ସମୟ ହେଉଛି ଅମୂଲ୍ୟ ରତ୍ନ

ମାନବ ଜଗତର ମହତ୍ତ୍ୱ ପୁର୍ଣ୍ଣ ଅଙ୍ଗ ଅଟେ ସମୟ

ଭଗବାନଙ୍କ ଦ୍ଵାରା ମାନବ ଜଗତ ପାଇଁ ଦେଇଛନ୍ତି ସର୍ଵୋତ୍ତମ ଉପହାର ସମୟ। ମାନବ ବ୍ୟକ୍ତିଗତ ସ୍ତରରେ ନିଜକୁ ପ୍ରତିଷ୍ଠିତ କରାଇଥାଏ ସମୟର ଆହ୍ୱାନ କୁ ବିନିଯୋଗ କରି।ଉତ୍ତମ ଭାବରେ ଗଢିତୋଳିବା ସକାଶେ ସମୟ ହେଉଛି ମାଧ୍ୟମ। ଶୈଶବ,କୈଶୋର ଅବସ୍ଥା ହେଉଛି ଜୀବନ ର ଅମୂଲ୍ୟ ଧନ। ଏଠାରୁ ଆରମ୍ଭ ହୋଇଥାଏ ଜୀବନ ଯାତ୍ରା। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସକାଶେ ଚାଲିବା ର ପଥ କୁ ସୁଗମ କରିଥାଏ ଉକ୍ତ ଦୁଇ ସମୟରେ ଅର୍ଜିତ ପୁଞ୍ଜି।

ତାହାହେଲା ଗୁରୁଙ୍କ ଓ ମାତା ପିତାଙ୍କ ପାଖରୁ ପ୍ରାପ୍ତ ଉପଯୁକ୍ତ ସଞ୍ଚିତ ମାର୍ଗ ଦର୍ଶନ। ଯାହାକି ଏହି ସମୟରେ ମିଳିଥାଏ। ତାହା ପ୍ରଥମେ ଗୃହରୁ। ମାତା ଓ ପିତାଙ୍କ ପାଖରୁ।ତାପରେ ଗୁରୁକଳ ଆଶ୍ରମ ରେ ଗୁରୁଙ୍କ ଠାରୁ। ବର୍ତ୍ତମାନ ତାହା ବିଦ୍ୟାଳୟରେ ଗୁରୁଜୀଙ୍କ ପାଖରୁ ପ୍ରାପ୍ତ ହୋଇଥାଏ। ସେହି ଅମୂଲ୍ୟ ସମୟର ସମ୍ପଦକୁ ଯେ ଧରି ରଖି ପାରିଥାଏ। ତା ଜୀବନର ବାକି ସମୟକୁ ଗଢି ତୋଳିବାର ବେଶ ସହାୟକ ସାବ୍ୟସ୍ତ ହୋଇଥାଏ।

ତେଣୁ କୁହାଯାଏ ସମୟ ହେଉଛି ଅମୂଲ୍ୟ ରତ୍ନ।

ସମୟ କାହାକୁ ଅପେକ୍ଷା କରେନାହି। ସେ ଅବିଶ୍ରାନ୍ତ ଭାବରେ ଚାଲିଥାଏ।ସେ ସଦା ସର୍ବଦା ତାର ଗତିକୁ ଚାଲୁ ରଖିଥାଏ। ତେଣୁ ବ୍ୟକ୍ତି ହେଉ କି ସମାଜ ଉପଯୁକ୍ତ ସମୟରେ ଉପଯୁକ୍ତ କାର୍ଯ୍ୟ କରି ଚାଲିଥିଲେ ତାହା ପରବର୍ତ୍ତୀ ସମୟରେ ତାହା ଏକ ସଫଳ ବ୍ୟକ୍ତିତ୍ୱ ଓ ସମାଜ ଭାବରେ ପ୍ରତିଷ୍ଠିତ ହୋଇଥିବା ଦେଖିବାକୁ ମିଳିଥାଏ।

ସେଥିପାଇଁ ସମସ୍ତେ ସଦା ସର୍ବଦା ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ବେଳେ ଏ ଦିଗ ପ୍ରତି ସଚେତନ ହେବା ଉଚିତ୍।

                              ସିତାଂଶୁ ଶେଖର ମିଶ୍ର 

                             ସୋନପୁର, ଶାନ୍ତି ନଗର

                         ଦୁରଭାଷ.୮୧୪୪୮ ୭୦୭୨୯

Leave a Reply

Your email address will not be published. Required fields are marked *