ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଏଗାରଦିନିଆ ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

  • ଆଜିଠାରୁ ନାସିକ ଧାମ-ପଞ୍ଚବଟୀରୁ ଆରମ୍ଭ କରିବେ ବିଧି ବିଧାନ
  • “ମୁଁ ଆବେଗରେ ଭାବ ବିହ୍ୱଳ । ଜୀବନରେ ପ୍ରଥମ ଥର ପାଇଁ ମୁଁ ଏଭଳି ଭାବନା ଦେଇ ଗତି କରୁଛି: ପ୍ରଧାନମନ୍ତ୍ରୀ
  • “ଭାରତର ଜନସାଧାରଣଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଭଗବାନ ମତେ ମାଧ୍ୟମ କରିଛନ୍ତି; ଏହା ଏକ ବିଶାଳ ଦାୟିତ୍ୱ”
  • “ପ୍ରାଣ ପ୍ରତିଷ୍ଠାର କ୍ଷଣକୁ ଆମେ ସମସ୍ତେ ଭାଗ କରିବା, ରାମ ମନ୍ଦିର ପାଇଁ ଯେଉଁମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେହି ଅସଂଖ୍ୟ ମହାନୁଭବଙ୍କ ପ୍ରେରଣା ମୁଁ ବହନ କରିବି”
  • “ମୋ ପାଇଁ ଯେଉଁମାନେ ଈଶ୍ୱର ସଦୃଶ, ସେମାନେ ଯେତେବେଳେ ସେମାନଙ୍କ ଭାବନା ବ୍ୟକ୍ତ କରି ଆଶୀର୍ବାଦ ପ୍ରଦାନ କରନ୍ତି, ସେତେବେଳେ ମତେ ଏକ ନୂତନ ଶକ୍ତି ମିଳିଥାଏ; ଆଜି ମୋର ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ”

ନୂଆଦିଲ୍ଲୀ, ୧୨/୧(ପିଆଇବି): ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗାରଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି । ଏହା ଏକ ବିରାଟ ଦାୟିତ୍ୱ । ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଭଗବାନଙ୍କ ଆରାଧନା ଓ ପୂଜା ନିମନ୍ତେ ଆମକୁ ନିଜ ମଧ୍ୟରେ ଦିବ୍ୟ ଚେତନା ଜାଗ୍ରତ କରାଇବାକୁ ପଡିବ । ସେଥିପାଇଁ ଧର୍ମଗ୍ରନ୍ଥରେ ଉପବାସ ଓ କଠିନ ନିୟମ ମାନ ଦର୍ଶାଯାଇଛି ଓ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେଗୁଡିକୁ ଅନୁସରଣ କରିବାକୁ ପଡିବ । ମୁଁ ଆଧ୍ୟାତ୍ମିକ ଯାତ୍ରାରେ ମହାନ୍ ବ୍ୟକ୍ତି ଓ କେତେକ ପବିତ୍ର ଆତ୍ମାମାନଙ୍କ ଠାରୁ ଯେଉଁ ମାର୍ଗଦର୍ଶନ ପାଇଛି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ‘ନିୟମ’ ଅନୁସାରେ ମୁଁ ଆଜିଠାରୁ ସ୍ୱତନ୍ତ୍ର ପୂଜା ବିଧିବିଧାନ ପାଳନ ଏଗାର ଦିନ ନିମନ୍ତେ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇ କହିଛନ୍ତି ଯେ ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶ ରାମ ଭକ୍ତିରେ ଆତ୍ମବିଭୋର ହୋଇଯାଇଛି । ଏହି କ୍ଷଣକୁ ସର୍ବ ଶକ୍ତିମାନଙ୍କ ଏକ ଆଶୀର୍ବାଦ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ ମୁଁ ଆବେଗରେ ଭାବ ବିହ୍ୱଳ ହୋଇ ଉଠିଛି । ଜୀବନରେ ପ୍ରଥମ ଥର ନିମନ୍ତେ ମୁଁ ଏହିଭଳି ଭାବନା ଦେଇ ଗତି କରୁଛି । ମୁଁ ଭକ୍ତିଭାବରେ ଏକ ଅପୂର୍ବ ପୁଲକ ଅନୁଭବ କରୁଛି । ମୋ ଅନ୍ତରରେ ଏହି ଆବେଗଭରା ଯାତ୍ରା ଅଭିବ୍ୟକ୍ତିର ଏକ ସୁଯୋଗ ନୁହେଁ, ଏହା ଏକ ଅଭିଜ୍ଞତା । ମୁଁ ଚାହିଁଲେ ମଧ୍ୟ ଏହାର ଗଭୀରତାକୁ ଶବ୍ଦ ଓ ପ୍ରଘାଢତାରେ ପ୍ରକାଶ କରିପାରୁନାହିଁ । ଆପଣମାନେ ମଧ୍ୟ ମୋ ପରିସ୍ଥିତିକୁ ଭଲଭାବେ ବୁଝି ପାରୁଥିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ସୁଯୋଗ ନିମନ୍ତେ ତାଙ୍କ କୃତଜ୍ଞତା  ପ୍ରକାଶ କରିଥିଲେ, “ଏକ ସ୍ୱପ୍ନ ସାକାର ହେଉଥିବା ବେଳେ ମତେ ଉପସ୍ଥିତ ରହିବାର ସୁଯୋଗ ମିଳିଛି । ପିଢି ପରେ ପିଢି ଅନେକଙ୍କ ହୃଦୟରେ  ଏହା ଏକ ସଂକଳ୍ପ ଭାବେ ରହିଆସିଛି । ଭଗବାନ ମତେ ଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ମାଧ୍ୟମ ବନାଇଛନ୍ତି । ଏହା ଏକ ବିରାଟ ଦାୟିତ୍ୱ ।”

ପ୍ରଧାନମନ୍ତ୍ରୀ ଜନସାଧାରଣ, ମୁନୀ, ଋଷି ଓ ଈଶ୍ୱରଙ୍କ ଆଶୀର୍ବାଦ  ଏହି ଦାୟିତ୍ୱ ବହନ କରିବା ପାଇଁ ଭିକ୍ଷା କରିଥିଲେ । ଏହି ବିଧି ବିଧାନ ଭଗବାନ ରାମ ଅନେକ ଦିନ ବିତାଇଥିବା ନାସିକ ଧାମ-ପଞ୍ଚବଟୀରୁ ସେ ଆରମ୍ଭ କରିବେ ବୋଲି କହିଥିଲେ । ଆଜି ସ୍ୱାମୀ ବିବେକାନନ୍ଦ ଓ ମାତା ଜୀଜାବାଈଙ୍କ ଜୟନ୍ତୀ ଏକ ସୁଖଦ ସମନ୍ୱୟ ବୋଲି କହିବା ସହ  ସେ ଜାତୀୟ ଚେତନାର ଏହି ଦୁଇ କର୍ଣ୍ଣଧାରକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ସୀତା-ରାମଙ୍କ ପ୍ରତି ଭକ୍ତିଭାବ ରଖିଥିବା ନିଜ ମାଆଙ୍କୁ ମଧ୍ୟ ଏହି କ୍ଷଣରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ଭଗବାନ ରାମ ଭକ୍ତମାନଙ୍କ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ସ୍ୱଦେହରେ ମୁଁ ସେ ପବିତ୍ର କ୍ଷଣରେ ଉପସ୍ଥିତ ରହିଲେ ମଧ୍ୟ ମୋ ହୃଦୟରେ ୧୪୦କୋଟି ଭାରତୀୟଙ୍କ ଧ୍ୱନି ପ୍ରତିଧ୍ୱନିତ ହେବ। ଆପଣମାନେ ମୋ ସହ ରହିବେ….ପ୍ରତ୍ୟେକ ରାମଭକ୍ତ ମୋ ସହିତ ରହିବେ । ସେହି ସଚେତନ କ୍ଷଣ ଆମ ସମସ୍ତଙ୍କ ନିମନ୍ତେ ଏକ ଅଭିଜ୍ଞତାର କ୍ଷଣ ହେବ । ରାମ ମନ୍ଦିର ପାଇଁ ଯେଉଁ ଅସଂଖ୍ୟ ବ୍ୟକ୍ତି ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି ମୁଁ ସେମାନଙ୍କ ପ୍ରେରଣାକୁ ମୋ ସହିତ ବହନ କରିବି ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କ ସହ ସହଯୋଗ କରିବାକୁ ନିବେଦନ କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । “ଆମେ ସମସ୍ତେ ଜାଣୁ ଈଶ୍ୱର “ନିରାକାର” ମାତ୍ର ସ୍ୱଦେହରେ ଭଗବାନ ଆମ ଆଧ୍ୟାତ୍ମିକ ଯାତ୍ରାକୁ ମଜବୁତ କରିଥାନ୍ତି । ମୁଁ ବ୍ୟକ୍ତିଗତଭାବେ   ଲୋକଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖିଛି ଓ ଅନୁଭବ ମଧ୍ୟ କରିଛି  । ଜନସାଧାରଣ ଯେଉଁମାନେ ଈଶ୍ୱରଙ୍କ ପ୍ରତିରୂପ, ସେମାନେ ଯେତେବେଳେ ନିଜର ଅନୁଭବକୁ ଶବ୍ଦରେ ବଖାଣନ୍ତି ଓ ଆଶୀର୍ବାଦ କରନ୍ତି,  ସେତେବେଳେ ମୋ ଭିତରେ ଏକ ନୂତନ ଶକ୍ତି ଜାଗି ଉଠେ । ଆଜି ମୁଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *