ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:(ପ୍ରବାହ ନୀୟୂଜ) 08.09.2023 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସରକାରୀ ବାସଭବନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି। ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତରେ ଅଛନ୍ତି।

ଶ୍ରୀ ମୋଦୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିଲା। ଗତ 9 ବର୍ଷ ମଧ୍ୟରେ ଭାରତ-ବାଂଲାଦେଶ ସମ୍ପର୍କର ଅଗ୍ରଗତି ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଆମର ଆଲୋଚନାରେ ଯୋଗାଯୋଗ, ବାଣିଜ୍ୟିକ ସଂଯୋଗ ଓ ଆହୁରି ଅନେକ ବିଷୟ ସାମିଲ୍ ଥିଲା।’’