ହାବିଟାଟସ ଟ୍ରଷ୍ଟ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଟ୩.୨୦କୋଟି ଦେବା ପାଇଁ ମଞ୍ଜୁର କରିଛି

ନୂଆଦିଲ୍ଲୀ, ୨୩ ଜୁନ ୨୦୨୨: ଭାରତର ପ୍ରାକୃତିକ ବାସସ୍ଥାନ ଓ ବସବାସ କରୁଥିବା ପ୍ରଜାତିଙ୍କ ସଂରକ୍ଷଣ ତଥା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ହାବିଟାଟସ ଟ୍ରଷ୍ଟ, ଭାରତର ପ୍ରାକୃତିକ ସୁରକ୍ଷା ତଥା ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ବନ୍ୟଜନ୍ତୁ ଓ ପ୍ରାକୃତିକ ବାସସ୍ଥାନ ସୁରକ୍ଷା ପାଇଁ ଏହି ସଂସ୍ଥା ଟ.୩.୨୦ କୋଟିକୁ ତିନୋଟି ପର୍ଯ୍ୟାୟରେ ପ୍ରଦାନ କରିବ । ଅନଲାଇନ ପାଇଁ ଆବେଦନ ପୋର୍ଟାଲ ୨୩ ଜୁନ ୨୦୨୨ରୁ ୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିବ ଓ ଫର୍ମକୁ ଅନଲାଇନ ମାଧ୍ୟମରେ ପୂରଣ କରି ଏହି ୱେବସାଇଟ ଜରିଆରେ ପଠାଯାଇ ପାରିବ: ଷଗ୍ଧଗ୍ଧକ୍ଟ୍ର: //ଙ୍ଗଙ୍ଗଙ୍ଗ.ଗ୍ଧଷରଷବଭସଗ୍ଧବଗ୍ଧଗ୍ଦଗ୍ଧକ୍ସଙ୍କଗ୍ଦଗ୍ଧ.କ୍ଟକ୍ସଶ/

ରାକେଶ ଚାଭନ ହାବିଟାଟସ ଟ୍ରଷ୍ଟର ମୁଖ୍ୟ କହିଛନ୍ତି ଯେ “ମାନବିକତା ସମ୍ମ୍‌ୁଖୀନ ହେଉଥିବା ସବୁଠାରୁ ବଡ଼ ଆହ୍ୱାନକୁ ହ୍ରାସ କରିବା ଲାଗି ଭାରତ ପ୍ରୟାସ କରୁଛି । ଭାରତ ପରିବେଶୀୟ ଦୃଷ୍ଟିରୁ ଏକ ଅସ୍ୱାଭାବିକ ସଂକଟ ଆଡ଼କୁ ଯାଉଥିବାରୁ ଜୈବ ବିବିଧତାର ସଂରକ୍ଷଣର ଆବଶ୍ୟକତା ରହିଛି । ବିଜ୍ଞାନ ଓ ପରିବେଶ କେନ୍ଦ୍ରର ୨୦୨୧ ରିପୋର୍ଟ ଅନୁଯାୟୀ ଚାରୋଟି ହଟସ୍ପଟ ଅଧିନରେ ୯୦%ରୁ ଅଧିକ ଅଂଚଳ ହଜିଯାଇଛି ଓ ୨୫ଟି ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି । ଆମର ମଞ୍ଜୁରୀ ବର୍ଗ ବିବିଧତା ସ୍ତରକୁ ସହାୟତା ଦେବ ଓ ପ୍ରକଳ୍ପକୁ ରୂପାୟିତ କରିବ । ଏଥିପାଇଁ ଏକ ଉଲ୍ଲେଖନୀୟ ମଞ୍ଜୁରୀ ପରିମାଣ ଟ.୩.୨୦ କୋଟି ସହ ଦୀର୍ଘ ଅବଧିର ମଞୁରୀ ପ୍ରକଳ୍ପ ବର୍ଷ ପରେ ବର୍ଷ କାର୍ଯ୍ୟ କରିବ ।

ଟିଏଚଟି ସଂରକ୍ଷଣ ଅନୁଦାନ ୧ କୋଟି ଟଙ୍କା ପ୍ରତ୍ୟେକରୁ ଦୁଇଟି ସଂଗଠନ ହାବିଟାଟସ ଟ୍ରଷ୍ଟ ସଂରକ୍ଷଣ ଯୋଜନା ମଞ୍ଜୁରୀ ଅଳ୍ପ ଜଣାଶୁଣା ପ୍ରଜାତି ଓ ଜଟିଳ ବାସସ୍ଥାନ ସଂରକ୍ଷଣ ଦିଗରେ କାର୍ଯ୍ୟକରୁଥିବା ସଂସ୍ଥାଗୁଡ଼ିକ ସହାୟତା କରିବ । ଏହା ଭାରତର ଗ୍ରାଂଟେସିନାଡ୍ରେସିଂ କ୍ରିଟିକାଲ ସଂରକ୍ଷଣ ଗୁଡ଼ିକୁ ସାହାଯ୍ୟ କରିବ ଓ ବାସସ୍ଥାନର ଅବକ୍ଷୟ, ବିବିଧତା ହ୍ରାସ, ବିଲୁପ୍ତ ପ୍ରାୟ ପ୍ରଜାତିଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟ ଲାଗି ସାହାଯ୍ୟ କରିବ । ଟିଏଚଟି ଆକ୍ସନ ଗ୍ରାଂଟ ଟ.୨୫ ଲକ୍ଷ ପ୍ରତ୍ୟେକ ତିନୋଟି ସଂସ୍ଥା / ବ୍ୟକ୍ତିବିଶେଷଙ୍କ ପାଇଁ ରହିଛି । ହାବିଟାଟସ ଟ୍ରଷ୍ଟ ଆକ୍ସନ ଗ୍ରାଂଟ ତିନିଜଣ ବ୍ୟକ୍ତିବିଶେଷ/ ସଂସ୍ଥାକୁ ସହାୟତା ପ୍ରଦାନ କରିବ ଯେଉଁମାନେ ଅଳ୍ପ ଜଣଶୁଣା ପ୍ରଜାତି ଏବଂ/କିମ୍ବା ବାସସ୍ଥାନ ଉପରେ କାର୍ଯ୍ୟ କରୁଛନ୍ତି ଯାହାର ଜରୁରୀ ସଂରକ୍ଷଣ ଆବଶ୍ୟକତା ରହିଛି ।

ନୂଆ ମୂଲ୍ୟାୟନ ପ୍ରକ୍ରିୟା- ଏହି ମଂଜୁରୀ ପାଇଁ ଆବେଦନକୁ ବିଶେଷଜ୍ଞଙ୍କ ଦ୍ୱାରା ମୂଲ୍ୟାୟନ କରାଯିବ । ଦୁଇଟି ବର୍ଗରେ ୩୦ ଆବେଦନକାରୀଙ୍କୁ ଯାଂଚ ଓ ସର୍ଟଲିଷ୍ଟ କରାଯିବ । ଏହା ସହ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଉପଯୁକ୍ତ ବିବେଚନା କରାଯିବ । ୨୦ ଜଣଙ୍କୁ ଚୁଡ଼ାନ୍ତ ସ୍ତରରେ ରଖାଯିବ । ଚଳିତ ବର୍ଷ ଶେଷ ଆଡ଼କୁ ପ୍ରତିଷ୍ଠିତ ଖଣ୍ଡପୀଠ ଦ୍ୱାରା ପାଂଚଜଣଙ୍କୁ ବିବେଚିତ କରାହେବ । ଯାହା ପ୍ରତ୍ୟେକଙ୍କୁ ୩ ଲକ୍ଷ୍ୟ ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବ । ଏହି ଅନୁଦାନ ପାଇଁ ଆବେଦନ ବ୍ୟବସ୍ଥା ୨୩ ଜୁନ ଠାରୁ ଆରମ୍ଭ ହେବ । ହାବିଟାଟସ ଟ୍ରଷ୍ଟର ବିଶେଷଜ୍ଞଙ୍କ ଦ୍ୱାରା ପ୍ରାର୍ଥି ମନୋନୟନ କରାଯିବ ।

Leave a Reply

Your email address will not be published. Required fields are marked *