ଷେତ୍ରରେ ମାନଦଣ୍ଡକୁ ଉଚ୍ଚ କରୁଥିବା ବେଳେ ଶ୍ରୀ ରତନ ଟାଟାଙ୍କ ଦୂରଦୃଷ୍ଟିକୁ ଆଧାର କରି ଉତ୍କର୍ଷତା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ।

Leave a Reply

Your email address will not be published. Required fields are marked *