ନବୀନ ସମ୍ବାଦପତ୍ରର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ୨୬ତମ ବିଷୁବ ମିଳନ ସମାରୋହ
ବ୍ରହ୍ମପୁର, ୧୫/୪ : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଅ ।ସୁଥିବା \”ନବୀନ\’ କେବଳ ସମ୍ବାଦପତ୍ର ନୁହଁ ବରଂ ଓଡ଼ିଶାର କବି, ଲେଖକ, କଳାକାରମାନଙ୍କୁ ସମ୍ମାନ ଦେବାର ଅନନ୍ୟ ପରମ୍ପରା ବଜାୟ ରଖିପାରିଛି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନବୀନ ଭବନ ସମ୍ମିଳନୀ କକ୍ଷରେ ଅ ।ୟୋଜିତ ନବୀନର ୨୬ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍?) ଯୋଗଦେଇ କହିଲେ ଯେ ନବୀନ ଓଡ଼ିଅ । ଭାଷା ସାହିତ୍ୟର ସୁରକ୍ଷା କବଚ ଭାବେ ଦୀର୍ଘ ୯୪ ବର୍ଷ ଧରି ନିରନ୍ତର ଭାବେ ନିଜର ଭୂମିକା ଗ୍ରହଣ କରିଅ ।ସିଛି । ନବୀନ ସମ୍ବାଦପତ୍ରର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ ବୋଲି ସେ କହିଥିଲେ ।
ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କାହ୍ନୁ ଚରଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଐତିହାସିକ ନବୀନର ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ଭାଷା ଅ ।ନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଅ ।ଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼. କୈଳାସ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଉଦବୋଧନ ଦେଇଥିଲେ । ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ ନବୀନ ସଦାସର୍ବଦା ନୂତନ କବି, ସାହିତ୍ୟିକ ଓ କଳାକାରମାନଙ୍କୁ ଲୋକଲୋଚନକୁ ଅ ।ଣିବା ସହ ସେମାନଙ୍କୁ ଉତ୍ସାହିତ କରି ଅ ।ସିଛି ବୋଲି ପ୍ରକାଶ କରିଥିଲେ ।

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଶିକ୍ଷାବିତ ତଥା ପରିବେଶବିତ୍? କାମରାଜୁ ମହାରଣା, ପ୍ରଖ୍ୟାତ ଭାରତଲୀଳା ଗୁରୁ ସନ୍ତୋଷ କୁମାର ପାଢ଼ୀ, ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ଗୋକୁଳାନନ୍ଦ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ଓ ନିର୍ଭୀକ ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁ ପ୍ରମୁଖଙ୍କୁ ଏହି ଅବସରରେ ନବୀନ ବିଷୁବ ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଥିଲା । ଏହା ସହିତ ବିଶିଷ୍ଟ ପ୍ରବଚକ ଜଗନ୍ନାଥ ପଣ୍ଡାଙ୍କ ରଚିତ ପୁସ୍ତକ \”ଶ୍ରୀକୃଷ୍ଣଙ୍କ ଶେଷ ଉପଦେଶ\’ ଓ \”ମହାସାଧକ ନିଗମାନନ୍ଦ\’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ସ୍ୱାଗତ ସମିତି ଅଧ୍ୟକ୍ଷ ରୋଟାରିଅ ।ନ ନାରଶୁ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ସୁଶାନ୍ତ କର ବିବରଣୀ ପାଠ ଓ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ଯୋଗ ଦେଇଥିଲେ । ଯୁବକବି ଚିନ୍ମୟ ରଂଜନ ମିଶ୍ର ଓ ଶିକ୍ଷୟତ୍ରୀ ସସ୍ମିତା ମିଶ୍ରଙ୍କ ସଂଯୋଜନାରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ରାମକୃଷ୍ଣ ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ବନ୍ଦନା ମହାପାତ୍ର, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଂଜନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।