ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳ ମଧ୍ୟରେ ସଡ଼କ ଏବଂ ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ । ସେ ମହାରାଷ୍ଟ୍ରର ଯୁବକମାନଙ୍କ ପାଇଁ ଏକ ବିଶାଳ ଦକ୍ଷତା ବିକାଶ ପ୍ରକଳ୍ପ ବିଷୟରେ ମଧ୍ୟ କହିଥିଲେ ଯାହା ରାଜ୍ୟରେ ନିଯୁକ୍ତି ସୁଯୋଗକୁ ଆହୁରି ବଢ଼ାଇବ । ପ୍ରଧାନମନ୍ତ୍ରୀ ବଧବନ ବନ୍ଦର ବିଷୟରେ ଉଲ୍ଲେଖ କରିଥିଲେ ଯାହା ନିକଟରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ । ୭୬,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଗତ ଏକ ମାସ ମଧ୍ୟରେ ମୁମ୍ବାଇରେ ନିବେଶକଙ୍କ ମନୋଭାବକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଛୋଟ ଏବଂ ବଡ଼ ନିବେଶକ ମାନେ ସରକାରଙ୍କ ତୃତୀୟ କାର୍ଯ୍ୟକାଳକୁ ଉତ୍ସାହର ସହ ସ୍ୱାଗତ କରିଛନ୍ତି । ଏକ ସ୍ଥିର ସରକାର ତୃତୀୟ ପାଳିରେ ଟ୍ରିପଲ୍ ସ୍ପିଡରେ କାମ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ମହାରାଷ୍ଟ୍ରର ଏକ ଗୌରବମୟ ଇତିହାସ, ଏକ ସଶକ୍ତ ବର୍ତ୍ତମାନ ଏବଂ ଏକ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ମହାରାଷ୍ଟ୍ର ରାଜ୍ୟର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୁମ୍ବାଇକୁ ଦେଶର ଆର୍ôଥକ କେନ୍ଦ୍ର ରେ ପରିଣତ କରିବା ପାଇଁ ଶିଳ୍ପ, କୃଷି ଏବଂ ଆର୍ôଥକ କ୍ଷେତ୍ରର ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ । ମହାରାଷ୍ଟ୍ରର ଶକ୍ତିକୁ ବ୍ୟବହାର କରି ଏହାକୁ ବିଶ୍ୱର ଏକ ଅର୍ଥନୈତିକ ପାୱାରହାଉସରେ ପରିଣତ କରିବାକୁ ମୁଁ ଲକ୍ଷ୍ୟ ରଖିଛି । ମୁମ୍ବାଇକୁ ବିଶ୍ୱର ଫିନଟେକ୍ ରାଜଧାନୀ ରେ ପରିଣତ କରିବୁ । ଶିବାଜୀ ମହାରାଜଙ୍କ ମହାରାଷ୍ଟ୍ରର ଚମତ୍କାର ଦୁର୍ଗ, କୋଙ୍କଣ ଉପକୂଳ ଏବଂ ସହୟାଦ୍ରି ପର୍ବତମାଳା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ମହାରାଷ୍ଟ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଡାକ୍ତରୀ ପର୍ଯ୍ୟଟନ ଏବଂ ସମ୍ମିଳନୀ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟର ସମ୍ଭାବନା ବିଷୟରେ ମଧ୍ୟ ସେ କହିଥିଲେ । “ମହାରାଷ୍ଟ୍ର ଭାରତରେ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବାକୁ ଯାଉଛି ଏବଂ ଆମେ ଏହାର ସହଯାତ୍ରୀ”, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଏଭଳି ସଂକଳ୍ପ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ।