ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି (ବ୍ଯାଙ୍କ) ଭୁବନେଶ୍ବରର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ

ତାରିଖ ୨୨ ଅଗଷ୍ଟ, ୨୦୨୨ ଦିନ ଶ୍ରୀ ଚନ୍ଦ୍ର ଶେଖର ଶର୍ମା, ଅଧ୍ୟକ୍ଷ, ନରାକାସ (ବ୍ଯାଙ୍କ) ଏବଂ ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ଯାଙ୍କ, ଭୁବନେଶ୍ବର ଙ୍କ ଅଧ୍ୟକ୍ଷତା, ଭାରତ ସରକାର, ଗୃହ ମନ୍ତ୍ରାଳୟ, ରାଜଭାଷା ବିଭାଗ ର ପ୍ରତିନିଧି ଶ୍ରୀ ନିର୍ମଲ କୁମାର ଦୁବେ, ସହାୟକ ନିଦେଶକ (କାର୍ଯ୍ୟ।ନ୍ବୟନ) ଙ୍କ ଉପସ୍ଥିତି ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ, ସ୍ଥାନୀୟ ପ୍ରଧାନ କାର୍ଯ୍ୟ।ଳୟ ରେ ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି (ବ୍ଯାଙ୍କ), ଭୁବନେଶ୍ବରର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଶ୍ରୀ ହୃଦାନନ୍ଦ ପଣ୍ଡା, କ୍ଷେତ୍ରୀୟ ନିଦେଶକ, ଭାରତୀୟ ରିଜର୍ଭ ବ୍ଯାଙ୍କ, ଶ୍ରୀ ସି ଉଦୟଭାସ୍କର, ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ, ଶ୍ରୀ ମନୋଜ କୁମାର ସିଂହ, ଉପାଧ୍ୟକ୍ଷ ଏବଂ ମଣ୍ଡଳ ବିକାଶ ଅଧିକାରୀ, ଭାରତୀୟ ଷ୍ଟେଟ ବ୍ଯାଙ୍କ ତଥା ଭୁବନେଶ୍ବର ସ୍ଥିତ ସମସ୍ତ ସରକାରୀ ବ୍ଯାଙ୍କ ଏବଂ ବୀମା କମ୍ପାନୀ ମାନଙ୍କର ର ଉପ ମହାପ୍ରବନ୍ଧକ, ବରିଷ୍ଠ କାର୍ଯ୍ୟପାଳକ ଏବଂ ରାଜଭାଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ମନୋଜ କୁମାର ସିଂହ ସମସ୍ତ ସଦସ୍ୟଙ୍କୁ ସେମାନଙ୍କର ସକ୍ରିୟ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ଏବଂ ଆଜାଦୀର ଅମୃତ ମହୋତ୍ସବ ପରି ଆଗାମୀ ସେପ୍ଟେମ୍ବର ମାସରେ ହିନ୍ଦୀର ଅମୃତ ମହୋତ୍ସବ ମନାଇବା ପାଇଁ ଅନୁରୋଧ କଲେ।
ଏହି ଅବସରରେ ବିଭିନ୍ନ ବ୍ଯାଙ୍କ ଦ୍ଵାରା ଆୟୋଜିତ ପ୍ରତିଯୋଗିତାର ବିଜୟୀ ପ୍ରତିଭାଗୀଙ୍କୁ ପୁରସ୍କୃତ କରାଗଲା ଏବଂ ଯୁନିଅନ ବ୍ଯାଙ୍କ ଅଫ ଇଣ୍ଡିଆ ର ପତ୍ରିକା ‘ଯୁନିଅନ ଉତ୍କଳ ଧାରା’ ତଥା ଇଣ୍ଡିଆନ ବ୍ଯାଙ୍କର ପତ୍ରିକା ‘ଇଣ୍ଡ ଉତ୍କଳ’ ର ଲୋକର୍ପଣ ମଧ୍ୟ କରାଗଲା।
ରିପୋର୍ଟ ମାନଙ୍କର ସମୀକ୍ଷା କରିବା ସମୟରେ ଶ୍ରୀ ନିର୍ମଲ କୁମାର ଦୁବେ କହିଲେ ଯେ ଏହି ସମିତି ଦେଶର ସର୍ବୋକୃଷ୍ଟ ସମିତି ମାନଙ୍କ ମଧ୍ୟରୁ ଅନ୍ଯତମ ଅଟେ। କ୍ରମାଗତ ଭାବେ ତିନି ଥର ରାଷ୍ଟ୍ରୀୟ ସ୍ତରରେ ପୁରସ୍କାର ପ୍ରାପ୍ତ କରିବା ଯେ କୌଣସି ସମିତି ପାଇଁ ଗର୍ଭ ଏବଂ ଗୌରବର ବିଷୟ ଅଟେ।
ନିଜ ଅଧ୍ୟକ୍ଷୀୟ ସମ୍ବୋଧନରେ ଶ୍ରୀ ଶର୍ମା କହିଲେ ଯେ ଆମେ ସମସ୍ତେ ସେବା କ୍ଷେତ୍ର ସହିତ ଜଡ଼ିତ ଏବଂ ଉତ୍ତମ ତଥା ସୁରକ୍ଷିତ ଗ୍ରାହକ ସେବା ପ୍ରଦାନ କରିବା ପାଇଁ ହିନ୍ଦୀ ତଥା କ୍ଷେତ୍ରୀୟ ଭାଷା ମାନଙ୍କର ଭୂମିକା ଅତି ମହତ୍ବପୂର୍ଣ ଅଟେ। ତେଣୁ ଯେଉଁଠି ଆବଶ୍ୟକ ହିନ୍ଦୀ ସହିତ ସ୍ଥାନୀୟ ଭାଷାର ମଧ୍ୟ ପ୍ରୟୋଗ କରାଯିବ ଉଚିତ।
ଭାରତୀୟ ରିଜର୍ଭ ବ୍ଯାଙ୍କର କ୍ଷେତ୍ରୀୟ ନିଦେଶକ ଶ୍ରୀ ପଣ୍ଡା କହିଲେ ଯେ ହିନ୍ଦୀ ରେ କାମ କରିବା କେବଳ ରାଜଭାଷା ବିଭାଗ କିମ୍ବା ରାଜଭାଷା ଅଧିକାରୀଙ୍କ ଦାୟିତ୍ଵ ନୁହେଁ ବରଂ ଆମ ସମସ୍ତଙ୍କର ଦାୟିତ୍ଵ ଅଟେ। ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ କହିଲେ ଯେ ଗ୍ରାହକ ମାନଙ୍କୁ ସଚେତନ କରିବା ପାଇଁ ହିନ୍ଦୀ ଏବଂ ଓଡ଼ିଆ ଭାଷା ମାଧ୍ୟମରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଶ୍ରୀ ଆଲୋକ କୁମାର, ସଦସ୍ୟ ସଚିବ ଏବଂ ସହାୟକ ମହାପ୍ରବନ୍ଧକ (ରାଜଭାଷା) କାର୍ଯ୍ୟକ୍ରମର ସଂଚାଳନ କଲେ ଶ୍ରୀ ଧନଞ୍ଜୟ କୁମାର, ସହାୟକ ମହାପ୍ରବନ୍ଧକ (ରାଜଭଷା), ଭାରତୀୟ ରିଜର୍ଭ ବ୍ଯାଙ୍କ ଙ୍କ ଦ୍ଵାରା ଧନ୍ୟବାଦ ଜ୍ଞାପନ ପରେ ବୈଠକ ସମାପ୍ତ ହେଲା।